Search for:
  • Home/
  • ରାଜ୍ୟ/
  • ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

Spread the love

Loading

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର:ବାଲୁଗାଁ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ। ଗଞ୍ଜାମ ଜିଲ୍ଲା ବୁଗୁଡାର ପୂର୍ବତନ ତହସିଲଦାର ଥିଲେ ସଂଗ୍ରାମ। ଏକକାଳୀନ ୪ ଗୋଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ। ଉକ୍ତ ଚଢ଼ାଉ ରେ ସାମିଲ ଅଛନ୍ତି ଭିଜିଲାନ୍ସ ଟିମର ୩ ଜଣ ଡ଼ିଏସପି, ୧୦ ଜଣ ଇନ୍ସପେକ୍ଟର ଙ୍କ ସମେତ ଅନ୍ୟ କର୍ମଚାରୀ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଏହି ଚଢ଼ାଉ। ଏକକାଳୀନ ଭାବେ ଭିଜିଲାନ୍ସ ଟିମ ସଂଗ୍ରାମ ଙ୍କର ବାଲୁଗାଁ ଥାନା ଅନ୍ତର୍ଗତ ଜେନା କଲୋନୀ ସ୍ଥିତ ତିନି ମହଲା ବିଶିଷ୍ଟ ଅଟ୍ଟାଳିକା, ବାଲୁଗାଁ ଚୁଡା ମିଲ ନିକଟସ୍ଥ ସଂଗ୍ରାମ ଙ୍କ ସମ୍ପର୍କୀୟ ଙ୍କ ଘର, ଟାଙ୍ଗୀ ଥାନା ଅନ୍ତର୍ଗତ ହରିପୁର ସ୍ଥିତ ବାସଭବନ, ବାଣପୁର ଥାନା ଅନ୍ତର୍ଗତ ଛୋଟରାୟପୁର ଶାସନ ରେ ଥିବା ୩ ଗୋଟି ପ୍ଲଟ ଉପରେ ଚଢାଉ ଜାରି ରଖି ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ସମ୍ପର୍କରେ ତଥ୍ୟ ନେଉଛି ଭିଜିଲାନ୍ସ ଟିମ । ଚାକିରୀ କାଳରେ ବାବୁ ଜଣଙ୍କ କିଭଳି କୋଟି କୋଟି ଟଙ୍କା ରୋଜଗାର କଲେ ତାହାକୁ ନେଇ ଛାନଭିନ ଜାରି ରଖିଛି ତଦନ୍ତକାରୀ ସଂସ୍ଥା ।

Leave A Comment

All fields marked with an asterisk (*) are required