ଭୁବନେଶ୍ୱର ଓମ୍ଫେଡ଼ ଛକରେ ପୋଲିସ ପୁଣି ଆତଙ୍କରାଜ,ପୋଲିସର ଲାଠି ମାଡରେ ଯୁବକଙ୍କ ଫାଟିଲା ମୁଣ୍ଡ
ଭୁବନେଶ୍ୱର ଓମ୍ଫେଡ଼ ଛକରେ ପୋଲିସ ପୁଣି ଆତଙ୍କରାଜ,ପୋଲିସର ଲାଠି ମାଡରେ ଯୁବକଙ୍କ ଫାଟିଲା ମୁଣ୍ଡ
ଭୁବନେଶ୍ବର – :-ଏହି କିଛି ଦିନ ପୁର୍ବରୁ ଗତ ୨୮/୫ ତାରିଖ ରାତ୍ର ୧୨ ଘଟିକା ସମୟରେ ଦିନେଶ (ଛଦ୍ମନାମ) ନାମକ ଜଣେ ଯୁବକ କିମ୍ସ ହସପିଟାଲ୍ ରୁ ଫେରିବା ସମୟରେ ଭୁବନେଶ୍ବର ଓମଫେଡ୍ ଛକ ନିକଟରେ ପୋଲିସ ବ୍ଲକିଂ, ଚେକିଂ କରୁଥିଲେ। ଦେବାଶିଷ କୁ ପୋଲିସ ଅଟକାଇ ଥିଲେ, ଗାଡିର ହାତ ବ୍ରେକ୍ ଏବଂ ସିଟ୍ ବେଲ୍ଟ ଖୋଲି ବାହାରକୁ ଆସିଲା ବେଳକୁ ଗାଡିଟି ସାମାନ୍ୟ ଗଡିଯାଇଥିଲା। ତାପରେ ତ ପୋଲିସ ହୋଇଯାଇଥିଲା ରକ୍ତ ମୂଖା ଦେବାଶିଷ କୁ ନିସ୍ତୁକ ମାଡ ମାରିବା ସହିତ ମିଛ ମନଗଢା ଦଫା ଲଗାଇ ଗାଡିକୁ ଜବତ୍ କରି ଥାନାରେ ରଖିଛନ୍ତି।ଏକଛତ୍ର ଶାସନ ଚାଲିଥିବା ରାଜ୍ୟରେ ବିଚରା ଦେବାଶିଷ କାହାକୁ କହିବ ଶୁଣିବ କିଏ ଭାବି ମନ ଦୁଃଖରେ ଆଉଟି ପାଉଟି ହୋଇ ଚୁପ୍ ରହିଲା
ପୁନଶ୍ଚ ଗତ କାଲି ତା୦୧୵୦୬୵୨୪ରିଖ ରାତ୍ରରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଓମ୍ଫେଡ଼ ଛକରେ ପୋଲିସର ବ୍ଲକିଙ୍ଗ ଚାଲିଥାଏ।ଏହି ସମୟରେ ଦୁଇଜଣ ଯୁବକ ଚାଲିଚାଲି ପୋଲିସ ବ୍ଲକିଙ୍ଗ ଅତିକ୍ରମ କରିଥିବା ସମୟରେ ସେଠାରେ ନିୟୋଜିତ ଥିବା କେତେକ ପୋଲିସ କର୍ମଚାରୀ ଯୁବକ ଦୁଇଜଣଙ୍କୁ ଅଟକାଇ ବିଭିନ୍ନ ଅବାନ୍ତର ପ୍ରଶ୍ନ କରି ଗାଳି କରିଥିଲେ ,ଯୁବକ ଦୁଇଜଣ ତାହାର ପ୍ରତିବାଦ କରିବାରୁ ଉପସ୍ଥିତ ଦୁଇଜଣ ପୋଲିସ କର୍ମଚାରୀ ଯୁବକ ଦୁଇଜଣଙ୍କୁ ଅତି ଦୟନୀୟ ଭାବେ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ।ସେହି ସମୟରେ ସେହି ରାସ୍ତାରେ ଆସୁଥିବା ଦୁଇ ଯୁବକଙ୍କ ଜଣେ ପରିଚିତ ଯୁବକ ଘଟଣା କଣ ଜାଣିବା ପାଇଁ ଅଟକି ବାରୁ ତାଙ୍କୁ ମଧ୍ୟ ପୋଲିସ ଲାଠିରେ ପିଟି ମୁଣ୍ଡ ଫଟାଇ ଦେଇଥବା ଜଣା ପଡ଼ିଛି।ଗୁରୁତର ଭାବେ ଆହତ ହୋଇ ଯୁବକମାନେ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।ଘଟଣା ପରେ ବ୍ଲକିଙ୍ଗ ରେ ନିୟୋଜିତ ପୋଲିସ କର୍ମୀମାନେ ସ୍ଥାନ ଛାଡି ଚାଲି ଯାଇଥିବା କୁହା ଯାଉଛି।ଏହି ଘଟଣା ପରେ ସେଠାରେ ଏକ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
ଯଦି ରାଜ୍ୟ ପୋଲିସ ପ୍ରଶାସନର କାର୍ଯ୍ୟ କଳାପ ହିଂସାତ୍ମକ ମନୋଭାବ ପୋଷଣ କରେ,ତେବେ ଆଗାମୀ ଦିନରେ ଓଡିଶାର ସାଧାରଣ ଜନତା ଅତିଷ୍ଟ ହୋଇ ଆଇନ୍ କୁ ନିଜ ହାତକୁ ନେବାକୁ ବାଧ୍ୟ ହେବେ