୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ।
୨୫ ବର୍ଷ ତଳର ହତ୍ୟା ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର: ବ୍ରହ୍ମପୁର : ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ । ୨୫ ବର୍ଷ ତଳର ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ହୋଇଥିବା ପୁଲିସ ଅଫିସରଙ୍କ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ଗୁରୁତ୍ୱପୂର୍ଣ୍ଣ ରାୟ। ଏହି ମାମଲାରେ ପୂର୍ଵତନ ବିଧାୟକ ଏନ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ବ୍ରହ୍ମପୁର ଏଡିଜେ ୩ କୋର୍ଟ ଆଜି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା।
ଉଲ୍ଲେଖଯୋଗ୍ୟ ୨୫ ବର୍ଷ ତଳେ ୧୯୯୮ ମସିହା ମଇ ମାସ ୧୮ ତାରିଖରେ ଏହି ଘଟଣା ଘଟିଥିଲା। ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଇଁ ସିନ୍ଧି ଗାଁରେ ଏକ ବୈଠକ ବସିଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଓ ମାରପିଟ୍ରେ ଗଞ୍ଜାମ ପୋଲିସ RI(ରିଜର୍ଭ ଇନ୍ସପେକ୍ଟର) ବିନୋବା ବେହେରାଙ୍କ ହତ୍ୟା ହୋଇଥିଲା। ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଣ ସଂଗ୍ରାମ ସମିତିନାମରେ ସଙ୍ଗଠନ କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରୁଥିଲେ। ଗଣ ସଂଗ୍ରାମ ସମିତିର ମୁଖ୍ୟ ନେତା ଥିଲେ ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ। ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା। ଏନ ନାରାୟଣ ରେଡ୍ଡୀ କମୁନିଷ୍ଟ ଛତ୍ରପୁର ବିଧାୟକ ଥିଲେ। ସେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଛତ୍ରପୁର ବିଧାୟକ ଥିଲେ।
୧୯୯୮ ମସିହାରେ ଟାଟା ବିରୋଧୀ ଆନ୍ଦୋଳନ ସମୟରେ ପୋଲିସ୍ ସହ ନିଜର ଭିଟାମାଟି ବଂଚାଇବା ପାଇଁ ସାଧାରଣ ଜନତାଂକ ସଂଘର୍ଷ ରେ ମୃତ୍ଯୁ ବରଣ କରିଥିବା ଇନିସ୍ପେକ୍ଟର ବିନୟ ମେହେର ମକଦ୍ଦମାରେ ଆଜି ବ୍ରହ୍ମପୁର ଏଡିଜେ-୩ କୋର୍ଟ ଟାଟା ବିରୋଧୀ ଆନ୍ଦୋଳନର ନାୟକ, ପୂର୍ବତନ ବିଧାୟକ ତଥା ବିଶିଷ୍ଟ କମ୍ଯୁନିଷ୍ଟ ନେତା ନାରାୟଣ ରେଡ୍ଡିଂକ ସମେତ ୧୩ ଜଣଂକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଭିଟାମାଟି ପାଇଁ ସଂଘର୍ଷ ରତ ସାଧାରଣ ଜନତାଂକ ଉପରେ ପୋଲିସ ଦମନ ଓ ଅତ୍ଯାଚାର, ମିଥ୍ଯା ମକଦ୍ଧମା ବଢିଚାଲିଛି। ଶାସକ ଶ୍ରେଣୀ କର୍ପୋରେଟ୍ ସ୍ୱାର୍ଥରେ ନାରାୟଣ ରେଡ୍ଡି କିମ୍ବା ଅନ୍ଯ ସାଥୀ ମାନଂକୁ ମିଥ୍ଯା କେଶ୍ ରେ ଜଡିତ କରି ଦଣ୍ଡିତ କରିବା ଆମକୁ ଆଶ୍ଚର୍ଯ୍ଯ କରୁନାହିଁ। ଏହା ଭବିଷ୍ଯତ ପିଢିକୁ ଭୟଭିତ କରି କର୍ପୋରେଟ ଗୁଲାମ ଗଢି ତୋଳିବାକୁ ଅଭିପ୍ରେତ।
ସାଥୀ ନାରାୟଣ ରେଡ୍ଡିଂ ଓ ଅନ୍ଯ ସାଥୀ ମାନଂକ ପ୍ରତି ଏଭଳି ଅସମୟରେ ଦୃଢତାର ସହ ଛିଡା ହୋଇ ସାଧାରଣ ମଣିଷଂକ ବିରୁଦ୍ଧରେ କର୍ପୋରେଟ୍ – ରାଷ୍ଟ୍ର ପ୍ରାୟୋଜିତ ହିଂସା ଓ ଦମନକୁ ପ୍ରତିହତ କରିବାକୁ ହେବ।