ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ପାଇଁ , ଭୁବନେଶ୍ୱର ବାଲିଯାତ୍ରରେ ଦସ୍ତଖତ ଅଭିଯାନ
ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ପାଇଁ , ଭୁବନେଶ୍ୱର ବାଲିଯାତ୍ରରେ ଦସ୍ତଖତ ଅଭିଯାନ
ଭୁବନେଶ୍ୱର,2/12 : ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବିରେ ରାଜଧାନୀ ଓ ଏହାର ଆଖପାଖରେ ଥିବା ୯୫୦ମୁରବୀ ବିଭିନ୍ନ ପୂଜା କମିଟି ମୁଖ୍ୟ ଓ ସାହି ମୁରବୀଙ୍କ ଦସ୍ତଖତ ସଂଗ୍ରହ ପରେ ଆଜି ଭୁବନେଶ୍ୱର ବାଲିଯାତ୍ରାରେ ଦସ୍ତଖତ ସଂଗ୍ରହ କରାଯାଇଛି । ଭୁବନେଶ୍ୱରକୁ ଜିଲ୍ଲା ପାଇଁ ସବୁ ମୁରବି ଏହି ଦସ୍ତଖତ ଅଭିଯାନ ଯାର୍ଥାତ ବୋଲି ଏଥିରେ ଏକମତ ହୋଇଛନ୍ତି। ବାଲିଯାତ୍ରା କମିଟି ପୂର୍ବତନ ସଭାପତି ଅଭୟ ବଡ଼ଜେନା, ଚଳଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା, ଆଇନଜୀବୀ ସରୋଜ କୁମାର ସାହୁ, ଭୁବନେଶ୍ୱର ଜିଲ୍ଲା ଅଭିଯାନ ଆବାହକ ଲିଙ୍ଗରାଜ ସାହୁ ପ୍ରମୁଖ ସାମିଲ ହୋଇ ଦସ୍ତଖତ ସଂଗ୍ରହ କରିଥିଲେ।ଭୁବନେଶ୍ୱରକୁ ଜିଲ୍ଲା ପାଇଁ ଅଭିଯାନରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସମଷ୍ଟିର ସ୍ୱର ‘ମିଳିତ ମହାମଞ୍ଚ’ ପକ୍ଷରୁ ବିଭିନ୍ନ ମୁରବୀ ଓ ଅନୁଷ୍ଠାନର ସହଯୋଗରେ ଭୁବନେଶ୍ୱରକୁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ ଖୁବ୍ ଶିଘ୍ର ଉପସ୍ଥାପନା ହେବାକୁ ନିଷ୍ପତି ଗ୍ରହଣ କରାଯାଇଛି।