Search for:
  • Home/
  • ରାଜ୍ୟ/
  • ବାପୁଜୀ ନଗର ସ୍ପୋଟ୍ସ ଏମ୍ପୋରିୟମ୍‌ ପରିଦର୍ଶନ କଲେ ଆଥଲେଟ୍ କିଶୋର ଜେନା

ବାପୁଜୀ ନଗର ସ୍ପୋଟ୍ସ ଏମ୍ପୋରିୟମ୍‌ ପରିଦର୍ଶନ କଲେ ଆଥଲେଟ୍ କିଶୋର ଜେନା

Spread the love

Loading

ବାପୁଜୀ ନଗର ସ୍ପୋଟ୍ସ ଏମ୍ପୋରିୟମ୍‌ ପରିଦର୍ଶନ କଲେ ଆଥଲେଟ୍ କିଶୋର ଜେନା

ଭୁବନେଶ୍ୱର: ବାପୁଜୀ ନଗର ସ୍ପୋଟ୍ସ ଏମ୍ପୋରିୟମ୍‌ ଷ୍ଟୋର ପରିଦର୍ଶନ କରିଛନ୍ତି ଓଡିଶାର ଗର୍ବ ଓ ଗୌରବ ତଥା ଆଥଲେଟ୍ କିଶୋର କୁମାର ଜେନା। ପରିଦର୍ଶନ ଅବସରରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ନିକଟରେ ଏସିଆନ ଗେମ୍ ରେ ଭାରତ ପାଇଁ ପ୍ରତିନିଧୀତ୍ବ କରି ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ବିତ କରିଥିଲେ। କିଶୋରଙ୍କ ଏହି ସଫଳତା ପାଇଁ କେବଳ ଓଡିଶା ନୁହେଁ ସାରା ବିଶ୍ବରେ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ଶ୍ରୀ ଜେନା କହିଛନ୍ତି ଯେ ଜଣେ ଆଥଲେଟ୍ ପାଇଁ ଖେଳ ଉପକରଣର ଆବଶ୍ୟକ ରହିଛି। ଭଲ ଖେଳ ଉପକରଣ ଥିଲେ ଜଣେ ଆଥଲେଟକୁ ସଫଳତା ମିଳିପାରିବ। ଏହି ସବୁ ଉପକରଣ ସ୍ପୋଟ୍ସ ଏମ୍ପୋରିୟମରେ ଉପଲବ୍ଧ ରହିଛି। ଏହି ଅବସରରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହ ଷ୍ଟୋରର ମାଲିକ ପ୍ରମୋଦ କୁମାର ଧୁପର, ସୁଧିର ଧୁପର, ରୌନକ ଧୁପର, ସାହିଲ ଧୁପର, ଦେଭମ ଧୁପର, ଆରତି ଧୁପର ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଗୋଟେ ଛାତ ତଳେ ଖେଳ, ଜିମ୍ ସହ ଅନ୍ୟାନ୍ୟ ଉପକରଣ ସୁଲଭ ମୂଲ୍ୟରେ ମିଳିପାରିବ । ଯେପରିକି କ୍ରିକେଟ୍‌, ଫୁଟବଲ, ହକି, ବ୍ୟାଡ଼ମିଣ୍ଟନ, ଜିମ୍ ଉପକରଣ, ଆଥଲେଟ୍ ପୋଷାକ, ସନ୍ତରଣ ପୋଷାକ, ଟ୍ରଫି ଭଳି ଅନେକ ନାମୀଦାମୀ ବ୍ରାଣ୍ଡ ଏଠାରେ ଉପଲବ୍ଧ ରହିଛି ।

Leave A Comment

All fields marked with an asterisk (*) are required