Search for:
  • Home/
  • ରାଜ୍ୟ/
  • କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା

କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା

Spread the love

Loading

କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା

ଭୁବନେଶ୍ୱର:କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି l ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରୋତ୍ସାହନ କରାଯାଇଥିଲା l ଏନେଇ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଅଧିକରୁ ଅଧିକ ଦ୍ରବ୍ୟ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପରାମର୍ଶ ଦିଆଯାଇଥିଲାବେଳେ ସେଥିରେ କେନ୍ଦ୍ରାପଡ଼ାର ରସାବଳି, ପୋଟଳି ପିଠା ଆଉ କାଇଁଚ ସାମଗ୍ରୀକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିବାକୁ କୁହାଯାଇଥିଲା l ରସାବଳି କେନ୍ଦ୍ରାପଡ଼ା ଜିଲ୍ଳାର ଏକ ଏତ୍ୟହ ଏବଂ ସାଂସ୍କୃତିକ ବିରାସତର ଏକ ଭିନ୍ନ ପ୍ରତୀକ l କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ଦୁଇବର୍ଷର ଦାବୀ ପାଖରେ ଏକ ସୁଯୋଗ ପହଞ୍ଚିଛି ଯେ ରସାବଳିକୁ ଜିଆଇ ଟ୍ୟାଗ ଅଥବା ଭୌଗଳିକ ସୁଚକାଙ୍କରେ ଏହା ଅନ୍ତର୍ଭୁକ୍ତ ହୋଇଛି l ଜିଆଇ ହେଉଛି ଏକ ଭୌଗଳିକ ସୁଚକାଙ୍କ ଯାହାର ନାଁରେ ବିଭିନ୍ନ ପ୍ରକାରର ବସ୍ତୁ, ଦ୍ରବ୍ୟ, କଳା ଆଉ ପ୍ରସିଦ୍ଧିକୁ ମାନ୍ୟତା ମିଳିଥାଏ l ଆଉ ଏହିସବୁ ଦ୍ରବ୍ୟର ଗୁଣବତ୍ତାର ମାନକ ମଧ୍ୟ ଏହି ଭୌଗଳିକ ସୂଚକରୁ ହିଁ ଆସିଥାଏ l କେନ୍ଦ୍ରାପଡ଼ାବାସୀଙ୍କ ଆଜି ଏକ ଗର୍ବ ଆଉ ଗୌରବର ବିଷୟ କି କେନ୍ଦ୍ରାପଡ଼ା ରସାବଳି ମିଷ୍ଠାନ୍ନ ନିର୍ମାତା ସଂଘ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପଞ୍ଜିକରଣ କରାଇବା ସହ ତତ୍ପରତା ଦେଖାଇଥିଲେ l ରସାବଳିର ଇତିହାସ ଯେ ୪ ଶହ ବର୍ଷରୁ ଉର୍ଦ୍ଧ୍ଵ ଓ ଏହା ଶ୍ରୀ ବଳଦେବଜୀଉଙ୍କ ପ୍ରିୟ ଅମୋଣିଆ ଭୋଗ ଦୋକାନରେ ସାମିଲ ହୋଇଛି l ଏହାକୁ ଜିଆଇ ଟ୍ୟାଗର ମାନ୍ୟତା ମିଲିଯିବାରୁ ଅନ୍ୟତ୍ର ତିଆରି ରସାବଳିକୁ କେନ୍ଦ୍ରାପଡ଼ା ରସାବଳି ଭାବେ ଆଉ ବିକ୍ରି କରିହେବ ନାହିଁ l ଏଥିରେ କେନ୍ଦ୍ରାପଡ଼ାବାସୀଙ୍କ ଏକ ପ୍ରକାର ପାରମ୍ପରିକ ଜ୍ଞାନ ଓ ସୁରକ୍ଷା ମିଳିବାକୁ ଯାଉଛି l ରସାବଳି ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ସାମଗ୍ରୀକୁ ନେଇ ନିକଟରେ ଭୁବନେଶ୍ଵରରେ ଅନୁଷ୍ଠିତ ଏକ ଜାତୀୟ ସ୍ତରୀୟ ବୈଠକରେ ମୂଲ୍ୟାୟନ କରାଯାଇଥିଲା l ଏଥିରେ ରସାବଳିକୁ ନେଇ ଜିଆଇ ଟ୍ୟାଗ ମାନ୍ୟତା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା l ସବୁଠାରୁ ରସାବଳିକୁ ଏହି ବୈଠକରେ ଜିଆଇ ମାନ୍ୟତା ନେଇ ପ୍ରାଧାନ୍ୟ ଦିଆଯାଇଥିଲା l ରସାବଳିକୁ ମଙ୍ଗଳବାର ୨୦୨୩ ମସିହା ୩ ଅକ୍ଟୋବରରେ ଜିଆଇ ଟ୍ୟାଗ ମାନ୍ୟତା ମିଳିଲା l କେନ୍ଦ୍ରାପଡ଼ା ରସାବଳିରେ ଯେଉଁ ଭିନ୍ନତା, ପରମ୍ପରା ରହିଛି ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ ବୋଲି ଏହି ଟିମ ପକ୍ଷରୁ କୁହାଯାଇଥିଲା l ରସାବଳିକୁ ଜିଆଇ ଟ୍ୟାଗ ମିଳିବାରୁ କାରିଗରୀ ସୁରକ୍ଷା, ସମୃଦ୍ଧି, ଉନ୍ନତି, ସମ୍ମାନ ବଞ୍ଚିବା ସହ ଆଞ୍ଚଳିକ ଉତ୍ପାଦର ଚାହିଦା ସାରା ବିଶ୍ୱରେ ପରିଚୟ ପାଇବାକୁ ଯାଉଛି l ଏନେଇ ଜିଆଇ ଏବଂ ଆଇପି ବିଶେଷଜ୍ଞ ବିନୟ ଭୂଷଣ ଜେନା କୁହନ୍ତି ରସାବଳିକୁ ଜିଆଇ ଟ୍ୟାଗ ମିଳିବାରୁ ରାଜ୍ୟ ତଥା ଦେଶରେ ଆମକୁ ପ୍ରସିଦ୍ଧି ମିଳିବ l ଜିଲ୍ଲାର ପାରମ୍ପରିକ ଜ୍ଞାନ କୌଶଳ ଓ ପଦାର୍ଥମାନଙ୍କୁ ଏସ୍ତରକୁ ଆଣିବାରେ ଆମର ପୁର୍ବଜମାନଙ୍କର ଅନେକ ଅବଦାନ ରହିଛି l ତେଣୁ ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ମଧ୍ଯ ପୁର୍ବଜଙ୍କୁ ମଧ୍ଯ ଆନନ୍ଦ ମିଳିବ l କେନ୍ଦ୍ରାପଡ଼ାର ଖାଲି ରସାବଳି ନୁହେଁ ବରଂ ଅନେକ ଦ୍ରବ୍ୟ ରହିଛି l ଯାହା ଜିଆଇ ମାନ୍ୟତା ପାଇଁ ପଞ୍ଜୀକରଣ ହେବା କଥା l

Leave A Comment

All fields marked with an asterisk (*) are required