ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କୁ ବିଜେଡିର ଗୁଣ୍ଡାମାନଙ୍କର ଆକ୍ରମଣଙ୍କୁ ନିନ୍ଦା କରୁଛି :ଏବିଭିପି
ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କୁ ବିଜେଡିର ଗୁଣ୍ଡାମାନଙ୍କର ଆକ୍ରମଣଙ୍କୁ ନିନ୍ଦା କରୁଛି :ଏବିଭିପି
•ବିଜେଡିର ଗୁଣ୍ଡାମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ରାଜରାସ୍ତାକୁ ଓହ୍ଲାଇବ : ଅରିଜିତ ପଟନାୟକ
•ଏବିଭିପିର ରାଜ୍ୟ ସହ ସମ୍ପାଦକ ଶ୍ଵେତାଂଶୁଙ୍କୁ ମାଡମାରିବା ଘଟଣା ନିଦନୀୟ
ଭୁବନେଶ୍ୱର 02/08/2023- ସରକାର ଛାତ୍ରମାନଙ୍କ ସ୍ୱରକୁ ଦୀର୍ଘଦିନ ଧରି ଚାପିଦେଇଛନ୍ତି l ଏ କଥା କଥିତ ଅମଲା ତନ୍ତ୍ରରେ ପରିଚାଳିତ ହେଉଥିବା ସରକାର ନିଜର ରାଜନୈତିକ ଆକାକ୍ଷା ପୂରଣ କରିବା ପାଇଁ ସାଧାରଣ ଛାତ୍ରମାନଙ୍କୁ କ୍ୟାମ୍ପସ ମାଡ ମାରିବା ଘଟଣା ନିନ୍ଦନୀୟ l ଯେଉଁ ଭଳି ଆଜି ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଛାତ୍ରମାନେ ସମ୍ବଲପୁରୀ ଦିବସ ପାଳନ କରୁଥିବା ସମୟରେ ବିଜୁ ଜନତା ଦଳର ଗୁଣ୍ଡାମାନେ ଛାତ୍ର ମାନଙ୍କୁ ମାଡ ମାରି ରକ୍ତତା କରିବା ସମୟରେ ଏବିଭିପି ଓଡ଼ିଶାର ରାଜ୍ୟ ସହ ସମ୍ପାଦକ ଶ୍ଵେତାଂଶୁ ଶେଖର ବରାଇ , ଜ଼ିଲ୍ଲା ସଂଯୋଜକ ପ୍ରିତିଶ କର, ଶୁଭମ ମିଶ୍ର l ସେହି ଛାତ୍ରମାନଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଉଦ୍ୟମ ସମୟରେ ବିଜେଡି ର ଗୁଣ୍ଡାମାନେ ଏବିଭିପିର ଛାତ୍ର ନେତାଙ୍କୁ ଭୁଜାଲି ସାହାଯ୍ୟ ରେ ନିର୍ଧୁମ ମାଡ ମାରି ରକ୍ତତା ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତୀ ହେବା ଘଟଣା କେଉଁଠି ନା କେଉଁଠି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ଚିତ୍ର ଚିତ୍ରଣ କରୁଛି l ସାଧାରଣ ଛାତ୍ରମାନଙ୍କୁ ମାଡ ମାରି କ୍ୟାମ୍ପସରେ ଯେଉଁ ଶୈକ୍ଷିକ ବାତାବରଣ ନଷ୍ଟ କରୁଛି ବିଜୁ ଜନତା ଦଳ ଏହାକୁ ଏବିଭିପି ନିନ୍ଦା କରୁଛି ଏବଂ ଏହା ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ସମ୍ବଲପୁର ପୋଲିସ ପ୍ରଶାସନ ନଚେତ ପ୍ରେତ୍ୟକ କ୍ୟାମ୍ପସରେ ନିଆଁ ଜଳିବ ବୋଲି ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟନାୟକ କହିଛନ୍ତି l ଏ ସରକାର ଯଦି ଛାତ୍ରଙ୍କ ସୁରକ୍ଷା ଦେଇପାରୁନାହାନ୍ତି ସେ କଣ ରାଜ୍ୟବାସୀଙ୍କୁ ନ୍ୟାୟ ଦେବେ l