Search for:
  • Home/
  • ରାଜ୍ୟ/
  • ୨ବର୍ଷରୁ ଉର୍ଦ୍ଧ୍ଵ ଜେଲ ଜୀବନ ପରେ ମୁକ୍ତ ହେଲେ ଢ଼ିଙ୍କିଆ ଜନ

୨ବର୍ଷରୁ ଉର୍ଦ୍ଧ୍ଵ ଜେଲ ଜୀବନ ପରେ ମୁକ୍ତ ହେଲେ ଢ଼ିଙ୍କିଆ ଜନ

Spread the love

Loading

୨ବର୍ଷରୁ ଉର୍ଦ୍ଧ୍ଵ ଜେଲ ଜୀବନ ପରେ ମୁକ୍ତ ହେଲେ ଢ଼ିଙ୍କିଆ ଜନ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁ : ଅନ୍ୟାୟ ଦଣ୍ଡାଦେଶ ବିରୋଧରେ ଓଡ଼ିଶା ହାଇକୋର୍ଟରେ ତୁରନ୍ତ ଅପିଲ୍ କରାଯିବ : ଜିନ୍ଦଲ ବିରୋଧୀ ଆନ୍ଦୋଳନ ସଂହତି ମଞ୍ଚ

ଭୁବନେଶ୍ୱର, ତା ୧୬/୦୫: ଜଳ- ଜମି- ଜଙ୍ଗଲ ତଥା ଜୀବନ ଜୀବିକା ସୁରକ୍ଷା ପାଇଁ ଲଢି ଦୀର୍ଘ ୨ବର୍ଷରୁ ଅଧିକ ସମୟ ଜେଲରେ ଥିବା ଜିନ୍ଦଲ କମ୍ପାନୀ ବିରୋଧୀ ଢ଼ିଙ୍କିଆ ଜନ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁ ଗତକାଲି କୁଜଙ୍ଗ ସବଜେଲ୍ ରୁ ମୁକ୍ତ ହୋଇଛନ୍ତି । ଜିନ୍ଦଲ କମ୍ପାନୀ, ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମିଳିତ ଷଡ଼ଯନ୍ତ୍ର ଫଳରେ ୨୦୨୧ ମସିହାରେ ତାଙ୍କ ନାମରେ ରୁଜ୍ଜୁ ହୋଇଥିବା ମିଛ ମକଦ୍ଦମା ( ଅଭୟଚାନ୍ଦପୁର ଥାନା ଏଫ୍.ଆଇ.ଆର୍ ୧୨୬/୨୦୨୨ ଓ କୁଜଙ୍ଗ ଅତିରିକ୍ତ ଜିଲ୍ଲା ଜଜଙ୍କ କେଶ୍ ସଂଖ୍ୟା ସି.ଟି ୧୦୭/୨୦୨୨) ଏବଂ ମିଛ ସାକ୍ଷୀ ବଳରେ ଗତ ୧୪ ମଇ’ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୨ ବର୍ଷ କାରାଦଣ୍ଡ ଓ ୧୦୦୦ ଟଙ୍କା ଜୋରିମାନା କରାଯାଇଥିଲା। ତାଙ୍କ ସହିତ ମାନସ ବର୍ଦ୍ଧନ, କୈଳାସ ଦାସ ଓ ଅଭୟ ମଲ୍ଲିକଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ହୋଇଥିଲା। ସେମାନେ ସେହିଦିନ ଜାମିନ୍ ରେ ମୁକ୍ତ ହୋଇଥିବା ବେଳେ ଦେବେନ୍ଦ୍ରଙ୍କ ଦୀର୍ଘ ୨ ବର୍ଷ କାରାବାସ ସମୟକୁ ହିସାବ କରି ଗତକାଲି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି।
ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ହୋଇଥିବା ଏହି ଅନ୍ୟାୟ କାରାଦଣ୍ଡାଦେଶ ବିରୋଧରେ ଓଡ଼ିଶା ହାଇକୋର୍ଟରେ ତୁରନ୍ତ ଅପିଲ୍ କରାଯିବା ସହିତ ଢ଼ିଙ୍କିଆ ଚାରି ଦେଶର ଜନସାଧାରଣଙ୍କ ଗଣତାନ୍ତ୍ରିକ ଓ ନ୍ୟାୟ ସଙ୍ଗତ ଆନ୍ଦୋଳନକୁ ମଧ୍ୟ ସମର୍ଥନ ଜାରି ରଖାଯିବ ବୋଲି ଢ଼ିଙ୍କିଆ ଚାରି ଦେଶରେ ଚାଲିଥିବା ଜିନ୍ଦଲ କମ୍ପାନୀ ବିରୋଧୀ ଜନ ଆନ୍ଦୋଳନ ସଂହତି ମଞ୍ଚ ପକ୍ଷରୁ ନରେନ୍ଦ୍ର ମହାନ୍ତି ଓ ପୋସ୍କୋ-ଜିନ୍ଦଲ ବିରୋଧୀ ଆନ୍ଦୋଳନର ମୁଖପାତ୍ର ପ୍ରଶାନ୍ତ ପାଇକରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Leave A Comment

All fields marked with an asterisk (*) are required