Search for:
  • Home/
  • ରାଜ୍ୟ/
  • ଆଜିଠୁ ଭୁବନେଶ୍ଵର କାହାଣୀ ଉତ୍ସବ ବିଡିଏ ପକ୍ଷରୁ ଆୟୋଜିତ ହେବ ତୃତୀୟ ସଂସ୍କରଣ

ଆଜିଠୁ ଭୁବନେଶ୍ଵର କାହାଣୀ ଉତ୍ସବ ବିଡିଏ ପକ୍ଷରୁ ଆୟୋଜିତ ହେବ ତୃତୀୟ ସଂସ୍କରଣ

Spread the love

Loading

ଆଜିଠୁ ଭୁବନେଶ୍ଵର କାହାଣୀ ଉତ୍ସବ
ବିଡିଏ ପକ୍ଷରୁ ଆୟୋଜିତ ହେବ ତୃତୀୟ ସଂସ୍କରଣ

ଭୁବନେଶ୍ଵର: ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ସପ୍ତାହେ ବ୍ୟାପୀ ଏକାମ୍ର ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଫେବୃଆରୀ ୩ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଉତ୍ସବରେ ଏକାଧିକ କାର୍ଯକ୍ରମ ହେଉଥିବା ବେଳେ, ଭୁବନେଶ୍ୱର କାହାଣୀ ଉତ୍ସବ ବର୍ତ୍ତମାନ ଏହାର ତୃତୀୟ ସଂସ୍କରଣରେ ପଦାର୍ପଣ କରିବାକୁ ଯାଉଛି। ସହରର ପ୍ରମୁଖ ୪ଟି ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି), ଏପିଜେ ଅବଦୁଲ କାଲାମ ପାର୍କ (କଳିଙ୍ଗନଗର) ଏବଂ ନୀଳାଦ୍ରି ବିହାରର ବୁଦ୍ଧ ପାର୍କଠାରେ, କାହାଣୀ ଉତ୍ସବରେ ଆକର୍ଷଣୀୟ କାହାଣୀ ଶୁଣିବା ପାଇଁ ସମସ୍ତେ ଏକତ୍ରିତ ହେବେ। ଏହି ଉତ୍ସବ ଅପରାହ୍ନ ୨ଟା ୩୦ରୁ ଆରମ୍ଭ ହୋଇ ୭ ଟା ୩୦ ପର୍ଯ୍ୟନ୍ତ ଆସନ୍ତା ୫ ତାରିଖ ଯାଏଁ ଚାଲିବ।

ଚଳିତବର୍ଷ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଉତ୍ସବର ସବୁ କାହାଣୀ ଓଡ଼ିଆରେ ହେବ। ଓଡିଶାର କଥା,ଖାଦ୍ୟ, ଉପନ୍ୟାସ, ଜୀବନୀ ସବୁକିଛିକୁ ଗପ ମାଧ୍ୟମରେ ଶୁଣିବାକୁ ପାଇବେ ରାଜଧାନୀବାସୀ। ଓଡିଆର ସର୍ବୋତ୍ତମ କାହାଣୀ , ଶ୍ରେଷ୍ଠ ଷ୍ଟାଣ୍ଡ ଅପ୍ କମିକ୍ସ,ଚଳଚ୍ଚିତ୍ର ତାରକା ଅଭିନେତାଙ୍କ ସମେତ ରାଜ୍ୟର ଅନେକ କାହାଣୀକାରଙ୍କୁ ଏହି ଉତ୍ସବରେ ଅନ୍ତର୍ଭୁକ୍ତ କରାଯାଇଛି। ହାସ୍ୟରସ କାହାଣୀ, ଲୋକମାନଙ୍କ ଦ୍ବାରା ସେମାନଙ୍କ ଜୀବନ କାହାଣୀ, ମିଲେଟ ଏବଂ ଓଡିଶାର ଖାଦ୍ୟ ଓ ଶାସ୍ତ୍ରୀୟ ଓଡିଆ ସାହିତ୍ୟ ଉପରେ କାହାଣୀ ଶୁଣିବାକୁ ମିଳିବ। କୁନା ତ୍ରିପାଠୀ, ଆକାଶ ଦାସ ନାୟକ, ଉସଷୀ ମିଶ୍ର, ଅଙ୍କିତା ପଟ୍ଟନାୟକ, ସବିତା ପଟ୍ଟନାୟକ, ତପସ୍ଵିନୀ ପଣ୍ଡା, ଶାଶ୍ଵତୀ ନନ୍ଦ ଶତପଥୀ, ହୃଦୟ ରଞ୍ଜନ, ସୁଜିତ୍ ମହାପାତ୍ର, ଲୋପାମୁଦ୍ରା ମହାନ୍ତି, ଗୌରହରି ବିଶ୍ଵାଳ, ବସନ୍ତ ସାହୁ, ବିଦ୍ୟୁତଲତା ପାଣିଗ୍ରାହୀ, ଯଶଶ୍ଵୀନି ମହାପାତ୍ର, ଶିବାନୀ ଦାସ, ସ୍ୱାଗତିକା ସେଠୀ, ସମ୍ବାଦ ମହାପାତ୍ର, ବସନ୍ତ ସାହୁ, ବଳରାମ ବେହେରା ପ୍ରମୁଖ କାହାଣୀକାର ଶ୍ରୋତାଙ୍କୁ ନିଜ ନିଜ କାହାଣୀରେ ବାନ୍ଧି ରଖିବେ ।

ଏଥର କାହାଣୀ ଉତ୍ସବରେ ମାଣ୍ଡିଆ ଏବଂ ଓଡିଆ ଖାଦ୍ୟ ଉପରେ ଗପ ଶୁଣିବାକୁ ପାଇବେ। ମଣ୍ଡା ଖିଆ ଅସୁର ମାଣ୍ଡିଆ ଖାଉଥିଲା ଏଭଳି କିଛି ପୁରୁଣା ଗପ ସହ ନୂଆ ଗପକୁ ଯୋଡ଼ି କାହାଣୀକାର ପ୍ରାଚୀତାରା ମିଶ୍ର ଏବଂ ଶାଶ୍ଵତୀ ପଟ୍ଟନାୟକ କାହାଣୀ କହିବେ। ସେହିଭଳି ଷ୍ଟାଣ୍ଡ ଅପ କମେଡିଆନଙ୍କୁ ନେଇ କାର୍ଯକ୍ରମ ରହିଛି। ଯେଉଁଠି ପିଲାଙ୍କୁ ମଜାଳିଆ କଥା ମାଧ୍ୟମରେ ଓଡ଼ିଶାର କଥାକୁ ଉପସ୍ଥାପିତ କରିବେ । ବର୍ଷା ମିଶ୍ର, ରିତେନ୍ ପଟ୍ଟନାୟକ, ସତ୍ୟବ୍ରତ ଭଳି ଷ୍ଟାଣ୍ଡଅପ୍ କମେଡିଆନଙ୍କୁ ଯୁବପିଢି ଶୁଣିବାକୁ ପସନ୍ଦ କରିବେ। ପ୍ରେରଣାଦାୟୀ ଜୀବନୀ କାହାଣୀ ମାଧ୍ୟମରେ ଶ୍ରୁତି ମହାପାତ୍ର,ମୀରା ପରିଡ଼ା, ରମେନ୍ଦ୍ର କୁମାର, ଇଲିଆନା ଚିତାରିସ୍ତିଙ୍କ ଭଳି ବ୍ୟକ୍ତିତ୍ୱ ନିଜ ନିଜ ଜୀବନର କାହାଣୀ କହିବେ, ଯାହା ଶ୍ରୋତାଙ୍କୁ ପ୍ରେରଣା ଦେବ। ଅନ୍ୟପକ୍ଷେ ଉପସ୍ଥିତ ଲୋକମାନଙ୍କୁ ଶାସ୍ତ୍ରୀୟ ଓଡିଆ ଉପନ୍ୟାସର ସମସାମୟିକ ରୂପକୁ ଜାଣିବା ସହ କାଳଜୟୀ କାହାଣୀରେ ଏକ ଆଧୁନିକ ଅଧ୍ୟାୟକୁ ଯୋଡ଼ିବା ପାଇଁ ସୁଜାତା ପ୍ରିୟମ୍ୱଦା,ମୀରା ଦାସ ଖୋରାକ ଯୋଗାଇବେ। ଆଗରୁ ଗାଁ ଗହଳିରେ ଦେଖିବାକୁ ମିଳୁଥିବା କଣ୍ଢେଇ ନାଚ ମଧ୍ୟ ଶ୍ରୋତାଙ୍କୁ ମନୋରଞ୍ଜନ ଯୋଗାଇବ।  

Leave A Comment

All fields marked with an asterisk (*) are required