Search for:

ଗାଜା ରେ ନରସଂଘାର ଉନ୍ମୋଚନ

Spread the love

Loading

ଗାଜା ରେ ନରସଂଘାର ଉନ୍ମୋଚନ

ଭୁବନେଶ୍ୱର:ଆଜି ଭୁବନେଶ୍ୱର ର ମହାତ୍ମାଗାନ୍ଧୀ ମାର୍ଗ ଲୋୟାର ପି ଏମ ଜି ଚ୍ଛକ ମଜଦୁର – କିଷାନ ମହାଧାରଣା ସ୍ଥଳରେ ଶ୍ରୀ ଜନାର୍ଦ୍ଦନ ପତିଙ୍କ ଦ୍ୱାରା ଲିଖିତ “ଗାଜା ରେ ନରସଂଘାର” ଦେଶର ବିଶିଷ୍ଟ କୃଷକ ନେତା ତଥା ସି ପି ଆଇ (ଏମ ) ପଲିଟିବ୍ୟୁରୋ ସଦସ୍ୟ ଶ୍ରୀ ହାନ୍ନାନ ମୋଲ୍ଲା ଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି l ସ୍ୱାଭିମାନୀ ରାଷ୍ଟ୍ର ପାଲେଷ୍ଟାଇନ ର ଏକ ଅଙ୍ଗ ରାଜ୍ୟ ଗାଜା ଷ୍ଟ୍ରିପ ରେ ଦୀର୍ଘ ଦେଢମାସ ଧରି ସମ୍ରାଜ୍ୟବାଦୀ ଆମେରିକା ଦ୍ୱାରା ପ୍ରତିପାଳିତ ଇସ୍ରାଏଲ ଭୟଙ୍କର ବୋମାବର୍ଷା କରିଚାଲିଛି l ଯେଉଁଥିରେ 14 ହଜାରରୁ ଅଧିକ ନିରୀହ ଗାଜା ବାସି, ଶିଶୁ, ମହିଳା ଓ ବୃଦ୍ଧବୃଦ୍ଧି ମାନେ ମୃତ୍ୟୁବରଣ କଲେଣି l ଜାତିସଙ୍ଘ ଠାରୁ ବିଶ୍ୱର ଏକ ସହରୁ ଅଧିକ ରାଷ୍ଟ୍ର ଦୃଢ ଦାବିକରି ଆସୁଛନ୍ତି ତୁରନ୍ତ ଗାଜା ରେ ଯୁଧ୍ୟବିରତି ଓ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରିବାକୁ l ମାତ୍ର ଆମେରିକା ର ସ୍ୱାର୍ଥ ସାଧନ ପାଇଁ ଏ ନାରାସଂହାର ଚାଲିଛି l ପାଲେଷ୍ଟାଇନ ଓ ଇସ୍ରାଏଲ ର ଐତିହାସିକ ଇତିବୃତି ଆଲୋଚନା କରି ଶ୍ରୀ ପତି ଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକ କୁ ପ୍ରଗତି ପ୍ରକାଶନୀ ପ୍ରକାଶ କରିଛି l ଏହି କାର୍ଯ୍ୟକ୍ରମ ରେ CITU ର ସର୍ବଭାରତୀୟ ଉପସଭାପତି ସାଥୀ ବିଷ୍ଣୁମହନ୍ତି ଉପସ୍ଥିତ ଥିଲେ ଓ ଶ୍ରୀ ପ୍ରଦୀପ୍ତ ନାୟକ ସଂଯୋଜନା କରିଥିଲେ

Leave A Comment

All fields marked with an asterisk (*) are required