ଉତ୍ତର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ଏବଂ ହଜାର ହଜାର ସକ୍ରିୟ ବିଜୁ ଜନତା ଦଳର କର୍ମକର୍ତ୍ତା
ଭୁବନେଶ୍ୱର:ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବି ଏମ ସି ୱାର୍ଡ ନଂ ୧୮ ଠାରେ ଏକ ବାଇକ ରାଲି ନିର୍ବାଚନୀ ଶୋଭାଯାତ୍ରା ଏବଂ ବି ଏମ ସି ୱାର୍ଡ ନଂ ୨୨ ଭରତପୁର ଏବଂ ଡମଣା ଠାରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ଏବଂ ହଜାର ହଜାର ସକ୍ରିୟ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ସହଯୋଗରେ ଆଶୀର୍ବାଦ ସଭା ଅନୁଷ୍ଠିତ ହୋଇଯାଇଅଛି| ଜନକଲ୍ୟାଣ, ଉତ୍ତମ ଶାସନ ତଥା ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ସାରାଦେଶରେ ପରିଚିତ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ଆଜି ଆମ ରାଜ୍ୟ ସାରା ଦେଶରେ ଏକ ନମ୍ବର ହେବାକୁ ଯାଉଛି | ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଉଦ୍ୟମରେ ଅନେକ ବିକାଶମୂଳକ ପ୍ରକଳ୍ପ ସଫଳ ଭାବେ କାର୍ଯ୍ୟକାରୀ ହୋଇଛି ଏବଂ ଆଗକୁ ଆହୁରି ବିକାଶମୂଳକ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ତାଙ୍କୁ ପୁଣି ଥରେ ଶାସନ ଦାୟିତ୍ୱ ଦେଇ ପ୍ରଗତି ଧାରାକୁ ବଜାୟ ରଖିବା ପାଇଁ କର୍ମୀ ମାନେ ବଦ୍ଧପରିକର ହେବ ପାଇଁ ଅନୁରୋଧ କରିଥିଲେ | ଆଜିର ଏହି କାର୍ଯ୍ୟକ୍ରମ ଗୁଡିକରେ ଅନ୍ୟତମ ପ୍ରମୁଖ ଅତିଥି ଭାବେ ବରିଷ୍ଠ ନେତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ଡେପୁଟି ମେୟର ମଞ୍ଜୁଲତା କହ୍ନର, ସ୍ଥାନୀୟ କର୍ପୋରେଟର ବିପ୍ଳବ ବେହେରା, ଲାଲ ମୋହନ ଟୁଡୁ, ପ୍ରତାପ ରାଉତରାୟ ସଞ୍ଜୟ ବଳିୟାରସିଂ, ରମେଶ ସାହୁ , ସୁଲେଖ ରଥ, ପ୍ରଦୀପ ମହାପାତ୍ର, ମନୋଜ ସାହୁ, ନବଘନ ସାହୁ , ଦିଲେଶ ରାଓ , ଭଗବାନ ସୁବୁଧି, ବିନୋଦ ସାହୁଙ୍କ ସମେତ ବହୁ ସଂଖ୍ୟାରେ ଏସ ଏଚ ଜି ଗ୍ରୁପର ମା ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଗୁଡିକୁ ସଫଳ କରିବାରେ ସହାୟକ ହୋଇଥିଲେ |