ବରିଷ୍ଠ ନାଗରିକ ରାଷ୍ଟ୍ର ଓ ଦେଶର ମାର୍ଗଦର୍ଶକ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ
ବରିଷ୍ଠ ନାଗରିକ ରାଷ୍ଟ୍ର ଓ ଦେଶର ମାର୍ଗଦର୍ଶକ
ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ
ଭୁବନେଶ୍ୱର, ୩୧୦ : ଓଡିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ବିଶ୍ୱ
ବରିଷ୍ଠ ନାଗରିକ ଦିବସ ପଟିଆସ୍ଥିତ କ୍ରିଷ୍ଟାଲ କୋର୍ଟୟାଡ ମଣ୍ଡପ ଠାରେ
ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ଡ଼ ମଧୁ ମାଧବ
ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ଯେ
ବରିଷ୍ଠ ନାଗରିକ ମାନଙ୍କ ପାଖରେ ସମସ୍ତ ପ୍ରକାର ଅଭିଜ୍ଞତା ରହିଛି ।
ସେମାନଙ୍କୁ ଅନୁସରଣ କରି ବାଟ ·ଲିଲେ ସଫଳତା ନିଶ୍ଚୟ ମିଲିବ । ସେମାନେ
ହେଉଛନ୍ତି ସମାଜ, ରାଷ୍ଟ୍ର ତଥା ଦେଶର ମାର୍ଗଦର୍ଶକ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ବରିଷ୍ଠ ନାଗରିକ ମାନଙ୍କୁ ସବୁବେଳେ ଅଗ୍ରାଧିକାର ଦେଇ
ଆସିଛନ୍ତି । ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ବିଭିନ୍ନ ଯୋଜନା ମଧ୍ୟ
କରିଛନ୍ତି । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର ଯୋଗଦେଇ
କହିଥିଲେ ଯେ ବରିଷ୍ଠମାନେ ସଦାସର୍ବଦା ଚିର ନମସ୍ୟ ଓ ସମାଜର ପଥ ପ୍ରଦର୍ଶକ ।
ସେମାନେ ସୁସ୍ଥ ସବଳ, ନିରୋଗ ଓ ହସଖୁସିରେ ରହିଲେ ସମାଜର ମଙ୍ଗଳ ହେବ ।
ସେମାନଙ୍କୁ ହସ ଖୁସିରେ ରଖିବା ପାଇଁ ସ୍ନେହ ଆଦରର ଆବଶ୍ୟକତା ରହିଛି ା
ତେଣୁ ଆମ୍ଭେମାନେ ଯଥାସମ୍ଭବ ସେବା କରିବା ସହିତ ସ୍ନେହ ଆଦର କଲେ ସେମାନେ
ଆଶୀର୍ବାଦ ପ୍ରଦାନ କରିବେ । ସମ୍ମାନୀତ ଅତିଥି ଭାବରେ ବିଜୟ ଦାସ,
ଗଣେଶ ମିଶ୍ର, ପୁଷ୍ପଶ୍ରୀ ମହାପାତ୍ର, ଅନୀମା ପଟ୍ଟନାୟକ ପ୍ରମୁଖ
ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ
ଉପରେ ଆଲୋଚନା କରିଥିଲେ । ଅସ୍ତିଶଲ୍ୟ ଡାକ୍ତର ଦେବାଶିଷ ଷଡଙ୍ଗୀ ଓ
ହୃଦ୍ରୋଗ ଡାକ୍ତର ଶ୍ୱେତାଙ୍କ ଦାସ ଯୋଗଦେଇ ବରିଷ୍ଟ ନାଗରିକ ମାନଙ୍କୁ
ଆଣ୍ଠୁଗଣ୍ଠି ସମାସ୍ୟା ଓ ହୃଦ୍ଘାତ ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ଦେଇଥିଲେ ।
ମହାସଂଘର ସମ୍ପାଦକ ଯୁଗଳ କିଶୋର ସାହୁ ବାର୍ଷିକ ବିବରଣୀ ପାଠ କରିବା
ସହିତ ବାର୍ଦ୍ଧକ୍ୟ ଭତ୍ତା ୫ ଶହ ଟଙ୍କାରୁ ୩ ହଜାର ଟଙ୍କା ବୃଦ୍ଧି, ରେଲବାଇ ଓ ମୋ
ବସ୍ ପରି ଅନ୍ୟାନ୍ୟ ବସ୍ରେ ୫୦ ପ୍ରତିଶତ ରିହାତି ପ୍ରଦାନ ପାଇଁ ଦାବି
ଉପସ୍ଥାପନ କରିଥିଲେ । ଆଶାଲତା ରାଉତରାୟ ଗୀତା ପାଠ କରି
କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନାଗରିକ ମାନଙ୍କୁ ସେବା
ସହଯୋଗ ଯୋଗାଇ ଆସୁଥିବା ଜିତେନ୍ଦ୍ର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
ା ଇଂ. ଦିଲ୍ଲୀପ ସାହୁ ଓ ବିଜୟ ପାତ୍ର ସହଯୋଗ କରିଥିଲା ବେଳେ ମାୟାଧର ନନ୍ଦ
ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ବରିଷ୍ଠ
ନାଗରିକ ଉପସ୍ଥିତ ଥିଲେ ।