Search for:
  • Home/
  • Bda/
  • ଶ୍ରୀମଦ୍ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଙ୍କର ସ୍ଵନକ୍ଷତ୍ର ଉତ୍ସବ ତଥା ଆଶ୍ରମର ବାର୍ଷିକ ମହୋତ୍ସବ

ଶ୍ରୀମଦ୍ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଙ୍କର ସ୍ଵନକ୍ଷତ୍ର ଉତ୍ସବ ତଥା ଆଶ୍ରମର ବାର୍ଷିକ ମହୋତ୍ସବ

Spread the love

Loading

ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଓ୍ବାର୍ଲଡ ଫାଉଣ୍ଡେସନ,

ଭୁବନେଶ୍ୱର: ଭୁବନେଶ୍ୱର -କଟକ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ରୁଦ୍ର ବିହାର ସ୍ଥିତ ନିଗମ କଳ୍ପତରୁ ଆଶ୍ରମ ପରିସରରେ ଗୁରୁମହାରାଜ ପରମହଂସ ଶ୍ରୀମଦ୍ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଙ୍କର ସ୍ଵନକ୍ଷତ୍ର ଉତ୍ସବ ତଥା ଆଶ୍ରମର ବାର୍ଷିକ ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ବିବିଧ କାର୍ଯ୍ୟକ୍ରମ ସହିତ ଭଜନ ସମାରୋହ ତଥା ସତ୍ସଙ୍ଗ କାର୍ଯ୍ୟକ୍ରମ ରେ ଓଡ଼ିଶା ର ବିବିଧ ପ୍ରାନ୍ତରୁ ସାଧୁ ସନ୍ଥ, ମହନ୍ତ , ସଂସ୍କୃତ ବିଦ୍ୱାନ୍, ଲେଖକ, ପ୍ରଶାସକ,ରାଜନେତା, ସମାଜସେବୀ , ସାମ୍ବାଦିକ ଭକ୍ତ ବୃନ୍ଦ ଯୋଗଦେଇ ଗୁରୁମହାରାଜଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ସତ୍ସଙ୍ଗ ପ୍ରାରମ୍ଭରେ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ଅତିଥି ଗଣ ସ୍ବାମିଜୀଙ୍କୁ ଉତ୍ତରୀୟ ବସ୍ତ୍ର ତଥା ପୁଷ୍ପ ମାଳା ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ସ୍ବାମୀ ଆନନ୍ଦ ଚୈତନ୍ୟ ମହାରାଜ ଆଶ୍ରମ ପକ୍ଷରୁ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କୁ ଉତ୍ତରୀୟ ପ୍ରଦାନ କରି ଅଭ୍ୟର୍ଥନା ଜଣାଇଥିଲେ। ସ୍ବାମୀ ଦୟାନନ୍ଦ ସର୍ଭିସ୍ ମିଶନର ଅଧ୍ୟକ୍ଷ ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଭା ପରିଚାଳନା କରିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ବିବିଧ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର, ପୁଷ୍ପ ଗୁଚ୍ଛ, ସଦ୍ଗ୍ରନ୍ଥ ତଥା ଶାଲ୍ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିରୁପତି ରାଷ୍ଟ୍ରିୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ର ସାହିତ୍ୟ ସଂସ୍କୃତି ସଙ୍କାୟ ର ଅଧ୍ୟକ୍ଷ ତଥା ମୁଖ୍ୟ ସତର୍କତା ଅଧିକାରୀ ଏବଂ ଖଣ୍ଡପଡ଼ା ବ୍ଲକ୍ ଅଧୀନସ୍ଥ ଗଡିଆ ସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନଟବର ପୁର ଶାସନ ରେ ବେଦ ଶାସ୍ତ୍ର ପାଠଶାଳା ର ପ୍ରତିଷ୍ଠାତା ସଭାପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଙ୍କୁ “କଳିଙ୍ଗ ପ୍ରଜ୍ଞା ଗୌରବ ସମ୍ମାନ-୨୦୨୫” ରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପୂର୍ବ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏବଂ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ପ୍ରମୁଖ ସମ୍ମାନିତ କରିଥିଲେ। ଏହି ସମାରୋହ ରେ ଦିବ୍ୟ ଜୀବନ ସଂଘର ପ୍ରମୁଖ ସ୍ବାମୀ ଶିବ ଚିଦାନନ୍ଦ ସରସ୍ବତୀ, ପୁରୀ ରାଧାବଲ୍ଲଭ ମଠାଧୀଶ ଶ୍ରୀରାମକୃଷ୍ଣ ଦାସ ମହାରାଜ, ଦେବୀ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ଶ୍ରୀରାମଚନ୍ଦ୍ର ଦାସ ମହାପାତ୍ର, ତାମିଲନାଡୁ ର ତିରୁବନ୍ମଲ୍ଲାଇସ୍ଥିତ ବେଦ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ହରିହର କାନୁନ୍ ଗୋ, ପୂର୍ବତନ ଡି.ପି.ଆଇ. ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରଥ, ପୂର୍ବତନ ଜିଲ୍ଲାପାଳ ତଥା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୁର୍ବତନ କୁଳପତି ପ୍ରଫେସର ନରେନ୍ଦ୍ର କୁମାର ମିଶ୍ର, ବିଶିଷ୍ଟ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ଶତପଥୀ, ପ୍ରଫେସର ସୁରେନ୍ଦ୍ର କୁମାର ଦାଶ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ପୂର୍ବତନ ସଭାପତି ପ୍ରଫେସର ବିଜୟାନନ୍ଦ ସିଂହ, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ, ମହନ୍ତ ଶ୍ରୀସୁବଳଚନ୍ଦ୍ର ଦାସ ମହାରାଜ, ବିଶିଷ୍ଟ ଲେଖିକା ପ୍ରଫେସର ଶକୁନ୍ତଳା ବଳିୟାର ସିଂହ, ବିଶିଷ୍ଟ ଲେଖକ ପ୍ରଫେସର ବିଶ୍ବରଂଜନ, ଡକ୍ଟର ଦୀନବନ୍ଧୁ ମହାରଣା, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ସଂଘ ଚାଳକ ସଂସ୍କୃତ ଗୌରବ ଆଚାର୍ଯ୍ୟ ଡକ୍ଟର ଗୌତମ ମହାରଣା ତଥା ଅନେକ ମଠାଧୀଶ ଓ ସାଧୁ ସନ୍ଥ ପ୍ରମୁଖ ଯୋଗ ଦେଇ ଭାରତୀୟ ଜ୍ଞାନ ପରମ୍ପରାରେ ଶ୍ରୀଗୁରୁ ତତ୍ତ୍ଵର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ। ପୂଜ୍ୟପୂଜା ପରମ୍ପରାକ୍ରମେ ଆଶ୍ରମ ପକ୍ଷରୁ ସାହିତ୍ୟିକ ବଦ୍ରିମିଶ୍ର, ଲୋକକବି ଡକ୍ଟର କାଳୀ ପ୍ରସନ୍ନ ଶତପଥୀ, ଧାରା ଶ୍ରୀଧାରା ଟ୍ରଷ୍ଟ ର ମୁଖ୍ୟ ଶ୍ରୀଯୁକ୍ତ ଅମରେନ୍ଦ୍ର ମହାପାତ୍ର, ସମାଜ ସେବୀ ଅଧ୍ୟାପକ ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ, ପ୍ରଫେସର ବ୍ରଜବନ୍ଧୁ ପଣ୍ଡା ତଥା ବିଶିଷ୍ଟ ସଂଗୀତଜ୍ଞ ପ୍ରମୁଖଙ୍କୁ ସ୍ମୂତିଫଳକ ଓ ଶାଲ ପ୍ରଭୃତି ଦେଇ ସମ୍ମାନିତ କରାଯାଇଥିଲା। କଳି କଳୁଷିତ ସମାଜ ରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ସହିତ ସାମାଜିକ ସମରସତା ସୃଷ୍ଟି ପାଇଁ ସତ୍ ସଙ୍ଗ ର ସର୍ବଦା ମହତ୍ତ୍ଵ ରହିଛି ବୋଲି ବକ୍ତା ଗଣ ମତବ୍ୟକ୍ତ କରିଥିଲେ। ସହସ୍ରାଧିକ ଭକ୍ତଙ୍କ ପାଇଁ ଆଶ୍ରମ ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।

Leave A Comment

All fields marked with an asterisk (*) are required