Search for:
  • Home/
  • ରାଜ୍ୟ/
  • ଏକକ, ଦୈତ୍ୟ ଓ ଦଳଗତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର ଆନ୍ତର୍ଜାତୀୟ ଅର୍କ ନୃତ୍ୟ ଉତ୍ସବ ୨୦୨୩ ଉଦ୍‌ଯାପିତ

ଏକକ, ଦୈତ୍ୟ ଓ ଦଳଗତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର ଆନ୍ତର୍ଜାତୀୟ ଅର୍କ ନୃତ୍ୟ ଉତ୍ସବ ୨୦୨୩ ଉଦ୍‌ଯାପିତ

Spread the love

Loading

ଏକକ, ଦୈତ୍ୟ ଓ ଦଳଗତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର
ଆନ୍ତର୍ଜାତୀୟ ଅର୍କ ନୃତ୍ୟ ଉତ୍ସବ ୨୦୨୩ ଉଦ୍‌ଯାପିତ

ଭୁବନେଶ୍ୱର ତା ୨୨.୧୨.୨୦୨୩* – ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରର ଦାସି ସାଂସ୍କୃତିକ ଗ୍ରାମ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଆନ୍ତର୍ଜାତିୟ ଅର୍କ ନୃତ୍ୟ ଉତ୍ସବ ୨୦୨୩ ଭଞ୍ଜ କଳା ମଣ୍ଡପରେ ଉଦ୍‌ଯାପିତ ହୋଇଯାଇଅଛି । ଏହି ଉଦ୍‌ଯାପନୀ ସଂଧ୍ୟାରେ ଓଡ଼ିଶୀର ତିନିଗୋଟି ପର୍ଯ୍ୟାୟ ଯଥା ଏକକ, ଦୈତ୍ୟ ଓ ଦଳଗତ ନୃତ୍ୟର ମହାକୁମ୍ଭ ଦେଖିବାକୁ ମିଳିଥିଲା ।

ସକାଳ ଅଧିବେଶନରେ ସରିତା କାନୁନଗୋ, ମିମାଂଶା ଦାଶ, ଅନ୍ୱେଷା ଗିରି, ଆୟୁଷ ପଣ୍ଡା, ଶ୍ରଦ୍ଧା ସ୍ୱସ୍ତିକ ଆଚାର୍ଯ୍ୟ, ରାଣୀ ପଣ୍ଡା, ସ୍ୱମ୍ପ୍ରବ ମିଶ୍ରଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ଦୈତ୍ୟ ନୃତ୍ୟ ପର୍ଯ୍ୟାୟରେ ଆଦ୍ୟାସା ଗେଜୋ ଓ ଅନନ୍ୟା ଆନନ୍ଦିତା ମିଶ୍ର, ମିମାଂଶା ଦାଶ ଓ ଶ୍ରଦ୍ଧା ସ୍ୱସ୍ତିକ ଆଚାର୍ଯ୍ୟ, ଭାଗ୍ୟଶ୍ରୀ ଦାସ ଓ ଆୟୁଷୀ ମହାନ୍ତି ଏବଂ ଜାହ୍ନବୀ ଜେନା ଓ ଶ୍ରେୟାଂଶୀ ସାହୁଙ୍କ ଦ୍ୱାରା ପରିବେଷିତ ନୃତ୍ୟକୁ ଦର୍ଶକ ବେଶ୍‌ ଉପଭୋଗ କରିଥିଲେ । ଦଳଗତ ନୃତ୍ୟ ପର୍ଯ୍ୟାୟରେ ଶ୍ରୀପର୍ଣ୍ଣା ମାଇଟି, ଉଷିକା ପ୍ରଧାନ ଓ ନମ୍ରତା ଦାସ ଦ୍ୱାରା ନୃତ୍ୟ ପରିବେଷିତ ହୋଇଥିଲା । ପରବର୍ତ୍ତୀ ଦଳଗତ ନୃତ୍ୟଟି ଡ଼ାଲିସ୍ମିତା ବେଟି, ଲିପ୍ସା ମାଝୀ ଓ ଆରାଧ୍ୟ ନାୟକଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ସେମାନଙ୍କ ପରେ ଅନ୍ୟ ଏକ ଦଳଗତ ନୃତ୍ୟ ପରିବେଷଣ କରିଥିଲେ ଆରାଲିନ୍‌ ଆଦିସ୍ମିତା ସାହୁ, ବ୍ରତତୀ ସାହୁ, ପ୍ରୀତି ପ୍ରିୟଦର୍ଶନୀ ସାହୁ । ଶେଷରେ ସୋନାକ୍ଷୀ ପ୍ରିୟଦର୍ଶିନୀ ସାହୁ, ଓମଶ୍ରୀ ସାହୁ, ସ୍ୱୟଂ ଦାସ, ସାଇଶ୍ରୀ ଶିଶଉ, ସରସ୍ୱତୀ ଦାସ ଓ ଏସ୍‌. ସାଇଲିଜାଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା ।

ଅପରାହ୍ନ ଅଧିବେଶନରେ ଓଡ଼ିଶୀ ଏକକ ନୃତ୍ୟରେ ଦୀପ୍ତିଶିଖା ପ୍ରିୟଦର୍ଶିନୀ, ସୁପ୍ରିୟା ବେହେରା, ଆରାଧ୍ୟ ବେହେରା, ସୁଚିସ୍ମିତା ଦାସ, ଅନନ୍ୟା ସାମନ୍ତରାୟ, ସାନଭି ସଞ୍ଚôତା କର, ତନ୍‌ଗୁଡ଼ୁ ଦିପ୍ତି, ରଚନା ଖିଲାର, ସୌମିକା ଶ୍ରେୟସୀ, ଲିପ୍ସା ରାଣୀ ବେହେରା ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ଦୈତ୍ୟ ନୃତ୍ୟ ପରିବେଷଣ କରିଥିଲେ ଅଂଶିତା ପାଢୀ ଓ ଜାହ୍ନବୀ ପାଢୀ ଏବଂ ବର୍ଷା ପ୍ରିୟଦର୍ଶିନୀ ଷଡ଼ଙ୍ଗୀ ଓ ହିତାଂଶୀ ଚୌଧୁରୀ । ଦଳଗତ ନୃତ୍ୟ ପ୍ରସ୍ତୁତ କରିଥିଲେ ବିଜୟଲକ୍ଷ୍ମୀ ସାମଲ, ବୈଷ୍ଣବୀ ଜେନା, ରୁଦ୍ରାକ୍ଷୀ ଜେନା, ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକ, ସ୍ନେହା ସାମଲ । ପରବର୍ତ୍ତୀ ଦଳଗତ ନୃତ୍ୟ ପରିବେଷଣ କରିଥିଲେ ଆରାଧ୍ୟ ସାହୁ, ରେଣୁକା ଶୁଭଦର୍ଶିନୀ, ନିଶିବାନ୍ୟ ଆଚାର୍ଯ୍ୟ, ସନୟା ଓ ବିନ୍ଦିଆରାଣୀ ବାରିକ ପରେ ପରେ ଦୀପ୍ତିଶିଖା ପ୍ରିୟଦର୍ଶିନୀ, ଦିଗଦର୍ଶିନୀ ଗୋଛାୟତ, ରିହାନଶ୍ରୀ ରାଉତ ଓ ଶୁଭଶ୍ରୀ ନାୟକଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ପରବର୍ତ୍ତୀ ଦଳଗତ ନୃତ୍ୟଟିକୁ ପରିବେଷଣ କରିଥିଲେ କୃତିକା ସାହୁ, ଅଭିପ୍ସା ପାଣିଗ୍ରାହୀ ଓ ଶ୍ରଦ୍ଧା ସ୍ୱରୂପ । ଶେଷ ପ୍ରସ୍ତୁତିଟି ଥିଲା ହିରାକୁଦରୁ ଆସିଥିବା ଜିଗ୍‌ଜାଗ୍‌ ନୃତ୍ୟାନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ।

ସଂଧ୍ୟାର ଅଧିବେଶନରେ ଆମେରିକାର ଗୁରୁ ଜ୍ୟୋତି ରାଉତ, ଶେୟା କରଣ, ଡ଼ଃ, ବିଦିଶ ମହାନ୍ତି, ଭୁବନେଶ୍ୱରର ରଞ୍ଜନ କୁମାର ରାଉତ, ଭାଗ୍ୟଶ୍ରୀ ଦାସ ଓ କୋଲକାତର ମୌ ରା୍ର ଚୌଧୁରୀଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ତା ପରେ ସାହିଲ କହଁର ଓ ଶିବ ଶଙ୍କର ମେହେରଙ୍କ ଦ୍ୱାରା ଦୈତ୍ୟ ଓଡ଼ିଶୀ ନୃତ୍ୟ ଏବଂ ଶେଷରେ ରନିକା ନାୟକ, ଶିଖା ବଳିଆରସିଂହ, ଶ୍ରୀୟା ଉଥାନସିଂହ, ଝାନସୀରାଣୀ ପାତ୍ର, ସ୍ମିତା ପରିଛା, ଅମିଷା ପାଲ, ମାନସୀ ନାୟକ ଓ ମିନାକ୍ଷୀ ବଳିଆର ସିଂହଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା ।

ଉଦ୍‌ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ସୁଜାତା ମହାପାତ୍ର, କିଟ୍‌ ଅନୁଷ୍ଠାନର ନିର୍ଦ୍ଦେଶକ(ସାମାଜିକ ବିକାଶ) କାବ୍ୟା ପ୍ରିୟଦର୍ଶନୀ ଧଳ, ଆମେରିକା ଓଡ଼ିଆ ସୋସାଇଟିର ପାର୍ଥ ପଣ୍ଡା, ଦୁବାଇର ଓଡ଼ିଆ ଉଦ୍ୟୋଗୀ ପ୍ରଜ୍ଞାନ ଦାଶ ଏବଂ ଦାଶୀ ସାଂସ୍କୃତିକ ଗ୍ରାମର ସଚିବ ବୁଦ୍ଧଦେବ ଦାଶ । କୁମାର ଭୀମସେନ କାର୍ଯ୍ୟକ୍ରମ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ ।

Leave A Comment

All fields marked with an asterisk (*) are required