୨୪ରେ ପୁଣି ନବୀନ ସରକାର:ପ୍ରଭୁ ଚାୱଲା
୨୪ରେ ପୁଣି ନବୀନ ସରକାର,ରାଜନୀତିରେ ନବୀନ ଥିଲା ପର୍ଯ୍ୟନ୍ତ କେହି ତାଙ୍କୁ ସାମ୍ନା କରିପାରିବେ ନାହିଁ
ଭୁବନେଶ୍ବର : ୨୦୨୪ରେ ପୁଣି ଓଡ଼ିଶାରେ ହେବ ନବୀନ ପଟ୍ଟନାୟକଙ୍କ ସରକାର। ୨୬ବର୍ଷର ରାଜନୈତିକ ଜୀବନରେ ନବୀନ ପଟ୍ଟନାୟକଙ୍କ ସେବା, ସଂସ୍କାର ଓ ବିକାଶର ମନ୍ତ୍ର ପାଇଁ ସେ ଅପରାଜେୟ ଓ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଆସୁଛନ୍ତି। ଗର୍ବ, ଅହଙ୍କାର, ଔଦ୍ଧତ୍ୟ, ହିଂସା, ଦ୍ୱେଷ ଆଦିରୁ ବ୍ୟକ୍ତିଗତ ଭାବେ ନିଜକୁ ଊର୍ଦ୍ଧ୍ବରେ ରଖି ଦଳ ଓ ସରକାରକୁ ନିଆରା ମାର୍ଗରେ ପରିଚାଳନା କରିଆସୁଥିବାରୁ ତାଙ୍କର ସମର୍ପିତ ସେବାକୁ ସାଧାରଣ ଲୋକେ ବାରମ୍ବାର ସ୍ୱୀକୃତି ଦେଇଆସୁଛନ୍ତି। ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର କରିବା ସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ଦେଶର ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆନ ଏକ୍ସପ୍ରେସର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା। ଭୁବନେଶ୍ବରରେ ଆୟୋଜିତ ଇଣ୍ଡିଆନ ଏକ୍ସପ୍ରେସର ” ଅ ” ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଇଣ୍ଡିଆନ ଏକ୍ସପ୍ରେସର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା କହିଛନ୍ତି ବର୍ତ୍ତମାନର ରାଜନୈତିକ ସ୍ଥିତିରେ ୨୦୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେହି ହରେଇ ପାରିବେ ନାହିଁ । କାରଣ ଓଡ଼ିଶାରେ ନବୀନଙ୍କ ବିକଳ୍ପ କେହି ନାହାନ୍ତି କିମ୍ବା ବିରୋଧୀ ବି ନାହାନ୍ତି। ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢେଇ କରିବାକୁ କେହି ବିରୋଧୀ ଦଳ ନାହାନ୍ତି ।