Search for:

ଓଡିଶା ଅଧା ଉବୁଟୁବୁ।

Spread the love

Loading

ଭୁବନେଶ୍ୱର:ଲଗାଣ ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟା ପରିସ୍ଥିତିରେ ବିଚ୍ଛିନ୍ନାଞ୍ଚଳରେ ଫସି ରହିଥିବା ପ୍ରାୟ ୭୦ ଜଣ ଲୋକଙ୍କୁ ଠାକୁରମୁଣ୍ଡା ଏବଂ କରଞ୍ଜିଆ ଅଗ୍ନିଶମ କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଅଛି । ଗତକାଲି ମଧ୍ୟରାତ୍ରିରେ ବାଉଁଶୁଣି ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରା ପାୱାର ବୋଟ୍ ସାହାଯ୍ୟରେ ତଳିଆ ଅଞ୍ଚଳରେ ଫସି ରହିଥିବା ୮ ଜଣ ନିର୍ମାଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ବରଗଡର ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ଘେସ୍ ନିକଟ ବଡଜୋର ନଦୀ କୂଳରେ ଥିବା ବନ୍ୟା ଜଳ ଦ୍ୱାରା ଏକ ବିଚ୍ଛିନ୍ନ ଘରର ଛାତରୁ ୨ ଜଣ ମହିଳା, ୪ ଜଣ ପୁରୁଷ ଏବଂ ଏକ ମାସର ଶିଶୁକୁ ସୋହେଲା ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଆନନ୍ଦପୁରସ୍ଥିତ ଫକିରପୁର ତଳସାହିର ୩୮ ବର୍ଷିୟ ଜନୈକ ମହିଳାଙ୍କୁ ଆନନ୍ଦପୁର ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରା ବୈତରଣୀ ନଦୀର ପ୍ରବାହିତ ପ୍ରଖର ବନ୍ୟା ଜଳରୁ ଜୀବନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା ।

Leave A Comment

All fields marked with an asterisk (*) are required