Search for:
  • Home/
  • ରାଜ୍ୟ/
  • ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର।।

ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର।।

Spread the love

Loading

ଚଳନ୍ତା କଣ୍ଟେନରରେ ଲାଗିଲା ନିଆଁ

ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବିଶୋଇ : ମୟୂରଭଞ୍ଜ ଜିଲ୍ଲା ୪୯ ନଂ ଜାତୟ ରାଜପଥ ସ୍ଥିତ ଦ୍ୱାରଶୁଣି ଘାଟି ମଧ୍ୟରେ ଆଜି ଏକ ଚଳନ୍ତା କଣ୍ଟେନରରେ ନିଆଁ ଲାଗି ଯାଇଥିବା ବେଳେ ଏଥିରୁ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି।ବର୍ତ୍ତିଥିବା ଡ୍ରାଇଭର ଜଣକ ହେଲେ ବିରପାଲ ଗୋସ୍ୱାମୀ (୩୨)।ସୂଚନାଥାଉକି,କଲିକତା ରୁ ମୁମ୍ବାଇ ଅଭିମୁଖେ ଲୁହା ସାମଗ୍ରୀ ନେଇ ଯାଉଥିବା ଏକ କଣ୍ଟେନର(ଏନ.ଏଲ ୦୧ ଏଇ ୨୭୮୪) ବାଙ୍ଗରିପୋଷି ନିକଟସ୍ଥ ଦ୍ୱାରଶୁଣି ଘାଟି ପାହାଡ଼ ରାସ୍ତା ଚଢୁଥିବା ସମୟରେ ଚଳନ୍ତା କଣ୍ଟେନର ରେ ନିଆଁ ଲାଗିଯାଇଥିଲା।ନିଆଁ ଲାଗିବାର ଜାଣି କଣ୍ଟେନର ମଧ୍ୟରେ ଥିବା ଡ୍ରାଇଭର ବାହାରକୁ ବାହାରି ନିଜ ଜୀବନକୁ ବଞ୍ଚାଇ ପାରିଥିଲେ।ଘଟଣା ସମ୍ପର୍କରେ ଜାଣି ବାଙ୍ଗରିପୋଷି ପୋଲିସ ଓ ଦମକଳ ବାହିନୀ ଉଭୟ ଘଟଣା ସ୍ଥଳକୁ ପହଞ୍ଚି ନିଆଁ ଲିଭାଇଥିଲେ।ସର୍ଟସର୍କିଟ କାରଣରୁ କଣ୍ଟେନର ରେ ଅଗ୍ନିକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ତେବେ, ରାସ୍ତା ଉପରେ ଚଳନ୍ତା କଣ୍ଟେନରରେ ନିଆଁ ଲିଭା କାର୍ଯ୍ୟ ଚାଲି ରହିଥିବା ହେତୁ  ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଘାଟି ରାସ୍ତା ମଧ୍ୟରେ ଯାତ୍ରୀବାହି ବସ୍ ଓ ଶତାଧିକ ମାଲବଝେଇ ଟ୍ରକ ଅଟକି ରହିଥିଲା।

Leave A Comment

All fields marked with an asterisk (*) are required