ବାପାଙ୍କ ଶବ ସତ୍କାର ପୁର୍ବରୁ ଚାଲିଗଲା ପୁଅର ଜୀବନ
ଭାଗ୍ୟର ବିଡମ୍ବନା
ବାପାଙ୍କ ଶବ ସତ୍କାର ପୁର୍ବରୁ ଚାଲିଗଲା ପୁଅର ଜୀବନ
କୋରାପୁଟ,୬/୧୨/୨୩: ବାପାଙ୍କ ଶବ ସତ୍କାର ପୁର୍ବରୁ ଅକାଳରେ ଚାଲି ଗଲା ପୁଅର ଜୀବନ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବୋରିଗୁମ୍ମା ବ୍ଲକ କାମତା ଗ୍ରାମରେ। ପାଇଁ ପ୍ରସ୍ତୁତକରିବା ବେଳେ ପୁଅ ନିରବି ଗଲେ l ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମଣ ମଣ୍ଡଳଙ୍କର ମୃତ୍ୟୁ ହୋଇଥିଲା । ଆଜି ନିଜ ଗାଁରେ ଶବ ସତ୍କାର ନିମନ୍ତେ ପ୍ରସ୍ତୁତି ଚାଲୁଥିଲା, ଠିକ ସେତିକିବେଳେ ପୁଅ ବେଣୁଧର ମଣ୍ଡଳଙ୍କ ମୁଣ୍ଡ ଉପରେ ଏକ ଗଛର ଡାଳ ଭାଙ୍ଗି ପଡି ଯାଇଥିଲା । ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହେବାରୁ ସଙ୍ଗେ ସଙ୍ଗେ ପରିବାର ଲୋକେ ବରୁଣକୁ ବୋରିଗୁମ୍ମା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ସମ୍ପର୍କରେ ଖବର ପ୍ରଚାର ପରେ କାମତା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।