Search for:
  • Home/
  • ରାଜ୍ୟ/
  • ଭାରତୀୟ ଅଡିଟ ଓ ଏକାଉଣ୍ଟସ ପେନସନର ବାର୍ଷିକ ସାଧାରଣ ଅଧିବେଶନ l

ଭାରତୀୟ ଅଡିଟ ଓ ଏକାଉଣ୍ଟସ ପେନସନର ବାର୍ଷିକ ସାଧାରଣ ଅଧିବେଶନ l

Spread the love

Loading

ଭାରତୀୟ ଅଡିଟ ଓ ଏକାଉଣ୍ଟସ ପେନସନର ବାର୍ଷିକ ସାଧାରଣ ଅଧିବେଶନ l
ଭୁବନେଶ୍ୱର ତା 24/2 ଭାରତୀୟ ଅଡିଟ ଓ ଆକାଉଣ୍ଟସ ପେନସନର ଆସୋସିଏସନର ବାର୍ଷିକ ସାଧାରଣ ଅଧିବେଶନ ସ୍ଥାନୀୟ ଇନ୍ୟୁଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସ ସମ୍ମିଳନୀକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି l ସଙ୍ଘର ସଭାପତି ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ଉପ ସଭାପତି ବିରଞ୍ଚି ନାରାୟଣ ସାହୁ, ସମ୍ପାଦକ ପ୍ରଭାତ କୁମାର ସାହୁ ଯୋଗ ଦେଇଥିଲେ l ସଭାପତି ଶ୍ରୀ ପାଣିଗ୍ରାହୀ ଦୀର୍ଘ 6 ଦଶନ୍ଧି ଧରି ଓଡିଶାର ପେନସନରମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସହାୟକ ହେବା ସହ ବୟସର ଅପରାହ୍ନରେ ପରସ୍ପର ମଧ୍ୟରେ ବନ୍ଧୁତାର ଡୋରିରେ ସମସ୍ତଙ୍କୁ ବାନ୍ଧିରଖିବାର ପ୍ରୟାସ କରି ଆସିଛି ବୋଲି ପ୍ରକାଶ କରିଥିଲେ l ସମ୍ପାଦକ ଶ୍ରୀ ପ୍ରଭାତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ପେନସନରମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି ଏହାର ସମାଧାନ ପାଇଁ ସଙ୍ଘ କେଉଁ ସବୁ ପଦକ୍ଷେପ ନିଆଯାଇଛି ସେବିଷୟରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ l ସଦସ୍ୟମାନଙ୍କ ମଧ୍ୟ୍ୟରୁ ପ୍ରଭାକର ମୁନି, ପ୍ରମୋଦ କୁମାର ମିଶ୍ର, ଗଗନ ବିହାରୀ ମନ୍ତ୍ରୀ, ହରିହର ସାହୁ, ସୁଦର୍ଶନ ପଟ୍ଟନାୟକ ଓ ରଞ୍ଜନ କୁମାର ନନ୍ଦ ପେନସନରମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପିତ କରିବା ସହ ଏହାର ସମାଧାନ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିକଟରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରସ୍ତାବମାନ ଦେଇଥିଲେ l ଭୁବନେଶ୍ୱର ଓ କଟକରେ ଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲିବାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଏହି କେନ୍ଦ୍ର ମାନଙ୍କରେ ବିଭିନ୍ନ ମୌଳିକ ସୁବିଧା ଓ ଭିତ୍ତିଭୂମିର ଅଭାବ ଏବେବି ପୂରଣ ହୋଇପାରିନାହିଁ l ଏହାର ସମାଧାନ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ l ଏହି ସାଧାରଣ ଅଧିବେଶନରେ ସଙ୍ଘର ଗତବର୍ଷର ଆୟବ୍ୟୟକୁ ସଦସ୍ୟମାନେ ପାରିତ କରିବା ସହ 2024-2026 ବର୍ଷ ପାଇଁ ନୂତନ କାର୍ଯ୍ୟକାରୀ କମିଟିର ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନିର୍ବାଚିତ କରିଥିଲେ l ଶେଷରେ ଉପ ସଭାପତି ଶ୍ରୀ ବିରଞ୍ଚି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Comment

All fields marked with an asterisk (*) are required