Search for:
  • Home/
  • ରାଜ୍ୟ/
  • କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା।

କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା।

Spread the love

Loading

କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା।

ପାର୍ଲିଆମେଣ୍ଟ ଭବନ ରେ ସାଂସଦ ଶ୍ରୀ ସୁବାସ ସିଂହ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ଭୁବନେଶ୍ୱର:ଆଜି ଓଡିଶା ବାସୀ ଓ କେନ୍ଦ୍ରାପଡା ବାସୀଙ୍କ ପାଇଁ ଏକ ବଡ଼ ଗୌରବ ର ଦିନ ବୋଲି ପୂର୍ବତନ ସାଂସଦ ଶ୍ରୀ ସୁବାସ ସିଂହ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ର ରସାବଳୀ କୁ ଆଜି କେନ୍ଦ୍ର ସରକାର ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ କି ଗତ ୩୦ ଜୁଲାଇ ,୨୦୧୧ ମସିହାରେ ତତ୍କାଳୀନ ରାଜ୍ୟ ସଭା ସାଂସଦ ଶ୍ରୀ ସୁବାସ ସିଂହ ଙ୍କ ନେତୃତ୍ୱରେ ସାଂସଦ ମୁନା ଖାଁ , ସାଂସଦ ମମତା ମହନ୍ତ ପ୍ରମୁଖ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଙ୍କୁ ସାକ୍ଷାତ କରି ସଂସଦ ଭବନ ରେ ଏ ନେଇ ଏକ ସ୍ମାରକପତ୍ର ଉପସ୍ଥାପନ କରିଥିଲେ।
ରସାବଳୀ କୁ ଜିଆଇ ଟ୍ୟାଗ ପରିପ୍ରେକ୍ଷୀରେ ୨୬ ଜୁଲାଇ ୨୦୨୧ ରେ ମନ୍ତ୍ରୀ ପିୟୁଷ ଗୋଏଲ ଙ୍କୁ ଭେଟିଥିଲେ । ଏହି ପରିପ୍ରେକ୍ଷୀରେ ଇତିହାସ ଯାହା କୁହେ – ଗଙ୍ଗ ରାଜତ୍ୱ ସମୟରୁ , ଅର୍ଥାତ ୪୦୦ ବର୍ଷ ପୂର୍ବରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରସାବଳୀ, ବଳଦେବଜୀଉ ଙ୍କ ମୁଖ୍ୟ ପ୍ରସାଦ ଭାବେ ଜଣାଶୁଣା . ସୁସ୍ୱାଦୁ ମିର୍ଷ୍ଟାର୍ଣ୍ଣ ରସାବଳୀ କୁ କେନ୍ଦ୍ରାପଡା ବାସୀ ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ଏପରିକି କି ଏହି ରସାବଳୀ ସ୍ୱାଦ ଦେଶ , ବିଦେଶ ବ୍ୟାପିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଜିଆଇ ଟ୍ୟାଗ ମିଳି ନଥିଲା , ଯାହା ଆଜି କେନ୍ଦ୍ର ସରକାର ଜିଆଇ ଟ୍ୟାଗ ଦେଇ ରସାବଳୀ ର ମାନ୍ୟତା ଦେଇଛନ୍ତି । ଦେଶ ଓ ରାଜ୍ୟର ପ୍ରମୁଖ ପ୍ରଦର୍ଶନୀ ଓ ଓଡିଶା ପ୍ରସିଦ୍ଧ ବାଲିଯାତ୍ରା ରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛି । ଏବେ ଜିଆଇ ଟ୍ୟାଗ ର ମାନ୍ୟତା ପାଇବା ସହ ଏହା ଅନ୍ତର୍ଜାତୀୟ ସ୍ୱୀକୃତି ପାଇବା ଓ ଦେଶ ବିଦେଶ ରେ ଆଦୃତ ହୋଇପାରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକ ମାନେ କେନ୍ଦ୍ରାପଡା ପ୍ରତି ଆକର୍ଷିତ ହେବା ସହିତ ବିଶ୍ୱର ସବୁଠାରୁ ଆକର୍ଷିତ ସ୍ଥାନ ଭିତରକନିକା , ୧୮୦ ବର୍ଷର ପୁରୁଣା ବ୍ରିଟିଶ ସମୟର ହୁକିଟୋଲା ବତୀଘର ଓ ବଙ୍ଗୋପ ସାଗର ର ବିସ୍ତୀର୍ଣ୍ଣ ଜଳରାଶି ଆଦି ପର୍ଯ୍ୟଟକଙ୍କୁ କେନ୍ଦ୍ରାପଡା ତୁଳସୀ କ୍ଷେତ୍ରକୁ ଆକର୍ଷଣ କରିବାରେ ଏକ ବଡ ଭୂମିକା ନେବାରେ ସହାୟକ ହେବ ।

Leave A Comment

All fields marked with an asterisk (*) are required