ଘରେ ରହି ଭୋଟ ଦେଉଛନ୍ତି ଦିବ୍ୟାଙ୍ଗ।
ଘରେ ରହି ଭୋଟ ଦେଉଛନ୍ତି ଦିବ୍ୟାଙ୍ଗ।
ଆଜି ଦ୍ୱିତୀୟ ଦିନରେ ଭୋଟ ଦେଲେ ଶ୍ରୁତି ମହାପାତ୍ର ।
ଭୋଟ ଦେଉଛନ୍ତି ଭାରତବାସୀ । ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଓଡ଼ିଶାରେ ୧୮ ତମ ଲୋକସଭା ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତିକରଣ, ସରଳ ଓ ସହଯୋଗକାରୀ କରିବା ପାଇଁ ଚଳିତ ବର୍ଷ ଦେଶରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଦିବ୍ୟାଙ୍ଗ ଏବଂ ବୟସ୍କଙ୍କ ପାଇଁ ହୋମ ବାଲଟ ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିବାର ସୁବିଧା କରାଯାଇଛି। ବୁଧବାର ଠାରୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପ୍ରକ୍ରିୟା ରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୫ ବର୍ଷ ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ହୋମ ବାଲଟ ଭୋଟ ବ୍ୟବସ୍ଥା କରାଯାଉଛି। ଯେଉଁ ମାନେ ମତଦାନ କେନ୍ଦ୍ର କୁ ଯାଇ ପାରିବେ ନାହିଁ ସେମାନେ ଘରେ ରହି ନିର୍ବାଚନ ଦାୟିତ୍ଵରେ ଥିବା ଅଫିସର ତଥା ୫ ଜଣ ବିଶିଷ୍ଟ ଟିମ୍ ମାନଙ୍କ ସାହଯ୍ୟରେ ଭୋଟ ଦେବାର ସମସ୍ତ ସୁବିଧା କରାଯାଇଛି। ଯେପରି ଦିବ୍ୟାଙ୍ଗ ବ୍ୟକ୍ତି ମାନେ ସାଧାରଣ ଲୋକଙ୍କ ଭଳି ପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ପ୍ରକ୍ରିୟା ରେ ସାମିଲ ହୋଇପାରିବେ।
ଆଜି ହୋମ୍ ବାଲଟ ଭୋଟ ର ଦ୍ୱିତୀୟ ଦିନରେ ଭୁବନେଶ୍ବରର ବହୁ ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତି ମାନେ ହୋମ ବାଲଟ ମାଧ୍ୟମରେ ନିଜର ମତଦାନ କରିଥିବା ବେଳେ ସ୍ଵାଭିମାନର ମୁଖ୍ୟ ଡଃ ଶ୍ରୁତି ମହାପାତ୍ର ମଧ୍ୟ ଏହି ପ୍ରକ୍ରିୟା ରେ ସାମିଲ ହୋଇ ଭୋଟ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଏହା ଏକ ସୁନ୍ଦର ପ୍ରକ୍ରିୟା। ନିର୍ବାଚନ କମିଶନଙ୍କ ହୋମ୍ ବାଲଟ ବ୍ୟବସ୍ଥା ଦ୍ଵାରା ବହୁ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି ମାନେ ନିଜର ବହୁ ମୂଲ୍ୟ ଭୋଟ ଟି କୁ ନଷ୍ଟ ନ କରି ଦେଶ ଓ ରାଜ୍ୟ ଗଠନ ରେ ଲଗାଉଛନ୍ତି । ଏବଂ ଅଧିକ ରୁ ଅଧିକ ଗଣତାନ୍ତ୍ରିକ ପ୍ରକ୍ରିୟା ରେ ସାମିଲ ହୋଇପାରୁଛନ୍ତି। ଡଃ. ଶ୍ରୁତି ମହାପାତ୍ର ନିଜେ ଭୋଟ ଦେଇ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଅଧିକ ରୁ ଅଧିକ ଭୋଟ ଦେବା ପାଇଁ ଉତ୍ସାହିତ କରିଥିଲେ।