ରିଆଡ଼ମିଶନ ଫି ନେଇ ଫସିଲା।
ଏନସିଆରଟି ବହି ନ ପଢ଼େଇବା, 13% ଫି ବୃଦ୍ଧି ଓ ଜବରଦସ୍ତ ରିଆଡ଼ମିଶନ ଫି ନେଇ ଫସିଲା ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ଢେଙ୍କାନାଳ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ନିୟମ ଅନୁସାରେ କରିବାକୁ ସ୍କୁଲକୁ ନିର୍ଦେଶ l
ଭୁବନେଶ୍ୱର:୧୩.୦୭ ଢେଙ୍କାନାଳ ସେଣ୍ଟ ଜାଭିୟର ହାଇସ୍କୁଲରେ ଦୀର୍ଘ ଦିନ ଧରି ସରକାରଙ୍କ ନିୟମ ବିରୁଦ୍ଧରେ କାଯ୍ୟ କରିଆସୁଅଛି । ବିଶେଷ କରି ଶିକ୍ଷା ଅଧିକାର ଆଇନ୍ 2009 ର 29ଧାରl ଅନୁଯାଇ ପ୍ରଥମ ରୁ ଅଷ୍ଟମ ପ୍ରଯ୍ୟନ୍ତ NCERT ବହିରେ ପାଠ ପଢେଇବା ପାଇଁ ବାଧ୍ୟତାମୁଳକ l ସ୍କୁଲ ଆର୍ଥୀକ ଲୋଭରେ NCERT ବହି ନ ପଢ଼େଇ ବେସରକାରୀ ବହି ଚଢା ଦରରେ ଅର୍ଥାତ 6 ହଜାର ରୁ ଉର୍ଦ୍ଧ ଟଙ୍କାରେ ବିକ୍ରି କରୁଥିଲା l ଏହାକୁ ବିରୋଧ କରି ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ୍ୟ ଶ୍ରୀବାସୁଦେବ ଭଟ୍ଟଙ୍କ ଅଭିଯୋଗ ପରେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ତଦନ୍ତ କରିବାକୁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ତଦନ୍ତ ନିର୍ଦେଶ ଦେଇଥିଲେ l ତଦନ୍ତ ପରେ ଜଣାପଡିଲା ଯେ ସ୍କୁଲ ସବୁ ନିୟମ ଭାଙ୍ଗି ଅଭିଭାବକ ମାନଙ୍କୁ ବେସରକାରୀ ବହି ବିକିଛି, 13% ସ୍କୁଲ ଫି 2021-22 ବର୍ଷ ଫି ଉପରେ ବଢ଼େଇଛି ଓ 7100 ଟଙ୍କା ରିଆଡ଼ମିସନ ନାମରେ ଅର୍ଥ ଆଦାୟ କରିଛି l ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏକ ଯୁଗ୍ମ ବୈଠକ ଡ଼କାଇଥିଲେ, ଯେଉଁଥିରେ ଉପ-ଜିଲ୍ଲାପାଳ ଶୁଶ୍ରୀ ସ୍ନିଧାମଈ ଧଳଙ୍କ ସଭାପତିତ୍ୱରେ କରି ଯେଉଁ ନିଷ୍ପତି ନେଇଥିଲେ ତାକୁ ମାନିବାକୁ ପଡିବ ଓ ଯଥାଶୀଘ୍ର ଏହାକୁ ମାନି ଏକ ରିପୋର୍ଟ ଦେବାପାଇଁ ସ୍କୁଲକୁ ନିର୍ଦେଶକ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦେଶକ l ଏହାକୁ ମାନିଲେ କି ନାହିଁ ଏକ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ପ୍ରଦାନ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି lଏଠାରେ ପ୍ରକାଶ ଯୋଗ୍ୟ ଉକ୍ତ ସ୍କୁଲ ଉପଜିଲ୍ଲାପାଳଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ସ୍କୁଲ ମାନିଥିଲା ଯେ ସ୍କୁଲ ଫି 20% କରିଛନ୍ତି, ସରକାରୀ ନିୟମ 8% (2019 ବେସ ଫି ଉପରେ କରିବା କଥା) ଫି ଉପରେ ଥିଲେ ମଧ୍ୟ୍ୟ ସ୍କୁଲ 20% ବଢ଼େଇଥିଲା l ଉପଜିଲ୍ଲାପାଳ ସହମତିରେ 11% ପାଇଁ ଲିଖିତ ନିଷ୍ପତି ନେଇଥିଲେ l ଚଳିତ ବର୍ଷ ଷଷ୍ଠରୁ ଅଷ୍ଟମ ପଯ୍ୟନ୍ତ NCERT ବହି ଲାଗୁ କରିବା, ତଥା 11% ବାର୍ଷିକ ରିଆଡମିଶନ ଫି ନେବା ପାଇଁ 04.05.2023 ରେ ବିଜ୍ଞାପନ ପ୍ରକାଶ କରିଥିଲେ । ସରକାରୀ ନିୟମରେ ରିଆଡ଼ମିସନ ଫି ନାହିଁ, ପ୍ରଥମରୁ ଅଷ୍ଟମ ପଯ୍ୟନ୍ତ NCERT ଲାଗୁ ହେବ, ଉପଜିଲ୍ଲାପାଳ ସବୁ ପକ୍ଷର ସହମତିରେ ସମୁଦାୟ ଟ୍ୟୁସନ ଫିର 11% ରିଆଡ଼ମିସନ ଫି ତଥା ପ୍ରାୟ 3100/- ଟଙ୍କା ନେବାପାଇଁ ସହମତି ପ୍ରକାଶ କରାଯାଇଥିଲା l ଅଭିଭାବକ ମାନଙ୍କ ଇଛାକୁ ସଂମାନ ଦେଇ ଓଡିଶା ଅଭିଭାବକ ମହାସଂଘ ମଧ୍ୟ୍ୟ ରାଜି ହୋଇଥିଲା l ଏହି ବୈଠକ ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କର ନିଷ୍ପତିକୁ ଅବଜ୍ଞା କରି ସ୍କୁଲର ଅଧକ୍ଷ ବେସରକାରୀ ବହି ଚଢ଼ା ଦରରେ ଅର୍ଥାତ 6000 ରୁ 7000 ରେ ବିକ୍ରୀ କଲେ। ଜୋର ଜବର ଦସ୍ତ 7100 ଟଙ୍କା ରିଆଡମିଶନ ଫି ଓ 11% ଜାଗାରେ 13% ବୃଦ୍ଧି କରି ସ୍କୁଲ ଫି ଆଦାୟ କଲେ। ଯେଉଁମାନେ ରିଆଡମିଶନ ଓ ସ୍କୁଲ ଫି ଦେଲେନି ସେମାନଙ୍କୁ ସ୍କୁଲରେ କ୍ଲାସ କରେଇ ଦେବୁନାହିଁ କହି ଧମକ ପୂର୍ଣ୍ଣ ମେସେଜ ପହଞ୍ଚାଇଲେ l କିଛି ଅଭିଭାବକ ଚାପ ଗ୍ରସ୍ତ ହୋଇ ବହି କିଣିନେଲେ । ଏହାକୁ ନେଇ ଓଡ଼ିଶl ଅଭିଭାବକ ମହାସଂଘ ତରପରୁ ଏକ ଅଭିଯୋଗ ଗଣଶିକ୍ଷା ଓ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଦିଆଗଲା । ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏହାକୁ ଲାଗୁ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଯଦି ସ୍କୁଲ ନ ମାନିବ ସ୍କୁଲର COR ଓ NOC ପ୍ରତ୍ୟାହାର କରାଯିବ ବୋଲି ପରବର୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି ଶ୍ରୀ ବାସୁଦେବ ଭଟ୍ଟ କହିଛନ୍ତି l