Search for:
  • Home/
  • ରାଜ୍ୟ/
  • ନବନିର୍ମାଣ ସ୍ବରାଜ ସରକାର ପାଇଁ ମହାସଂଗ୍ରାମ

ନବନିର୍ମାଣ ସ୍ବରାଜ ସରକାର ପାଇଁ ମହାସଂଗ୍ରାମ

Spread the love

Loading

ଭୁବନେଶ୍ୱର:ନବନିର୍ମାଣ ସ୍ବରାଜ ସରକାର ପାଇଁ ମହାସଂଗ୍ରାମ ହେବ ‘ମୋ ଦଳ’ କଟକ ଜିଲ୍ଲା ‘ମୋ ଦଳ’ ସମ୍ମିଳନୀ ନବନିର୍ମାଣ ସ୍ବରାଜ ସରକାର ପାଇଁ ମହାସଂଗ୍ରାମ କରିବ ‘ମୋ ଦଳ’। ୭୬ ବର୍ଷ ସ୍ବାଧୀନତାର ବିକାଶର ବିସଙ୍ଗତି ଯେଭଳି ଭାବରେ ଚାଷୀ, ମୂଲିଆ, ଯୁବକ, କୃଷକ ସମସ୍ତେ ଉପେକ୍ଷିତ ହୋଇ ନିଷ୍ପେସିତ ହୋଇଛନ୍ତି ଏଭଳି ହେବାକୁ ଆଉ ଦିଆଯିବ ନାହିଁ। ସରକାର ଠିକ୍‌ ଚାଲିବ ଲୋକେ କିନ୍ତୁ ବଢ଼ି ମରୁଡ଼ିରେ ପେଶିହେବା ଏ ରାଜନିତିର ସମସ୍ତ …. ମୋଦଳ। ଆମେ ବହୁତ ଉନ୍ନତି କରୁଛେ, ଚନ୍ଦ୍ରକୁ ଯାନ ପଠାଉଛେ କିନ୍ତୁ ଚାଷୀଙ୍କୁ ମରୁଡ଼ି ଦାୟୁରୁ ରକ୍ଷା କରିବାକୁ ଏ ହେଉଛି ବିକାଶର ବିକଳ ନଗ୍ନଚିତ୍ର। ଏଭଳି ଅସନ୍ତୁଳିତ ବୈଷମ୍ୟ ଆଧାରିତ ବିକାଶକୁ କେହି କେବେ ସହନ କରିବେ ନାହିଁ। ଏ ଦେଶଟା ସମସ୍ତଙ୍କର। ତେଣୁ ଦେଶର ସମସ୍ତ ଅର୍ଥ ପୁରା ଦେଶର ହିତରେ ଲାଗିବ ବୋଲି କଟକ ଜିଲ୍ଲା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଦଳର କାର୍ଯ୍ୟକରି ସଭାପତି ଅକ୍ଷୟ କୁମାର। ସଭାପତିଙ୍କ ଭାଷଣରେ କହିଥିଲେ ଯେ ମୋ ଦଳ ଯଦି ସରକାରକୁ ଆସେ ଆମେ କେବେ ଖଣିର ବିକ୍ରି କରିବୁ ନାହିଁ। ପୁରା ନିଶାମୁକ୍ତ ହେବ ଓଡ଼ିଶା। ଯାହା ଅପରାଧର ପୁରା କମାଇବ। ସେହିଭଳି ଆମର ପ୍ରତିଶ୍ରୁତି ଗ୍ୟାରେଣ୍ଟି ହେବ। ମୋ ଦଳ ଖୁବ୍‌ଶୀଘ୍ର ମହାଦ୍ରୁମରେ ପରିଣତ ହେବ। ମହାସଚିବ ପ୍ରଦୀପ ପ୍ରଧାନ ଓଡ଼ିଶା ସରକାରଙ୍କ କଡ଼ା ସମାଲୋଚନା କରି ଏ ସରକାର କେବଳ ଦୁର୍ନିତୀ ଓ ଶୋଷଣ ଆଧାରରେ ଠିଆ ହୋଇଛି ତାର ବାଖ୍ୟା କରିଥିଲେ। ସେ କହିଥିଲେ ଯେ ସୂଚନା ଅଧିକାରରେ ଯେତେ ଥର ତଥ୍ୟ ମଗାଯାଉଛି ପୁଳା ପୁଳା ଦୁର୍ନିତି ର ଚିତ୍ର ମିଳୁଛି। ନିଜକୁ ଦୁର୍ନିତୀ ଉପାଧି ବୋଲି ସରକାର କହିଥିଲେ ହେଁ ସେ ଦୁର୍ନିତୀର ଚକ୍ରବର୍ତ୍ତୀ ସମ୍ରାଟ ପାଲଟି ଯାଇଛନ୍ତି। ତାର କୁଶାସନର ଓଡ଼ିଆ ଜାତିର ପାଳଗାମୀ ହେଲାଣି। ନବୀନଙ୍କ ଶାସନର ମୁକ୍ତିରେ ଓଡ଼ିଶାବାସୀ ମୁକ୍ତି। ସଂଗଠନର ମୁଖପାତ୍ର ଶେଷଦେବ ନନ୍ଦ କହିଲେ ଯେ ଆଉ ଟିଭି ମିଡିଆ ଉପରେ ନିର୍ଭର ନ କରି ସୋସିଆଲ ମିଡ଼ିଆରେ ମୁଖର ହେବ। ଗଣେଷ ପୂଜା, ବୋଲବମ୍‌, ପାଟି ଛାଡ଼ି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣରେ ଯୋଗ ଦିଅ। ବହୁ ସଂଖ୍ୟାରେ ଛାତ୍ର ଯୁବକମାନେ ରାଜନୀତିରେ ପଶିଲେ ଗୋଳିଆପାଣି ସଫା ହେବ ଓ ରାଜନୀତିରେ ସଂଶୋଧନ ହେବ। ଜିଲ୍ଲା ସଂଯୋଜକ ବିଚିତ୍ର ପଣ୍ଡା ସଭାପତିତ୍ବ କରିଥିଲେ। ଉପସଭାପତି ବସନ୍ତ କୁମାର ସାହୁ, ସାଧାରଣ ସଂପାଦକ ଅଶୋକ କୁମାର ମହାନ୍ତି, ସୋମନାଥ ରାଉତ, ସଂପାଦକ ଅରୁଣ ମହାପାତ୍ର, ବିଭୂତି ଦାସ ବକ୍ତବ୍ୟ ରଖିଥିଲେ। ଆଜିର ସଭାରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବରିଷ୍ଠ ସଂଗଠକ କୃଷ୍ଣଚନ୍ଦ୍ର ବେହେରା, ଜଟାଧାରୀ ଲେଙ୍କା, ପ୍ରଶାନ୍ତ ଆଚାର୍ଯ୍ୟ, ପ୍ରତାପ ରାଉତ, ରୂପେନ୍ଦ୍ର ରାଉତ, ମନୋରଂଜନ ପଣ୍ଡା, ବିଭୁପଦାରବିନ୍ଦ ନାୟକ, ବାବୁଲି ଜେନା, ସୁଦର୍ଶନ ସେଠୀ, ଆଲୋକ ବେହେରା, ସୁବାଷ ସେଠୀ, କୃପାସିନ୍ଧୁ ଦାସ, ବିକ୍ରମ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Leave A Comment

All fields marked with an asterisk (*) are required