ମୟୂରଭଞ୍ଜ ନୂତନ ଏସ୍ପି ଭାବେ ଦାୟିତ୍ୱ ନେଲେ ଏସ ସୁଶ୍ରୀ
ମୟୂରଭଞ୍ଜ ନୂତନ ଏସ୍ପି ଭାବେ ଦାୟିତ୍ୱ ନେଲେ ଏସ ସୁଶ୍ରୀ
ବାରିପଦା:ମୟୂରଭଞ୍ଜ ଜିଲ୍ଲା ନୂତନ ଆରକ୍ଷୀ ଅଧିକ୍ଷକ(ଏସପି) ଭାବେ ଏସ ସୁଶ୍ରୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମେଶ କୁମାର ପଣ୍ଡାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲ୍ଲା ପୁଲିସ ମୁଖ୍ୟାଳୟ ବାରିପଦାଠାରେ ନୂତନ ଏସ୍ପିଙ୍କୁ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଗାର୍ଡ ଅଫ୍ ଅନର ପ୍ରଦାନ ପୂର୍ବକ ସ୍ବାଗତ ଜଣାଇଥିଲେ । ପୁଲିସ କର୍ମଚାରୀ ମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିପୁଷ୍ପ ଗୁଚ୍ଛ ପ୍ରଦାନ କରିଛନ୍ତି। ଏହି ଅବସରରେ ସାମ୍ବାଦିକ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ ମାନଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରି ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା ବାବଦରେ ଆଲୋଚନା କରି ବୁଝିଛନ୍ତି। ଜିଲ୍ଲାର ଆଇନ ଶୃଙ୍ଖଳାକୁ ସ୍ବତନ୍ତ୍ର ଧ୍ୟାନ ଦେବା ସହ ଜିଲ୍ଲା ପୁଲିସ କିଭଳି
ସାଧାରଣ ଜନତାଙ୍କ ନିକଟତର ହେବ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଏସପି କହିଛନ୍ତି। ରାଜ୍ୟର ସର୍ବବୃହତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ପ୍ରଦାନ ହୋଇଥିବା ବେଳେ ସେଇ ଅନୁଯାୟୀ ଦାୟିତ୍ୱ ମଧ୍ୟ ରହିଛି। ମୟୂରଭଞ୍ଜ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦର ଯେଉଁ ସବୁ ଆହ୍ୱାନ ରହିଛି ସେ ବାବଦରେ ସମସ୍ତ ଜନସାଧାରଣ ଏବଂ ସମସ୍ତ ବିଭାଗଙ୍କୁ ନେଇ ପୁଲିସ ବିଭାଗ ମିଳିତ ଭାବରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଅପରାହ୍ନରେ ସେ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଭେଟି ଜିଲ୍ଲାର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ।