Search for:
  • Home/
  • ରାଜ୍ୟ/
  • ୮୧ତମ ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ବିଶ୍ବବିଦ୍ୟାଳୟ, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି କ୍ୟାମ୍ପସ୍‌

୮୧ତମ ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ବିଶ୍ବବିଦ୍ୟାଳୟ, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି କ୍ୟାମ୍ପସ୍‌

Spread the love

Loading

ଭୁବନେଶ୍ୱର: ୮୧ତମ ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ବିଶ୍ବବିଦ୍ୟାଳୟ, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି କ୍ୟାମ୍ପସ୍‌
ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ ପାଇଁ ଜାରି ରହିଛି ପ୍ରୟାସ: କୁଳପତି
ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହ ସୋମବାର ପାଳିତ ହେବ। ଏଥିପାଇଁ କ୍ୟାମ୍ପସ୍‌ ପରିସରକୁ ସଫେଇ କରାଯିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ୮୧ତମ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରୁଥିବାରୁ ଏହା କିଭଳି ଅଧିକ ଆକର୍ଷଣୀୟ ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି।  ଉତ୍କଳ ବିଶ୍ବବିଦ୍ୟାଳୟର ୮୧ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କୁଳପତି ପ୍ରଫେରସ ସବିତା ଆଚାର୍ଯ୍ୟଙ୍କ ସଭାପିତ୍ବର ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର ସମ୍ମାନିତ ଅତିଥି ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେବେ। ଅନ୍ୟମାନଙ୍କ ମଧ୍ୟରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ, ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା ପ୍ରମୁଖ ଉପସ୍ଥିତ ରହିବେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବ ବୋଲି କୁଳସଚିବ ଡ. କାହ୍ନୁଚରଣ ଧୀର ସୂଚନା ଦେଇଛନ୍ତି।
ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ  ବିଶ୍ବସ୍ତରୀୟ କରାଯିବା ପାଇଁ ପ୍ରୟାସ ଜାରି ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଦା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ବ ଦେଉଛି। ବର୍ତ୍ତମାନ ୧୫ଟି ସ୍ୱୟଂଶାସିତ କଲେଜ ସମେତ ୩୬୫ଟି ଅନୁବନ୍ଧିତ ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଛି। ସମୟପଯୋଗୀ ‘ସେଲ୍‌ଫ ଫାଇନାନ୍ସିଂ’ ଏବଂ ‘ଇନୋଭେଟିଭ୍’ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ଏହା ଏବେ ରାଜ୍ୟର ସର୍ବବୃହତ୍ ଅନୁବନ୍ଧନ ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟ । ବିଭିନ୍ନ ବିଭାଗରେ ଅତିରିକ୍ତ ୩୦ଟି ସ୍ମାର୍ଟ କ୍ଲାସ୍ ରୁମ୍‌ର ସୁବିଧା ସାଙ୍ଗକୁ ଇ-ଲାଇବ୍ରେରୀ ସୁବିଧାଶିକ୍ଷା ପ୍ରଦାନର ଧାରାକୁ ଅଧିକ ପ୍ରଭାବଶାଳୀ କରିଛି। ଇ-ରିସୋର୍ସର ବିକାଶ ପାଇଁ ଏକ ଉଚ୍ଚ-କ୍ଷମତାସମ୍ପନ୍ନ ଭର୍ଚୁଆଲ୍ ଟ୍ୟୁଟୋରିଆଲ୍ ଲ୍ୟାବ୍‌ର ସୁବିଧା ଏବଂ ଉଚ୍ଚସ୍ତରୀୟ-ଯନ୍ତ୍ରପାତି ଏବଂ କମ୍ପ୍ୟୁଟିଂ ସୁବିଧା ଥିବା ଏକ ଉତ୍ସର୍ଗୀକୃତ ‘କେନ୍ଦ୍ରୀୟ ଯନ୍ତ୍ରପାତି ସୁବିଧା କେନ୍ଦ୍ରର ବିକାଶରେ ଅଗ୍ରଗତି ପ୍ରଗତି ପଥରେ ଉତ୍କଳ ବିଶ୍ୱବିଦ୍ୟାଳୟର ପଥ ପ୍ରଦର୍ଶନ କରୁଛି । ସଂପ୍ରାତିକ ପ୍ରଯୁକ୍ତିବିଦ୍ୟା ଓ ନବନବ ଅଧ୍ୟୟନର ଧାରା ସହିତ ତାଳଦେଇ ଏହି ବିଶ୍ୱବିଦ୍ୟାଳୟ ଯେତକି ଯେତିକ ନବପ୍ରତିଭାଙ୍କୁ ଯେତିକି ଆକର୍ଷିତ କରୁଛି, ସେଥିରେ ଆହୁରି ବହୁ ସମ୍ଭାବନା ମଧ୍ୟ ରହିଛି ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

Leave A Comment

All fields marked with an asterisk (*) are required