Search for:
  • Home/
  • ରାଜ୍ୟ/
  • ନାସନାଲ ସେମିନାର ରେ ଭାଗ ନେଲେ ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ଆଇନି ଛାତ୍ର ଛାତ୍ରୀ l

ନାସନାଲ ସେମିନାର ରେ ଭାଗ ନେଲେ ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ଆଇନି ଛାତ୍ର ଛାତ୍ରୀ l

Spread the love

Loading

ନାସନାଲ ସେମିନାର ରେ ଭାଗ ନେଲେ ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ଆଇନି ଛାତ୍ର ଛାତ୍ରୀ l

ଭୁବନେଶ୍ୱର:ଖୋର୍ଦ୍ଧା , 06/10: ଆଜି ନାସନାଲ ଲ ୟୁନିଭେର୍ସିଟି କଟକ ଦ୍ୱାରା ଆୟୋଜିତ ନାସନାଲ ସେମିନାରରେ ଦିବସ ବ୍ୟାପି ସାମିଲ ହେଲେ
ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ର ଆଇନି ଛାତ୍ର ଛାତ୍ରୀ l

ଆଜି ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ନାସନାଲ ଲ ୟୁନିଭେର୍ସିଟି ର ସେମିନାର ଗୃହ ରେ ଅନୁଷ୍ଠିତ ହୋଇଥିବା ନାସନାଲ ସେମିନାର ରେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ସଭାଗୃହରେ ଆଜି ଠିକ ସକାଳ 10 ଘଣ୍ଟା ସମୟ ରେ ଆରମ୍ଭ ହୋଇଥିଲା l ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା,ଙ୍କ ଉପସ୍ଥିତିରେ ଅନେକ ଗୁଡିଏ ସେସନ ମାଧ୍ୟମରେ ଖୁବ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଯାଇଛି l ଏହି ସେମିନାର ର ବିଷୟ ବସ୍ତୁ ଥିଲା ସେକ୍ସ ୱାରକେର ଏବଂ ସେମାନଙ୍କର ଆଇନି ଗତ, ଶିକ୍ଷାଗତ , ସ୍ୱାସ୍ଥ୍ୟ ଗତ ଓ ଜୀବନ ଶୈଳୀ ଜନିତ ଅସୁବିଧା l
ଏହି ସେମିନାର ରେ ଅନୁଷ୍ଠାନ ର କୁଳପତି, ରେଜିଷ୍ଟର ଙ୍କ ସହ ବିଭିନ୍ନ ଅନୁଷ୍ଠାନ ର ଅତୀଥି ମନେ ଭାଗ ନେଇଥିଲେ l

ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ ର ସେକ୍ରେଟାରୀ ଶ୍ରୀଯୁକ୍ତ ସୁଧୀର କୁମାର ମାନସିଂହ,ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟର ଅଧକ୍ଷ ଡ.ଗିରୀଶ ରଞ୍ଜନ ସାହୁ ଓ ଅଧ୍ୟାପିକା ମିସ ଅର୍ଚ୍ଚିତା ମହାରଣା ଭାଗ ନେଇଥିଲେ l

କାର୍ଯ୍ୟକ୍ରମରେ ଦିବସ ବ୍ୟାପି ଛାତ୍ର ଛାତ୍ରୀ ମନେ ସାମିଲ ଥିଲେ l ଅଧକ୍ଷ ଡ଼କ୍ଟର ସାହୁଙ୍କ ତତ୍ୱାବଧାନ ରେ ଛାତ୍ରଛାତ୍ରୀ ମନେ ସାମିଲ ହୋଇ ବିଭିନ୍ନ ଆଇନି ର ବିଭିନ୍ନ ଦିଗ ବିଷୟରେ ଜ୍ଞାନ ଆହରଣ କରିଥିଲେ l ଅତିଥି ମାନଙ୍କର ତଥ୍ୟ ଓ ଗବେଷଣା ଆଧାରିତ ଶିକ୍ଷା ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ଦେଇଥିଲା।

କାର୍ଯ୍ୟକ୍ରମ ର ଶେଷ ରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା l ନାସନାଲ ୟୁନିଭେର୍ସିଟି ର ଏଭଳି କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଖୁବ ପ୍ରଶଂସା କରିଥିଲେ l

Leave A Comment

All fields marked with an asterisk (*) are required