Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ଜିଲ୍ଲା ପାଇଁ ଶତାଧିକଙ୍କ ଶପଥ, ପୂଜା କମିଟିରୁ ଦସ୍ତଖତ ସଂଗ୍ରହ

ଭୁବନେଶ୍ୱର ଜିଲ୍ଲା ପାଇଁ ଶତାଧିକଙ୍କ ଶପଥ, ପୂଜା କମିଟିରୁ ଦସ୍ତଖତ ସଂଗ୍ରହ

Spread the love

Loading

ଭୁବନେଶ୍ୱର ଜିଲ୍ଲା ପାଇଁ ଶତାଧିକଙ୍କ ଶପଥ, ପୂଜା

କମିଟିରୁ ଦସ୍ତଖତ ସଂଗ୍ରହ

ଭୁବନେଶ୍ୱର,୨୦/୧୦ – ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବିରେ ରାଜଧାନୀ
ଉପକଣ୍ଠରେ ଶତାଧିକ ଯୁବକ ଶପଥ ନେଇଛନ୍ତି । ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଜିଲ୍ଲା ନହେବା
ପର୍ଯ୍ୟନ୍ତ ବିରତି ରହିବେ ନାହିଁ ବୋଲି କହିଛନ୍ତି । ଭୁବନେଶ୍ୱରକୁ ଜିଲ୍ଲା ପାଇଁ
ଅଭିଯାନରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସମଷ୍ଟିର ସ୍ୱର ‘ମିଳିତ ମହାମଂଚ’ ପକ୍ଷରୁ
ଆବାହକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଭୁବନେଶ୍ୱରର ବିଭିନ୍ନ ପ୍ରାନ୍ତ ସମେତ,
ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ବାଲିପାଟଣା, ବାଲିଅନ୍ତା, ନଖରା ଆଦି
ଅଂଚଳରେ ଦସ୍ତଖତ ସଂଗ୍ରହ ଚାଲୁରହିଛି । ଏବେ ବିଭିନ୍ନ ଦୂର୍ଗା ପୂଜା କମିଟି ଓ ଲକ୍ଷ୍ମୀ
ପୂଜା କମିଟି ସଭ୍ୟ ମାନଙ୍କ ଦସ୍ତଖତ ସଂଗ୍ରହ ଆରମ୍ଭ ହୋଇଛି । ବିଭିନ୍ନ ମୁରବୀ ଓ
ଅନୁଷ୍ଠାନର ସହଯୋଗରେ ଭୁବନେଶ୍ୱରକୁ ଜିଲ୍ଲା କରିବା ପାଇଁ ସରକାରଙ୍କ ନିକଟରେ
ଉପସ୍ଥାପନା ପାଇଁ ସ୍ୱାକ୍ଷର ସଂଗ୍ରହ ଅଭିଯାନ କରାଯାଇଛି । ସେମାନେ ଦାବି କରି
କହିଛନ୍ତି ଯେ, ପ୍ରାୟ ସବୁ ରାଜଧାନୀ ଜିଲ୍ଲା ହୋଇଥିବା ବେଳେ ଭୁବନେଶ୍ୱରକୁ
ଜିଲ୍ଲା କରିବା ପାଇଁ ବହୁ କାରଣ ରହିଛି । ୧୯୯୨ମସିହାରେ ଖୋର୍ଦ୍ଧା ଜିଲ୍ଲା ଗଠନ
ବେଳେ ଏହାର ଲୋକ ସଂଖ୍ୟା ୧୧ଲକ୍ଷ ଥିବା ବେଳେ ଏବେ ଏହି ଜିଲ୍ଲାରେ ୨୨ଲକ୍ଷରେ
ପହଂଚିଳାଣି । ୧୩ ଜିଲ୍ଲା ପୂର୍ନଗଠନ ପୂର୍ବରୁ ମଧ୍ୟ ଜଷ୍ଟିସ୍‌ ଦାସ କମିଶନ ତାଙ୍କ
ରିପୋର୍ଟରେ ଭୁବନେଶ୍ୱରକୁ ରାଜସ୍ୱ ଜିଲ୍ଲା ଗଠନ ପାଇଁ ସୁପାରିଶ କରିଥିଲେ ।
ଭୁବନେଶ୍ୱରକୁ ଜିଲ୍ଲା ଗଠନ ପାଇଁ ତକ୍ରାଳୀନ ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ପ୍ରସ୍ତବ
ରଖି ବହୁ କାର୍ଯ୍ୟାଳୟ ଏଠାରେ ସ୍ଥାପନା କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ
ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ
ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟି
ମଧ୍ୟ ଜିଲ୍ଲା କରିବାକୁ ସୁପାରିଶ କରିଥିଲେ । ଭୁବନେଶ୍ୱର ଜିଲ୍ଲା ହେଲେ ଲିଙ୍ଗରାଜ
ମନ୍ଦିର ଟ୍ରଷ୍ଟ ବୋର୍ଡ ସମସ୍ୟା କିମ୍ବା ଜିଲ୍ଲାରେ ଯେ କୌଣସି ସମସ୍ୟା ସଙ୍ଗେ ସଙ୍ଗେ ସମାଧାନ
ହୋଇପାରିବେ । ଏପରି ବହୁ କାରଣ ପାଇଁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା
ଆବଶ୍ୟକ ବୋଲି କୁହାଯାଇଛି । ଏହି ଶପଥ ଉତ୍ସବରେ ଆଂଚଳିକ ବିକାଶ ପରିଷଦର
ସଭାପତି ବୃନ୍ଦାବନ ସାହୁ, ଉପସଭାପତି ତଥା ସାହିତ୍ୟକ ଅକ୍ଷୟ ସ୍ୱାଇଁ, ସମ୍ପାଦକ ଅରୁଣ
କୁମାର ପୁରୋହିତ, ବୈଶାଳିନୀ ପଟ୍ଟନାୟକ, ବିଷ୍ଣୁ ବିଶ୍ୱାଳ, ଲକ୍ଷ୍ମୀଧର ପ୍ରଧାନ,
ପ୍ରଶାନ୍ତ ମିଶ୍ର, ସମେତ ଶତାଧିକ ବ୍ୟକ୍ତି ସାମିଲ ହୋଇଥିଲେ । ସେହିପରି ବିଭିନ୍ନ ଦୂର୍ଗା
ପୂଜା କମିଟିରୁ ଦସ୍ତଖତ ସଂଗ୍ରହ ଆରମ୍ଭ ହୋଇଛି ।

Leave A Comment

All fields marked with an asterisk (*) are required