ରଙ୍ଗ ବେରଙ୍ଗର ଆଲୋକରେ ସଜେଇ ହେଲା ଖିଚିଂର ଐତିହାସିକ ମନ୍ଦିର
ଦୂର୍ଗା ପୂଜାରେ ଭକ୍ତମାନେ ଦେଖିବେ ରଙ୍ଗିନ କିଚକେଶ୍ୱରୀ ମନ୍ଦିର
ରଙ୍ଗ ବେରଙ୍ଗର ଆଲୋକରେ ସଜେଇ ହେଲା ଖିଚିଂର ଐତିହାସିକ ମନ୍ଦିର
ଶୁକୃଳି:ମୟୁରଭଞ୍ଜ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚକେଶ୍ୱରୀ । ମା କିଚକେଶ୍ୱରୀ ମନ୍ଦିରଟି ଖିଚିଂ ଠାରେ ଅବସ୍ଥିତ । ୧୨ଶହ ବର୍ଷ ଏହି ପୂରାତନ ଖିଚିଂ ମନ୍ଦିରକୁ ଦେଶ ବିଦେଶ ରୁ ପର୍ଯ୍ୟଟକ ଓ ଭକ୍ତ ଆସିଥାନ୍ତି । ଖିଚିଂ ମନ୍ଦିରରଟି ବିଶ୍ୱରେ ଏକ ମାତ୍ର ମନ୍ଦିର ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିମାର୍ଣ କରାଯାଇଛି । ଏହି ମନ୍ଦିର ଟି ୯୨୦ରୁ ୯୨୬ ଖ୍ରୀଷ୍ଟାଦ୍ଦ ସ୍ଥାପନ କରାଯାଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି । ଦେଶ ସ୍ବାଧୀନତା ପୂର୍ବରୁ ମୟୂରଭଞ୍ଜ ରାଜାଙ୍କ ଦାୟିତ୍ୱରେ ଥିଲା ଏହି ମନ୍ଦିରଟି । ଏବେ କରଞ୍ଜିଆ ଉପଜିଲ୍ଲାପାଳଙ୍କ ଦାୟିତ୍ୱରେ ଅଛି ଏହି ମନ୍ଦିରଟି । ଖିଚିଂ ମନ୍ଦିର କୁ ବିହାର, ଝାରଖଣ୍ଡ , କଲକତା ଓ ଓଡ଼ିଶାର ବିଭିନ୍ନ ସ୍ଥାନ ରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟୁଛି । ଶୁକ୍ରବାର ଠାରୁ ମା’ କିଚକେଶ୍ୱରୀ ମନ୍ଦିରେ ଆରମ୍ଭ ହେବ ଶାରଦୀୟ ଦୁର୍ଗାପୂଜା । ଚଳିତବର୍ଷ ମହା ଆଡମ୍ବରରେ ପାଳିତ ହେବ ଦୁର୍ଗାପୂଜା । ଏହି ଅବସରରେ ପୁରାତନ ଶକ୍ତି ପୀଠ ମା କିଚକେଶ୍ୱରୀ ମନ୍ଦିରକୁ ବିଭିନ୍ନ ପ୍ରକାରର ରଙ୍ଗିନ ଲାଇଟ ସଜା ଯାଇଛି । ଓଟିଡିସି ତରଫରୁ ୧୨ ଲକ୍ଷ ବ୍ୟୟରେ ରଙ୍ଗିନ ଆଲୋକ ଲଗା ଯାଇଛି । ପ୍ରତି ଦୁଇ ମିନିଟରେ ଥରେ ତାର ରଙ୍ଗ ବଦଳୁଛି । ରଙ୍ଗ ବେରଙ୍ଗ ଆଲୋକରେ ସଜେଇ ହେଲା ଖିଚିଂର ଐତିହାସିକ ମନ୍ଦିର
ଏହି ମନ୍ଦିରକୁ ସଜେଇ ବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡି ଥିବା ବେଳେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ରଙ୍ଗ ବେରଙ୍ଗ ଆଲୋକ ରେ ସଜେଇ ହେଇଚି ମା କିଚକେଶ୍ୱରି ମନ୍ଦିର , ମା’ ଙ୍କ ବଡ ପର୍ବ ଦୁର୍ଗା ପୂଜା ଥିବା ବେଳେ, ଦୁର୍ଗା ପୂଜା କି ଆଖି ଆଗରେ ରଖି ଦୁର୍ଗା ପୂଜା ପୂର୍ବରୁ ଏହି ଆଲୋକି କରଣ କାମ ସରିଛି , ମା ଙ୍କ ପୂଜା ବିଳମ୍ବିତ ରାତି ପର୍ଯ୍ୟନ୍ତ ହେଉଥିବା ବେଳେ ଏଥର ଶ୍ରଦ୍ଧାଳୁ ମାନେ ମା କିଚକେଶ୍ୱରି ମନ୍ଦିର ର ଏକ ନୁଆ ରୂପ ଦେଖି ପାରିବେ
ଏନେଇ କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ମା କିଚକେଶ୍ୱରୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ । ମା’ କିଚକେଶ୍ୱରୀ ମନ୍ଦିରରେ ଚଳିତବର୍ଷ ନୂଆ କଲର ଲାଉଟ ଲାଗିଛି ।ଯାହା ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଳିଟିବ । ଏଥି ସହିତ ଭକ୍ତ ମାନଙ୍କ ପାଇଁ ପ୍ରଥମ ଥର ପାଇଁ ଅନ୍ନ ଭୋଗ ବିକ୍ରି କରିବା ରେ ବ୍ୟବସ୍ଥା କରାଯାଇଛି ।