ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ
ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ
ଭୁବନେଶ୍ୱର:ଆଜି ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ପବିତ୍ର ବିନ୍ଦୁସାଗର ଠାରେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ ପାଳିତ ହୋଇଯାଇଛି। ଏହି ଅବସରରେ ଭୋର୍ ଚାରିଟା ରୁ ଆରାଧନା ଭଜନ ସନ୍ଧ୍ୟାର ସୁନାମଧନ୍ୟ କଳାକାର ଓ ଉଦଘୋଷକ ଶ୍ରୀନିବାସ ଘଟୁଆରି,ଆଲୋକ କୁଣ୍ଡୁ,ଅଲିଭା ରଥ ଙ୍କ ଦ୍ଵାରା ଭଜନ ରେ ବିନ୍ଦୁ ସାଗର ଉତ୍ତରେସ୍ୱର ଘାଟ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।ପରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା,ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ,ମେୟର ସୁଲୋଚନା ଦାସ,ଡେପୁଟି ମେୟର ମଞ୍ଜୁଲତା କହଁର,ବିଜେଡି ନେତା ମନ୍ମଥ ରାଉତରାୟ, ଶ୍ରିମୟୀ ମିଶ୍ର,ସ୍ଥାନୀୟ କର୍ପୋରେଟର ଚନ୍ଦ୍ରଶେଖର ମଲ୍ଲିଆ,ଶିବପ୍ରସାଦ ରାୟ,ଶିବ ନାରାୟଣ ରାୟ,ନୃପେଶ୍ ନାୟକ ପ୍ରମୁଖ ଚଳିତ ବର୍ଷ ପାଞ୍ଚ ଜଣ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏକାମ୍ର ସାଂସ୍କୃତିକ ସମ୍ମାନରେ ଅତିଥିମାନେ ସମ୍ମାନୀତ କରିଥିଲେ।ସେମାନଙ୍କ ମଧ୍ୟରୁ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତିନ୍ନ ଲାଭକରିଥିବା ଅନ୍ୟାନ୍ୟ ଗରାବଡୁ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଆନର୍ଜାତୀୟ ଖ୍ୟାତିସମ୍ପନ୍ନ ଜଗନ୍ନାଥ ଖୁଣ୍ଟିଆ,ସଫଳ ପର୍ବତ ଆରୋହୀ ଚିନ୍ମୟ ମହାରଣା, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ର ଇଂରାଜୀ ସ୍ନାତକୋତ୍ତର ବିଭାଗର ସର୍ଣ୍ଣପଦକ ବିଜୟିନୀ ମିସ୍ ପ୍ଲାବନି ମିଶ୍ର,ଟାଟ୍ଟୁ ଶିଳ୍ପୀ ଓମ୍ ଆଚାର୍ଯ୍ୟ ପ୍ରମୁଖ । ଶେଷରେ କୁନି କୁନି ପିଲା ସାଧବ ସାଧବାଣୀ ବେଶରେ ଶିଳ୍ପୀ ହୃଷୀକେଶ ବେହେରା ଓ ସୌଦାମିନୀ ସାମଲଙ୍କ ଦ୍ଵାରା ପ୍ରସ୍ତୁତ ଏକ ସୁସଜ୍ଜିତ ବୋଇତ କୁ ଅତିଥି ମାନେ ପବିତ୍ର ବିନ୍ଦୁ ସାଗର ପୁଷ୍କରିଣୀରେ ବନ୍ଦା ପାନ କରି ଭାସେଇଥିଲେ। ଅନ୍ୟନମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପସଭାପତି ସମରେନ୍ଦ୍ର ସାହୁ,ଦୀପକ ମହାପାତ୍ର ଦାଶରଥି ଗରାବଡୁ,ସୁଜିତ୍ ସ୍ୱାଇଁ ,ମନୋଜ ବେହେରା କର୍ପୋରେଟର ମହାମାୟା ସ୍ୱାଇଁ,ଛବି ଦାସ, ଅଜିତ୍ ବେହେରା,ଅଶ୍ଵିନୀ ସୁନ୍ଦରାୟ,ଦିଲ୍ଲୀପ ମାଝୀ, ଶ୍ରୀଧର ବେହେରା,ସୁରେଶ ବାରିକ, ଜିତେନ୍ଦ୍ର ନନ୍ଦ, ସରପଞ୍ଚ ରଶ୍ମିରଂଜନ ଶ୍ରୀଚନ୍ଦନ,ବିକ୍ରମ ସେଠି,କ୍ଷୀରୋଦ ପ୍ରଧାନ,ଚନ୍ଦନ ମଲ୍ଲିକ,ସରସ୍ଵତୀ ସେଠି,ହେମନ୍ତ ପ୍ରଧାନ,ନୃସିଂହ ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।