ଦୀପ ବ୍ୟବସାୟୀଙ୍କ ଉପରେ ଚଢ଼ାଇଦେଲେ ଗାଡ଼ି, ସ୍ତ୍ରୀ ମୃତ, ସ୍ବାମୀ ଗୁର
ଦୀପ ବ୍ୟବସାୟୀଙ୍କ ଉପରେ ଚଢ଼ାଇଦେଲେ ଗାଡ଼ି, ସ୍ତ୍ରୀ ମୃତ, ସ୍ବାମୀ ଗୁର
ଭୁବନେଶ୍ବର : ମଦ୍ୟପ କାର ଡ୍ରାଇଭରର ଉନ୍ମତ୍ତକାଣ୍ଡ ।
ବ୍ୟାକ ଗିୟର ପକାଇ ନେଇଗଲା ଜୀବନ । ରାଜଧାନୀ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ପାର୍କିଂରେ ଗତକାଲି ରାତିରେ ଘଟିଛି ଅଘଟଣ। ଦୀପ ଓ କାଉଁରିଆ କାଠି ବିକ୍ରି କରିବାକୁ ଦିଗପହଣ୍ଡିରୁ ଆସିଥିବା ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ଗାଡି ଚଡାଇ ଦେଇଥିଲା ଡ୍ରାଇଭର। ଦୁଇ ଜଣ ଯାକ ଲିଙ୍ଗରାଜ ମନ୍ଦିର ପାଖରେ ପାର୍କିଂରେ ବସିଥିବା ସମୟରେ ଡ୍ରାଇଭର ଜଣଙ୍କ ବ୍ୟାକ ଗିୟର ପକେ ଗାଡିକୁ ନେଇ ପିଟିଦେଇଥିଲେ।
ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ପୁରୁଷ ଜଣଙ୍କର ଏମସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏମସ ହସ୍ପିଟାଲ ନିଆଯାଇଥିଲା । ତେବେ ମହିଳାଜରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦମ୍ପତି ଦିଗପହଣ୍ଡିରୁ ଲିଙ୍ଗରାଜ ମନ୍ଦିର ଆସିଥିଲେ। ମୃତ ସ୍ତ୍ରୀ ହେଉଛନ୍ତି ସୁଲଚନା ମହାନ୍ତି ଏବଂ ଗୁରୁତର ସ୍ୱାମୀ ଜୁରିନାଥ ବେବର୍ତ୍ତା ବୋଲି ଜଣାପଡିଛି।ଅନ୍ୟପଟେ ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ସିଜ କରିଛି । ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିଛି । ଗାଡିଟି ପୁରୁଣା ଭୁବନେଶ୍ୱର ଅଞ୍ଚଳର ଗୌତମ ମିଶ୍ରଙ୍କ ନାମରେ ଥିବା ବେଳେ ତାଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ଥାନାଧିକାରୀ ।