Search for:
  • Home/
  • ରାଜ୍ୟ/
  • ପ୍ରଶାସନ ସୁଦୃଢ ହେଲେ ହିଁ ଉତ୍ତମ ଶାସନ ବ୍ୟବସ୍ଥା ଗଢି ହେବ।

ପ୍ରଶାସନ ସୁଦୃଢ ହେଲେ ହିଁ ଉତ୍ତମ ଶାସନ ବ୍ୟବସ୍ଥା ଗଢି ହେବ।

Spread the love

Loading

ଜନତା ଦରବାର ପାର୍ଟି ଉଦ୍ଘାଟିତ

ପ୍ରଶାସନ ସୁଦୃଢ ହେଲେ ହିଁ ଉତ୍ତମ ଶାସନ ବ୍ୟବସ୍ଥା ଗଢି ହେବ। ଭୁବନେଶ୍ବର,୦୯/୧୧, ଆଜି ଭୁବନେଶ୍ବର ଖାରବେଳ ନଗର ୟୁଜେଏ ଭବନ ପରିସରରେ ଜନତା ଦରବାର ପାର୍ଟି ନାମକ ଏକ ନୂତନ ରାଜନୈତିକ ଦଳ ଉଦ୍ଘାଟିତ ହେଇ ଯାଇଛି। ଦଳ ସଭାପତି ପର୍ଶୁରାମ ବିଶ୍ବାଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ଅବସରପ୍ରାପ୍ତ ବିଚାରପତି ଉମାଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଦଳ ସାଧାରଣ ସମ୍ପାଦକ ବିଜୁ ତ୍ରୀପାଠୀ ଆଭିମୁଖ୍ୟ ବିବରଣୀ ଉପସ୍ଥାପନ କରିଥଲେ। ଦଳ ସଂପାଦକ ବିପ୍ଳବ ପାଣି ସଂଯୋଜନା କରିଥଲେ। ପ୍ରଶାସନ ର ଦୁର୍ବଳତା ହେତୁ ରାଜ୍ଯ ତଥା ଦେଶ ଶାସନ ବ୍ୟବସ୍ଥା ସୁଦୃଢ ହେଇ ପାରୁ ନାହିଁ। ପ୍ରଶାସନିକ ସ୍ତର ରେ ସୁଦୃଢତା,ସ୍ବଚ୍ଛତା, ସ୍ତାୟିତ୍ୱତା, ଦକ୍ଷତା, ସତ ପ୍ରତିଶତ ନିଯୁକ୍ତତା ଦେଇ ପାରିଲେ ଦେଶ ରାଜ୍ୟ ଅର୍ଥ ବ୍ୟବସ୍ଥା ସୁଦୃଢ଼, ସାମାଜିକ ଶୀର୍ଷ ସ୍ତର ଉନ୍ନତି ଘଟିବ ଓ ଯାହା ଦ୍ୱାରା ସ୍ୱଚ୍ଛ, ନିର୍ମଳ, ଜନ ବିକାଶ ଶାସନ ବ୍ୟବସ୍ଥା ଆସିବ ଯାହାକି ନବ ଗଠିତ ଜନତା ଦରବାର ପାର୍ଟି ଯୋଜନା କରିଥିବା ଘୋଷଣା କରାଯାଇଛି ପ୍ରଥମ ଉଦ୍ଘାଟନୀ ଦିବସରେ। ଏହି ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ ରାଜ୍ଯ ସଭାପତି ଶଶି ଭୂଷଣ ପ୍ରହରାଜ ଙ୍କୁ ସମାଜସେବା ସମନ୍ଵୟ ପାଇଁ ‘ ବିଶିଷ୍ଟ ସାମ୍ୱାଦିକ ‘ ସମ୍ମାନ ରେ ସମ୍ମାନିତ କରିଛନ୍ତି ଦଳ ପକ୍ଷରୁ।ଏହି ଅବସରରେ ୟୁଜେଏ ରାଜ୍ଯ ସଭାପତି ବିଭୂତି ଭୂଷଣ କର ଙ୍କୁ ବିଶିଷ୍ଟ ସାମ୍ୱାଦିକ,ମହିଳା ସାମ୍ୱାଦିକ ମିନତି ସାମନ୍ତ ରାଏ,ସମାଜ ସେବୀ ତଥା ଜଗନ୍ନାଥ ପ୍ରଚାରକ ଭଗବାନ ଦାସ , ସମାଜ ସେବୀ ଦେବେନ୍ଦ୍ର ସାହୁ,ପ୍ରତାପ ସାହୁ, ବିଶ୍ଵନାଥ ମହାନ୍ତି , ମୀରା ପରିଡ଼ା , ବିଜୟ ଭାରତ ସଦସ୍ୟା ସଦସ୍ୟ, ଆସ ମିଳିମିଶି ସେବା କରିବା ସଙ୍ଘ,ଜୀବନ ସେବା ଫାଉଣ୍ଡେସନ ଆଦି ସଂଗଠନ ସଭ୍ୟ ମାନଙ୍କୁ/ ଆଦିଙ୍କୁ ସମ୍ମାନିତ କରଯାଇଛି।

Leave A Comment

All fields marked with an asterisk (*) are required