ଦନ୍ତେବାଡା ର ଶିଶୁ ଶ୍ରମିକ ମାଲକାନଗିରି ରେ ଉଦ୍ଧାର।
ଦନ୍ତେବାଡା ର ଶିଶୁ ଶ୍ରମିକ ମାଲକାନଗିରି ରେ ଉଦ୍ଧାର।
ଭୁବନେଶ୍ୱର:ମାଲକାନଗିରି,୨୩।୯: ଛତିଶଗଡରୁ ଆସି ମାଲକାନଗିରି ଜିଲାଳରେ କାର୍ଯ୍ୟ କରୁଥିବା ୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ । ମାଲକାନଗିରି ଜିଲ୍ଲାରେ ଡିନକୁ ଦିନ ଶିଶୁ ଶ୍ରମିକ ପ୍ରଥା ବଢିବାରେ ଲାଗିଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଜୋରସୋର ଉଦ୍ୟମ ଜାରି ରଖିଛି । ତେବେ ଆଜି ଜିଲ୍ଲାର ପଡିଆ ବ୍ଲକ ଏମ୍.ଭି. ୫୬ ଗ୍ରାମ ନିକଟରେ ଜଣେ ଠିକାଦାର ୯ଜଣ ଶିଶୁ ଶ୍ରମିକ ମାନଙ୍କୁ ସୀମାନ୍ତ ଛତିଶଗଡ ଦନ୍ତେବାଡା ଜିଲ୍ଲାରୁ ଆଣି ଏକ କ୍ୟାମ୍ପରେ କାର୍ଯ୍ୟ କରାଇବା ପାଇଁ ରଖିଥିଲୋ କୌଣସି ସୁତ୍ରରୁ ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ନିର୍ଦେଶ କ୍ରମେ ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ କ୍ୟାମ୍ପରୁ ନଅଜଣ ଶିଶୁଙ୍କୁ ଉଦ୍ଧାର କରିଥିଲୋ ପରେ ମାଲକାନଗିରି ଶଇଶୁ ସୁରକ୍ଷା କାର୍ଯ୍ୟାଳୟକୁ ଆଣି ସେମାନଙ୍କୁ ପଚରା ଉଚରା କରିବାରୁ ସେମାନେ ଛତିଶଗଡ ଦନ୍ତେବାଡା ଜିଲ୍ଲା କଡନାର ଥାନା ବସ୍ତନାର ଗ୍ରାମର ବୋଲି ପ୍ରକାଶ କରିଥିଲୋ ତାଙ୍କର ଜଣେ ସମ୍ପର୍କୀୟ ଏଠାରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଆଣିଥିଲୋ ଘଟଣା ସ୍ଥଳରୁ ସମ୍ପୃକ୍ତ ଦଲାଲ ଫେରାର ହୋଇ ଯାଇଥିବା ବେଳେ ଏହି ଶିଶୁ ମାନଙ୍କୁ ଦନ୍ତେବାଡା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।