ଅମୃତ କଳସ ଯାତ୍ରାରେ #ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା ମହାନ୍ତିଙ୍କ ହାତ ତିଆରି କଳସ
ଅମୃତ କଳସ ଯାତ୍ରାରେ #ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା ମହାନ୍ତିଙ୍କ ହାତ ତିଆରି କଳସ
ଭୁବନେଶ୍ୱର:ଦିଲ୍ଲୀର #କର୍ତ୍ତବ୍ୟପଥରେ ‘ମୋ ମୋଟି #ମୋ ଦେଶ’ ଅଭିଯାନର ଅମୃତ କଳସର ଯାତ୍ରାର ସମାପନ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ହାତରେ ଧରିଥିବା କଳସ ପ୍ରସ୍ତୁତି ପଛରେ ଥିଲା ଜଣେ ଓଡ଼ିଆ ଝିଅଙ୍କ ହାତ । ଅର୍ଥାତ୍ କଳସରେ ହୋଇଥିବା କଳାକୃତି ଆଙ୍କିଥିଲେ ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତା ମହାନ୍ତି । ଅତି ସୁନ୍ଦର ଭାବରେ ସେ କଳସରେ ଆଙ୍କିଥିଲେ ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗର ଚିତ୍ର । ଯାହାକି ଥିଲା ଅତି ଆକର୍ଷଣୀୟ ।ଏବେ ତାଙ୍କ କଳାକୃତି ଦେଖିବା ପରେ ସବୁରି ମୁହଁରେ ଓଡ଼ିଆ ଝିଅ ସୂର୍ଯ୍ୟସ୍ନାତାଙ୍କ ପ୍ରଶଂସା । କହିବାକୁ ଗଲେ ପୂର୍ବତନ ଓଡ଼ିଆ ଶିକ୍ଷାବିତ୍ ବିଜୟ କୁମାର ମହାନ୍ତି ଓ ଶ୍ରୀମତି ରେଣୁବାଳା ମହାନ୍ତିଙ୍କ ଝିଅ ସୂର୍ଯ୍ୟସ୍ନାତା ମହାନ୍ତି । ବର୍ତ୍ତମାନ ସେ କିଟ ବିଶ୍ୱବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶିକା ଅଛନ୍ତି । ଏହି ଅବସରରେ ତାଙ୍କୁ କିଟ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ କଳାକୃତି ପାଇଁ ଆଜି ଓଡିଶା ସାରା ଦେଶରେ ଗର୍ବିତ ବୋଲି କହିଛନ୍ତି ।