ନିଆରା ଭାବରେ ଶିଶୁ ଦିବସ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ” ଜୟ ଓଡ଼ିଶା “।
ଭୁବନେଶ୍ୱର:ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଆରା ଭାବରେ ଶିଶୁ ଦିବସ ପାଳନ କରିଛି ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ” ଜୟ ଓଡ଼ିଶା “। ଆଜି ଶିଶୁ ଦିବସ ଅବସରରେ ୟୁନିଟ୍ ୩ ସ୍ଥିତ ସତ୍ୟ ସାଇ କମ୍ଯୁନିଟି, ଯେଉଁଠି ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଆର୍ଥିକ ସ୍ତରରେ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରାଯାଏ, ସେଠାରେ ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଙ୍କ ସମେତ ସ୍ଵେଚ୍ଛାସେବୀ ମାନେ, ପହଂଚି ସମସ୍ତଙ୍କ ସହିତ କିଛି ସମୟ ବିତାଇବା ସହ ଏକ ଚମତ୍କାର ମ୍ୟାଜିକ୍ ଶୋ ର ଆୟୋଜନ କରିଥିଲେ ଓ ସମସ୍ତଙ୍କୁ ପରୀକ୍ଷା ବୋର୍ଡ ବଣ୍ଟନ କରି ଭବିଷ୍ୟତର ସମସ୍ତ ପରୀକ୍ଷା ରେ କୃତିତ୍ଵ ଅର୍ଜନ କରିବା ପାଇଁ ଶୁଭକାମନା ଜଣାଇଥିଲେ। ଏହା ସହିତ କୁନି କୁନି ପିଲାମାନଙ୍କ ପାଇଁ ” ଲାଇବ୍ରେରୀ ଅନ୍ ହୁଇଲସ” ନାମକ ଏକ ଭ୍ରାମ୍ୟମାଣ ପାଠାଗାର ର ଉନ୍ମୋଚନ ମଧ୍ୟ କରିଥିଲେ। ୟୁନିଟ୍ ୩ ର ଜଣେ ଅତ୍ୟନ୍ତ ପ୍ରତିଷ୍ଠିତା ମହିଳା ତଥା ଦୀର୍ଘ ବର୍ଷ ଧରି ସତ୍ୟସାଇ କମ୍ଯୁନିଟି ଠାରେ ନିଃଶୁଳ୍କ ଶିକ୍ଷାଦାନ କରୁଥିବା ରମା ମାଉସୀ ନୀଳ ପତାକା ଦେଖାଇ ଭ୍ରାମ୍ୟମାଣ ପାଠାଗାର ର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ମହତ୍ତ୍ୱ ସମ୍ବନ୍ଧରେ କହିଥିଲେ। ଏହି ପାଠାଗାର ରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବହି ରହିବାର ବ୍ୟବସ୍ଥା ଥିବା ବେଳେ, ଏହା ଭୁବନେଶ୍ବର ର ବିଭିନ୍ନ ବସ୍ତି ଅଞ୍ଚଳରେ ପ୍ରତି ୧୫ ଦିନ ଅନ୍ତରାଳ ରେ ଛୋଟ ପିଲାମାନଙ୍କ ନିକଟରେ ପହଁଞ୍ଚିବ ଯାହାଫଳରେ ପିଲାମାନେ ନିଜ ରୁଚି ଅନୁସାରେ ବହି ନେଇ ପଢିସାରି ପୁଣି ଫେରାଇ ପାରିବେ।
ଆଜିର ଶିଶୁ କାଲିର ଭବିଷ୍ୟତ ଓ ଛାତ୍ରଛାତ୍ରୀ ମାନଙ୍କ ଜୀବନରେ ଶିକ୍ଷା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ। ଛୋଟପିଲା ମାନଙ୍କୁ ଶିକ୍ଷାର ମହତ୍ତ୍ୱ ବିଷୟରେ ବୁଝାଇବା ସହ ଶିକ୍ଷିତ କରିବା ପାଇଁ, ଜୟ ଓଡ଼ିଶା ର ଏହା ଏକ ଛୋଟ ପ୍ରୟାସ। ସମସ୍ତଙ୍କ ସହଯୋଗରେ ହିଁ ଏହି “ଶିକ୍ଷା ” କାର୍ଯ୍ୟକ୍ରମ ଟି ସଫଳତାର ସହ ଆଗକୁ ବଢିପାରିବ ଏଣୁ ଯେକୌଣସି ଶିକ୍ଷଣୀୟ ବହି ଗୁଡିକ ପଢି ସାରିବା ପରେ ଏହି ପାଠାଗାର କୁ ଦାନ କରିବା ପାଇଁ ଇଚ୍ଛୁକ ସହୃଦୟ ବ୍ୟକ୍ତି ମାନେ 9853220023 ନମ୍ବର ରେ ଯୋଗାଯୋଗ କରିବା ପାଇଁ ଜୟ ଓଡ଼ିଶାର ସଭାପତି ଶ୍ରୀ ସାମନ୍ତରାୟ କହିଛନ୍ତି।