ଜନ୍ମ ଦିନରେ ରକ୍ତଦାନ ଶିବିର।
ଜନ୍ମ ଦିନରେ ରକ୍ତଦାନ ଶିବିର
ଭୁବନେଶ୍ୱର –ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ଏବଂ ଓଡ଼ିଶା ପୁନର୍ଗଠନ ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ସମାଜସେବୀ ମଧୁସୂଦନ ଦାସ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ମିଶନ ରକ୍ତଦାନ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ଏହି ଶିବିରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,ଓଡ଼ିଶା ଖଦୀ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ଜୟ ଓଡ଼ିଶା ସଭାପତି ରୁଦ୍ର
ସାମନ୍ତରାୟ,ଦୂରଦର୍ଶୀ ର ସମ୍ପାଦକ ଦୁର୍ଗା ସାମନ୍ତରାୟ,ଗୀତିକାର ଜୟଶ୍ରୀ ଧଳ,କଳିଙ୍ଗ ଐତିହ୍ୟ ସୁରକ୍ଷା ମଂଚ ର ସମ୍ପାଦକ ଚିତ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ନିରଞ୍ଜନ ପଟ୍ଟନାୟକ,ଗୁନୁ ଆଚାର୍ଯ୍ୟ,ରାଜେନ୍ଦ୍ର ନାୟକ, ସରୋଜ ମାଝୀ,ରାକେଶ ବଳ, ସିମିରନ୍ ଦାସ,ବିଭୂତି ଭୂଷଣ ସାହୁ,ପ୍ରଭାସ କୁମାର ମହାପାତ୍ର,ବିକାଶ ବିଶ୍ଵାଳ,ଶ୍ରୀ ସୋମ ଏବଂ ହର ପ୍ରସାଦ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା