Search for:
  • Home/
  • ରାଜ୍ୟ/
  • ଚିନ୍ତା ରେ ସୌମ୍ୟରଂଜନ ପଟ୍ଟନାୟକ।

ଚିନ୍ତା ରେ ସୌମ୍ୟରଂଜନ ପଟ୍ଟନାୟକ।

Spread the love

Loading

‘ସମ୍ବାଦ’ ଖବରକାଗଜକୁ ରାଜ୍ୟ ସରକାର ବିଜ୍ଞାପନ ଦେବା ବନ୍ଦ କରିଛନ୍ତି । ମାଲିକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସ୍ୱାଭାବିକ ଭାବେ ଏହା ବିଚଳିତ କରିଛି । କାରଣ ଲକ୍ଷେ ଦି ଲକ୍ଷର କଥା ନୁହେଁ, ନିର୍ବାଚନ ବର୍ଷରେ କୋଟି କୋଟି ଟଙ୍କା ହାତଛଡ଼ା ହୋଇଯିବ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଚାପସୃଷ୍ଟି ଓ ସମବେଦନା ଯୋଗାଡ଼ ଉଦ୍ୟମରେ ସେ ପୁଣି ଫସି ଯାଇଛନ୍ତି ।
ବିଜ୍ଞାପନ ପାଇଥିବା ଅନ୍ୟ ଖବରକାଗଜକୁ ନିଚ୍ଚା ଦେଖାଇଥିବାରୁ ତାଙ୍କୁ ଭୀଷଣ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ବେଶୀ ତାଙ୍କୁ ଅଡୁଆ ହୋଇଛି ପୁରୁଣା ଆମ ଘରର ହାଲଚାଲ୍ ଲେଖା । କେନ୍ଦ୍ର ବିଜେପି ସରକାରଙ୍କ ବିଜ୍ଞାପନ ତାଙ୍କ ଖବରକାଗଜକୁ ସାମୟିକ ବନ୍ଦ ହେବା ପରିପ୍ରେକ୍ଷୀରେ ମୋଦୀଜୀଙ୍କ ଉଚ୍ଚତା କେତେ ବୋଲି ପ୍ରଶ୍ନ ପଚାରି ପ୍ରଧାନମନ୍ତ୍ରୀଙ୍କୁ ସେ କଟୁ ସମାଲୋଚନା କରିଥିଲେ । ଯାହା ତାଙ୍କ ଉପରେ ଏବେ ସବାର ହୋଇଛି ।
୨୦୧୮ରେ ସୌମ୍ୟ ବାବୁ ବିଜେଡିରେ ଯୋଗଦେଇ ରାଜ୍ୟସଭାକୁ ଯାଇଥିଲେ । ଏହାପରେ ତାଙ୍କ ଖବରକାଗଜ ବିଜେଡି ସରକାରଙ୍କ ସ୍ତୁତିଗାନରେ ଲାଗିପଡ଼ିଥିଲା । ଏହାପୂର୍ବରୁ ପାଖାପାଖି ୧୮ ବର୍ଷ ଧରି ସେ ବିଜେଡି ସରକାର ବିରୋଧରେ ତାଙ୍କ ଖବରକାଗଜକୁ ଅସ୍ତ୍ର କରିଥିଲେ । ତେବେ ଅଚାନକ ବିଜେଡିକୁ ଆସି ଖବରକାଗଜର ସ୍ୱର ବଦଳାଇବା ପରେ କେନ୍ଦ୍ରର ମୋଦୀ ସରକାର ତାଙ୍କ କାଗଜକୁ ବିଜ୍ଞାପନ ବନ୍ଦ କରିଦେଇଥିଲେ । ପ୍ରତିକ୍ରି୍ରୟାସ୍ୱରୂପ ତାଙ୍କ ଖବରକାଗଜରେ ସୌମ୍ୟବାବୁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଲେଖିଥିଲେ ଆମ ଘରର ହାଲଚାଲ । ତାହାପୁଣି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଆଗମନରେ ।
ଭୁବନେଶ୍ୱର: ‘ସମ୍ବାଦ’ ଖବରକାଗଜକୁ ରାଜ୍ୟ ସରକାର ବିଜ୍ଞାପନ ଦେବା ବନ୍ଦ କରିଛନ୍ତି । ମାଲିକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସ୍ୱାଭାବିକ ଭାବେ ଏହା ବିଚଳିତ କରିଛି । କାରଣ ଲକ୍ଷେ ଦି ଲକ୍ଷର କଥା ନୁହେଁ, ନିର୍ବାଚନ ବର୍ଷରେ କୋଟି କୋଟି ଟଙ୍କା ହାତଛଡ଼ା ହୋଇଯିବ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଚାପସୃଷ୍ଟି ଓ ସମବେଦନା ଯୋଗାଡ଼ ଉଦ୍ୟମରେ ସେ ପୁଣି ଫସି ଯାଇଛନ୍ତି ।
ବିଜ୍ଞାପନ ପାଇଥିବା ଅନ୍ୟ ଖବରକାଗଜକୁ ନିଚ୍ଚା ଦେଖାଇଥିବାରୁ ତାଙ୍କୁ ଭୀଷଣ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ବେଶୀ ତାଙ୍କୁ ଅଡୁଆ ହୋଇଛି ପୁରୁଣା ଆମ ଘରର ହାଲଚାଲ୍ ଲେଖା । କେନ୍ଦ୍ର ବିଜେପି ସରକାରଙ୍କ ବିଜ୍ଞାପନ ତାଙ୍କ ଖବରକାଗଜକୁ ସାମୟିକ ବନ୍ଦ ହେବା ପରିପ୍ରେକ୍ଷୀରେ ମୋଦୀଜୀଙ୍କ ଉଚ୍ଚତା କେତେ ବୋଲି ପ୍ରଶ୍ନ ପଚାରି ପ୍ରଧାନମନ୍ତ୍ରୀଙ୍କୁ ସେ କଟୁ ସମାଲୋଚନା କରିଥିଲେ । ଯାହା ତାଙ୍କ ଉପରେ ଏବେ ସବାର ହୋଇଛି ।
୨୦୧୮ରେ ସୌମ୍ୟ ବାବୁ ବିଜେଡିରେ ଯୋଗଦେଇ ରାଜ୍ୟସଭାକୁ ଯାଇଥିଲେ । ଏହାପରେ ତାଙ୍କ ଖବରକାଗଜ ବିଜେଡି ସରକାରଙ୍କ ସ୍ତୁତିଗାନରେ ଲାଗିପଡ଼ିଥିଲା । ଏହାପୂର୍ବରୁ ପାଖାପାଖି ୧୮ ବର୍ଷ ଧରି ସେ ବିଜେଡି ସରକାର ବିରୋଧରେ ତାଙ୍କ ଖବରକାଗଜକୁ ଅସ୍ତ୍ର କରିଥିଲେ । ତେବେ ଅଚାନକ ବିଜେଡିକୁ ଆସି ଖବରକାଗଜର ସ୍ୱର ବଦଳାଇବା ପରେ କେନ୍ଦ୍ରର ମୋଦୀ ସରକାର ତାଙ୍କ କାଗଜକୁ ବିଜ୍ଞାପନ ବନ୍ଦ କରିଦେଇଥିଲେ । ପ୍ରତିକ୍ରି୍ରୟାସ୍ୱରୂପ ତାଙ୍କ ଖବରକାଗଜରେ ସୌମ୍ୟବାବୁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଲେଖିଥିଲେ ଆମ ଘରର ହାଲଚାଲ । ତାହାପୁଣି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଆଗମନରେ ।

ମୋଦୀଜୀଙ୍କ ଉଚ୍ଚତା କେତେ? ସୌମ୍ୟବାବୁ ତାଙ୍କ ଆଲେଖ୍ୟରେ ସିଧାସଳଖ ଏହି ପ୍ରଶ୍ନଟି ପଚାରିଥିଲେ । ଏହି ପ୍ରଶ୍ନ ପଚାରିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଗମ୍ଭୀର ଟିପ୍ପଣୀ ଦେଇଥିଲେ । ଲେଖିଥିଲେ, ଆମେ ଜାଣୁ ଯେ ତାଙ୍କୁ(ନରେନ୍ଦ୍ର ମୋଦୀ) ଅଡୁଆ ପ୍ରଶ୍ନ ପଚାରିଲେ ସେ କ୍ଷମତାର ନାଲି ଆଖି ଦେଖାନ୍ତି । ନିକଟ ଅତୀତରେ ଜନୈକ ସାମ୍ବାଦିକଙ୍କର କି ଅବସ୍ଥା ହୋଇଛି ତାହା ଆଜି ସାରା ଦେଶରେ ଚର୍ଚ୍ଚା ହେଉଛି ।
ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବର ବିଜ୍ଞାପନକୁ ଅନ୍ୟ ଗଣମାଧ୍ୟମକୁ ଦିଆଯାଇଥିବା ବେଳେ ‘ସମ୍ବାଦ’, ରେଡିଓ ଚକଲେଟ୍ ଓ ‘କନକ ନ୍ୟୁଜ’କୁ ବଞ୍ଚିତ କରାଯାଇଥିବାରୁ ସୌମ୍ୟବାବୁ ସେଥିରେ ଆପତ୍ତି ଉଠାଇ ପ୍ରଧାନମନ୍ତ୍ରୀଙ୍କ ଉପରେ ରକ୍ତ ଚାଉଳ ଚୋବାଇଥିଲେ । ସରକାରୀ ଅର୍ଥକୁ ଏପରି ଖର୍ଚ୍ଚ କରିବାର ଅଧିକାର ମୋଦୀଜୀଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଥିଲେ ।
ବିଜ୍ଞାପନ ନ ପାଇବାର ରାଗ ଏତେ ଯେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଉପରକୁ ମଧ୍ୟ ସେ ଅଙ୍ଗୁଳି ଉଠାଇଥିଲେ । ଅନ୍ୟକୁ ଛୋଟ କରି ନିଜକୁ ବଡ଼ କରିବାର ଚେଷ୍ଟା ଗୋଟିଏ ସୁପୁରୁଷର ଲକ୍ଷଣ ନୁହେଁ । ବିଶାଳ ହୃଦୟ ଓ ଉଚ୍ଚ ମନ କଥା କହୁଥିବା ବ୍ୟକ୍ତି ପକ୍ଷେ ଏହା ଶୋଭନୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ।
ଏବେ ବିଜେଡି ସରକାର ସୌମ୍ୟବାବୁଙ୍କ ମିଡିଆ ସଂସ୍ଥାକୁ ବିଜ୍ଞାପନ ବନ୍ଦ କରିବା ପରେ ରାଜନୀତିର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ବିଜେଡି ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରି ସୌମ୍ୟବାବୁଙ୍କ ସମର୍ଥନରେ ବାହାରିଛି ରାଜ୍ୟ ବିଜେପି । ସତେ ଯେମିତି ଅତୀତରେ ‘ସମ୍ବାଦ’ ଖବରକାଗଜ ପ୍ରତି ମୋଦୀ ସରକାର ଅନ୍ୟାୟ କରିଥିଲେ ବୋଲି ରାଜ୍ୟ ବିଜେପି ସ୍ୱୀକାର କରି ସୌମ୍ୟବାବୁଙ୍କ ପାଖରେ ପ୍ରାୟଶ୍ଚିତ କରୁଛି!
ଏପଟେ ସମ୍ବାଦ କାଗଜକୁ ରାଜ୍ୟ ସରକାରଙ୍କ ବିଜ୍ଞାପନ ବନ୍ଦ ପରେ ସାଥୀ ଗଣମାଧ୍ୟମର ପ୍ରତିବାଦ ଓ ପାଠକଙ୍କ ସହାନୁଭୂତି ଆଶା କରିଥିଲେ ସୌମ୍ୟବାବୁ । ମାତ୍ର ତାହା ବୁମେରାଂ ସଦୃଶ ହୋଇଛି । କାରଣ ନିଜକୁ ଏକ ନମ୍ବର ଖବରକାଗଜ କହି ଅନ୍ୟଙ୍କୁ ନୀଚ୍ଚା ଦେଖାଇବାର ଫଳ ତାଙ୍କୁ ଭୋଗିବାକୁ ପଡୁଥିବା କୁହାଯାଉଛି । ତାଙ୍କର ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥରେ ସାଥୀ ହେବାକୁ କେହି ଚାହିଁନାହାନ୍ତି ।
ଏହି ପରିପ୍ରେକ୍ଷୀରେ ବରିଷ୍ଠ ସାମ୍ବାଦିକ ତଥା ‘ନିର୍ଭୟ’ର ସମ୍ପାଦକ ନବୀନ ଦାସଙ୍କର ଏକ ଫେସବୁକ୍ ପୋଷ୍ଟିଂ ଚର୍ଚ୍ଚାର ବିଷୟ ହୋଇଛି । ସେ ଲେଖିଛନ୍ତି, ନିର୍ଭୟକୁ ୭ ବର୍ଷ ବିଜ୍ଞାପନ ମିଳିନି । ହକି ବିଜ୍ଞାପନ ଗୋଟିଏ ବି ମିଳିନାହିଁ । ନିର୍ଭୟର କେହି ବିମାନରେ ଖେଳ ଦେଖିବାକୁ ଯାଇନାହାନ୍ତି । କିନ୍ତୁ ନା ଆମେ କାନ୍ଦିଛୁ ନା ଆମ ଲାଗି କେହି ପାଟି ଫିଟେଇଛନ୍ତି ।
ସମାଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀ ତାଙ୍କ ଫେସବୁକ୍ ରେ ଜଣାଇ ଦେଇଛନ୍ତି ଯେ ମାସେ ହେଲା ‘ସମାଜ’ କୁ କେନ୍ଦ୍ରର ବିଜ୍ଞାପନ ବନ୍ଦ ହୋଇଛି ।
ଅନ୍ୟପକ୍ଷରେ ସମ୍ବାଦ ପରିବାରର ଜଣେ ଘନିଷ୍ଠ ସହଯୋଗୀ ଶ୍ରୀମତୀ ଶୁଭଶ୍ରୀ ଲେଙ୍କା ଗୁରୁ ଦିବସରେ ‘ଗୁରୁ’ ସୌମ୍ୟବାବୁଙ୍କ ପ୍ରତି ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ଫେସବୁକ୍ ରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି । ନାଁ ନ ନେଇ ସେ ଲେଖିଛନ୍ତି, ‘ସମ୍ବାଦ’ ସଂସ୍ଥା ଓ ଏହାର ମୁଖ୍ୟ ଓଡ଼ିଶା ଓ ଓଡିଆମାନଙ୍କର ସ୍ୱାର୍ଥ ପାଇଁ ସବୁବେଳେ ପକ୍ଷଭୁକ୍ତ ରହି ଆସିଛନ୍ତି । ସେଥିପାଇଁ ସାରା ଓଡ଼ିଶାର ଜନଜୀବନରେ ତାଙ୍କର ସ୍ୱତନ୍ତ୍ର ପରିଚୟ । ‘ବର୍ଷା ଯୁଆଡ଼େ ଛତା ସିଆଡେ’ କରିନାହାନ୍ତି । ସେଥିପାଇଁ ଯେଉଁ ମୂଲ୍ୟ ଦେବାକୁ ପଡୁ ପଛେ ଓହରି ଯାଇନାହାନ୍ତି ।
ଯେଉଁ ସାମ୍ବାଦିକମାନେ ଏଇଠୁ କାମ ଆରମ୍ଭ କରି ବଡ଼ ସାମ୍ବାଦିକ ବୋଲାଉଛନ୍ତି ବା ବଡ଼ ବଡ଼ ଶକ୍ତିଶାଳୀ ଦଳମାନେ ସେମାନଙ୍କ ବଜାର ମୂଲ୍ୟ ଅଧିକ ଭାବି କୋଳେଇ ନେଇଛନ୍ତି, ସେମାନଙ୍କୁ କ’ଣ ଲୁଣର ଦାୟ ମନେପଡୁନି ବୋଲି ପ୍ରଶ୍ନ କରିଛନ୍ତି ଶୁଭଶ୍ରୀ । ଗୋଠ ମାତିଲେ ଖଣ୍ଡିଆ ମାତେ । ଏଣୁ ସାଧୁ ସାବଧାନ! ବୋଲି ସେ ସତର୍କ କରାଇଛନ୍ତି ।

Leave A Comment

All fields marked with an asterisk (*) are required