ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ (
ଭୁବନେଶ୍ୱର:ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗୀ (ଏସଚଜି ରୁ ଏସଏମଇ) ନାରାକୁ ପ୍ରତିଫଳିତ କରିବାରେ ଏବଂ ପଶ୍ଚିମ ଓଡିଶାର କ୍ଷୁଦ୍ର ଓ ମଧ୍ୟମ ଯୁବ ଉଦ୍ୟୋଗୀଙ୍କୁ ଏକ ମୁକ୍ତ ତଥା ବଡ ସୁଯୋଗ ପ୍ରଦାନ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଆଗକୁ ଆସିଛି । କୃଷି, ଗୋପାଳନ, ପଶୁ ପାଳନ, ଫୁଲ ଚାଷ ଭଳି ବାଣିଜ୍ୟିକ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ତଥା ଦେଶ ବିଦେଶର ସଫଳ ଉଦ୍ୟୋଗୀଙ୍କୁ ପଶ୍ଚିମ ଓଡିଶା ସହ ଯୋଡିବା ପାଇଁ ଆୟୋଜିତ ହେବ ଉଦ୍ୟୋଗ ଓଡିଶା-2023 । ଆସନ୍ତା ମାସ ଡିସେମ୍ବର 15 ରୁ 17 ତାରିଖ ଯାଏଁ ପଶ୍ଚିମ ଓଡିଶାର ଝାରସୁଗୁଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏହି ଜାତୀୟସ୍ତରୀୟ ଉଦ୍ୟୋଗ ସମ୍ମିଳନୀ । ଏନେଇ ଆଜି ଖାରବେଳ ଭବନର ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।