Search for:
  • Home/
  • ରାଜ୍ୟ/
  • ଧାମରା-ବାଂଶଡା ଆଞ୍ଚଳିକ ବିକାଶ ମଞ୍ଚର ଧାରଣା ଧାମରା ପୋର୍ଟର ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଧାମରା-ବାଂଶଡା ଆଞ୍ଚଳିକ ବିକାଶ ମଞ୍ଚର ଧାରଣା ଧାମରା ପୋର୍ଟର ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ

Spread the love

Loading

ଧାମରା-ବାଂଶଡା ଆଞ୍ଚଳିକ ବିକାଶ ମଞ୍ଚର ଧାରଣା
ଧାମରା ପୋର୍ଟର ହସ୍ତକ୍ଷେପ ପରେ ଆନ୍ଦୋଳନ

ପ୍ରତ୍ୟାହୃତ

ଧାମରା, ୨୩.୯.୨୦୨୩: ଧାମରା-ବାଂଶଡା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ପାଞ୍ଚ ଦଫା ଦାବି ପୂରଣ ନେଇ ବାଂଶଡା-
ବଳିହାରପୁର ଗଣଧାରଣା ଦିଆଯାଇଛି । ମଞ୍ଚ ତରଫରୁ ଶତାଧିକ ଗ୍ରାମବାସୀ ବାଂଶଡା-ମନ୍ତେଇ ବ୍ରିଜ
ନିକଟବର୍ତ୍ତୀ ଧାମରା-ଭଦ୍ରକ ରେଳପଥକୁ ଅବରୋଧ କରିବା ସହ ନିର୍ମାଣଧୀନ ରାସ୍ତାରେ କାର୍ଯ୍ୟବନ୍ଦ କରି ଆନ୍ଦୋଳନ
କରିଥିଲେ । ବାଂଶଡାଠାରୁ ବଳିହାରପୁର ଦେଇ କରଞ୍ଜମାଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବାଂଶଡା
ଠାରେ ଅଣ୍ଡରପାସ୍‌ (ଗଳାପୋଲ) ନିର୍ମାଣ କରିବା ସହ କର୍ମ ନିଯୁକ୍ତି, ବ୍ରିଜ୍‌ ନିକଟରେ ଆଲୋକୀକରଣ,
ରେଳଧାରଣାରେ ଥିବା ହ୍ୟୁମ୍‌ ପାଇପ୍‌ ବର୍ଷା ଦିନରେ ପୋତି ହୋଇଯାଇଥିବା ବେଳେ ତାର ରକ୍ଷଣାବେକ୍ଷଣର
ସୁବ୍ୟବସ୍ଥା ନେଇ ସେମାନେ ଦାବି କରିଥିଲେ । ପ୍ରଥମେ ଜିଲ୍ଲା ପ୍ରଶାସନ ତରଫରୁ ଚାନ୍ଦବାଲି ତହସିଲଦାର୍‌ ସୁଶାନ୍ତ ସୁତାର
ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ôଚ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଧାମରା ପୋର୍ଟ ତରଫରୁ ଡିଜିଏମ୍‌
କର୍ପୋରେଟ୍‌ ବ୍ୟାପାର ସୁଭାଶିଷ ମିଶ୍ର, ପ୍ରୋଜେକ୍ଟ ମୁଖ୍ୟ (ସିଭିଲ୍‌) ଆର କେ ସିଂ ପ୍ରମୁଖ ପହଞ୍ôଚ ଧାମରା-
ବାଂଶଡା ଆଞ୍ଚଳିକ ବିକାଶ ମଞ୍ଚର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ, ଧାମରା ପୋର୍ଟ ଓ
ବିକାଶ ମଞ୍ଚର ପ୍ରତିନିଧିଙ୍କ ତ୍ରିପାକ୍ଷିକ ବୈ÷ଠକ ପରେ ଆନ୍ଦୋଳନ ହଟିଥିଲା ଓ ରେଳ ଚଳାଚଳ ସ୍ୱଭାବିକ ହୋଇଥିଲା

Leave A Comment

All fields marked with an asterisk (*) are required