୨୬ଟି ନୂଆ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତିମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ତ୍ୱରିତ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ୨୬ଟି ନୂଆ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ବିଭିନ୍ନ ଜିଲ୍ଲାର ରୋଗୀସେବାରେ ନିୟୋଜିତ ହୋଇଥିବା ଏହି ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ₹୧୦.୯୨ କୋଟି ବ୍ୟୟ କରିଛନ୍ତି।
ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନା ନେବାରେ ଜରୁରୀକାଳୀନ ଆମ୍ବୁଲାନ୍ସ ସଫଳତାର ସହ କାର୍ଯ୍ୟ କରୁଛି। ଜୀବନ ରକ୍ଷାକାରୀ ସୁବିଧା ଥିବା ଏହି ନୂତନ ଆମ୍ବୁଲାନ୍ସ ସାମିଲ ହେବା ଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ ହୋଇଛି