Search for:
  • Home/
  • ରାଜ୍ୟ/
  • ଭୋଟ ଦେଉଛି ଓଡ଼ିଶା” : ମୁଖ୍ଯ ନିର୍ବାଚନ ଅଧିକାରୀ

ଭୋଟ ଦେଉଛି ଓଡ଼ିଶା” : ମୁଖ୍ଯ ନିର୍ବାଚନ ଅଧିକାରୀ

Spread the love

Loading

 

ଭୋଟ ଦେଉଛି ଓଡ଼ିଶା” : ମୁଖ୍ଯ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ୧୩-୦୫-୨୦୨୪ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ଯ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି । ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା କରାଯାଉଛି । ତେଣୁ ବ୍ଯସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ଯରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରି ର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ ମତଦାନ କରିଥିବା ଲୋକେ ଏଇଥର ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ଯ ସମସ୍ତ ଅଂଚଳରେ ମଧ୍ଯ ସମସ୍ତେ ମତଦାନ କରିବାକୁ ମୁଖ୍ଯ ନିର୍ବାଚନ ଅଧିକାରୀ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ରାଜ୍ଯ ପୋଲିସ୍ ନୋଡାଲ ଅଧିକାରୀ ଶ୍ରୀ ସଂଜୟ କୁମାର ସଂପୂର୍ଣ୍ଣ ସୁରକ୍ଷା ବ୍ଯବସ୍ଥା ମଧ୍ଯରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ।

Leave A Comment

All fields marked with an asterisk (*) are required