ରାଜ୍ୟର ବିଭିନ୍ନ ମୋଟର କର୍ମଚାରୀ ୟୁନିଅନଙ୍କୁ ନେଇ ଗଠନ ହେଲା ଓଡିଶା ମୋଟର କର୍ମଚାରୀ ଫେଡେରେସନ l
ରାଜ୍ୟର ବିଭିନ୍ନ ମୋଟର କର୍ମଚାରୀ ୟୁନିଅନଙ୍କୁ ନେଇ ଗଠନ ହେଲା ଓଡିଶା ମୋଟର କର୍ମଚାରୀ ଫେଡେରେସନ l
ଭୁବନେଶ୍ୱର:ଅଦ୍ୟ 03ନଭେମ୍ବର ଭାବନେଶ୍ୱରସ୍ଥ ଏଆଇଟିୟୁସି ରାଜ୍ୟକାର୍ଯ୍ୟାଳୟ ଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପଞ୍ଜିକୃତ ମୋଟର କର୍ମଚାରୀ ସଂଘ ଗୁଡିକର ଏକ ବୈଠକ ପୁରୀ ନୀଳଗିରି ମୋଟର କର୍ମଚାରୀସଙ୍ଘର ସାଧାରଣ ସମ୍ପାଦକ ଅଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଏଆଟିୟୁସି ର ରାଜ୍ୟସାଧାରଣ ସମ୍ପାଦକ ବିଜୟ ଜେନା, ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ଜୟନ୍ତ ଦାଶ ଅବକାଶ ସାହୁ ପ୍ରମୁଖ ଯୋଗଦେଇ ସମ୍ପ୍ରତି ସର୍ବାଧିକ ଶୋଷିତ ଅସଂଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ହେଲେ ପରିବହନ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକ l ନାଁ ଏମାନଙ୍କର ସାମାଜିକ ସୁରକ୍ଷା ଅଛି ନାଁ ଚାକିରୀ ର ସୁରକ୍ଷା ଅଛି ଷାଠିଏ ବର୍ଷପରେ ପେନସନର ସୁବିଧା ମଧ୍ୟ ନାହିଁ ସାଧାରଣ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକ ମୃତ୍ୟୁବରଣ କଲେ ମିଳୁଥିବା ସହାୟତା ରାଶି ଡ୍ରାଇଭର ମାନଙ୍କୁ ପ୍ରଦାନ ନିଷ୍ପତ୍ତି ସରକାର ଘୋଷଣା କରିଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ବିଧିବ୍ୟବସ୍ଥା ତିଆରି ନକରିବା ଏବଂ ପରିବହନ କ୍ଷେତ୍ରରେ କାର୍ଯ୍ୟକରୁଥିବା ଅନ୍ୟଶ୍ରମିକଙ୍କ କ୍ଷେତ୍ରରେ ନୀରବ ରହିବା ସରକାରଙ୍କ ଅସଲ ପାରିବାପଣିଆ ଏବଂ ଆନ୍ତରିକତାକୁ ପଦାରେ ପକେଇଛି l ଏହା ବିରୁଦ୍ଧରେ ସମସ୍ତ ରାଜ୍ୟର ଶ୍ରମିକ ମାନଙ୍କୁ ସଂଗଠିତ କରି ଜାନୁଆରୀ 23 ଭୁବନେଶ୍ୱରଠାରେ ରାଜ୍ୟସମ୍ମିଳନୀ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବାସହ ଓଡିଶା ମୋଟର କର୍ମଚାରୀ ଫେଡେରେସନ ନାମରେ ଏକ ସଂଗଠନ ଗଠନ କରାଯିବାସହ ଏହାର ଆବାହକ ଭାବେ ମା ଭୈରବୀ ବସ କର୍ମଚାରୀ ସଂଘ ବୌଦ୍ଧ ତଥା ଚାରିଛକ ଅଟୋ ଚାଳକ ସଂଘର ସଭାପତି ଅବକାଶ ସାହୁ ଏବଂ ପୁରୀ ନୀଳଗିରି ମୋଟର କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଅଜୟ ମିଶ୍ରଙ୍କୁ ଆବାହକ ଭାବେ ମନୋନୀତ କରାଯାଇଚ୍ଛି l