ଓଡ଼ିଶାରେ ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା ଦାବି କଲା ଓଡ଼ିଶା ବ୍ରାହ୍ମଣ ମହାସଂଘ
ଓଡ଼ିଶାରେ ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା ଦାବି କଲା ଓଡ଼ିଶା ବ୍ରାହ୍ମଣ ମହାସଂଘ
ଭୁବନେଶ୍ୱର, ୧୪.୮ : ଓଡ଼ିଶାରେ ବ୍ରାହ୍ମଣମାନଙ୍କର ସଂଖ୍ୟା ପ୍ରାୟ ୩୮ ଲକ୍ଷ ଏବଂ ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ବ୍ରାହ୍ମଣ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି । ଅଥଚ ସରକାର
ବ୍ରାହ୍ମଣମାନଙ୍କୁ ଉଚ୍ଚବର୍ଗର ବୋଲି ସ୍ୱୀକାର କରି ସମସ୍ତ ପ୍ରକାର ଆର୍ଥିକ, ଶୈକ୍ଷିକ ଓ ସାମାଜିକ ସୁବିଧାରୁ ବଞ୍ôଚତ କରିଛନ୍ତି । ନିକଟ ଅତୀତରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ
ତେଲେଙ୍ଗାନା ରାଜ୍ୟ ସରକାର ବ୍ରାହ୍ମଣ ମାନଙ୍କର ସର୍ବାଙ୍ଗୀଣ ବିକାଶ ପାଇଁ ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା କରିଛନ୍ତି । ଓଡ଼ିଶା ବ୍ରାହ୍ମଣ ମହାସଂଘ ମଧ୍ୟ ୨୦୧୭ ମସିହାରୁ ବ୍ରାହ୍ମଣ କଲ୍ୟାଣ
ନିଗମ ପ୍ରତିଷ୍ଠା ଲକ୍ଷ୍ୟରେ ବାରମ୍ବାର ଦାବୀ କରି ଆସୁଅଛି । ମହାସଂଘର ସମସ୍ତ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଓ ପରେ ୫-ଟି ସଚିବଙ୍କୁ ଭେଟି ତାଙ୍କ ମାଧ୍ୟମରେ ବିଭିନ୍ନ ଜିଲ୍ଲା
କର୍ମକର୍ତ୍ତାଗଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା ଦାବୀରେ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ଦୀର୍ଘ ୪ ବର୍ଷ ଧରି ନିରନ୍ତର ଦାବୀ ସତ୍ତେ୍ୱ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଖେଦୋକ୍ତି ପ୍ରକାଶ
କରିଛନ୍ତି ଓଡ଼ିଶା ବ୍ରାହ୍ମଣ ମହାସଂଘର କର୍ମକର୍ତ୍ତାଗଣ ।
ସୋମବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ ବ୍ରାହ୍ମଣ ମହାସଂଘର ସଭାପତି ଡ. ବିପିନ ବିହାରୀ ମିଶ୍ର ଓ ଓଡ଼ିଶା ଶାଖାର ସଭାପତି ଡ. ସଦାନନ୍ଦ ଦୀକ୍ଷିତଙ୍କ
ଉପସ୍ଥିତିରେ ମହାସଂଘର କର୍ମକର୍ତ୍ତାଗଣ ସରକାରଙ୍କୁ ଯୁକ୍ତିଯୁକ୍ତ ଦାବୀ ଗ୍ରହଣ କରି ନେବାକୁ ନିବେଦନ କରିଛନ୍ତି । ସେହିପରି ପୁରୀ କିମ୍ବା ଭୁବନେଶ୍ୱରରେ ମହାସଂଘକୁ ଏକ ଏକର ଜାଗା ସହିତ ବ୍ରାହ୍ମଣ ସମାଜ ଭବନ ପ୍ରତିଷ୍ଠା ପାଇଁ ୫ କୋଟି ଟଙ୍କା ପ୍ରଦାନ କରିବାକୁ ଏବଂ ଗରୀବ କର୍ମକାଣ୍ଡୀ ବ୍ରାହ୍ମଣମାନଙ୍କୁ ପ୍ରତିମାସରେ ୫ହଜାର ଟଙ୍କାର ଭତ୍ତା ପ୍ରଦାନ କରିବାକୁ ଦାବୀ
କରାଯାଇଛି । ଦାବୀ ପୂରଣ ନହେଲେ ବାଧ୍ୟ ହୋଇ ବ୍ରାହ୍ମଣ ସମାଜ ରାଜରାସ୍ତାକୁ ଓହ୍ଲାଇବ ବୋଲି ମହାସଂଘର ସମ୍ପାଦକ ଇଂ ଜଗନ୍ନାଥ ପାଢୀ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ରାଜ୍ୟ ଯୁବବାହିନୀ ସଭାପତି ଶ୍ରୀ ଜଗଦାନନ୍ଦ ତ୍ରିପାଠୀ, ଶକ୍ତି ବାହିନୀର ସଭାପତି
ଶ୍ରୀମତୀ ପ୍ରେମଲତା ଆ·ର୍ଯ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଜିଲ୍ଲା ଶାଖା କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।