Search for:
  • Home/
  • Bda/
  • ବିଏମ୍ ସି ଅଂଚଳରେ ଦିଆଗଲା କୃମିନାଶକ ଔଷଧ

ବିଏମ୍ ସି ଅଂଚଳରେ ଦିଆଗଲା କୃମିନାଶକ ଔଷଧ

Spread the love

Loading

ବିଏମ୍ ସି ଅଂଚଳରେ ଦିଆଗଲା କୃମିନାଶକ ଔଷଧ

ଭୁବନେଶ୍ୱର;ତା 11।02।2025ରିଖ:ଜାତୀୟ କୃମିନାଶକ ଦିବସ ଅବସରରେ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ଅଂଚଳରେ ହୋଇଛି ବ୍ୟାପକ କାର୍ଯ୍ୟକ୍ରମ । ବିଏମ୍ ସି ଅଂଚଳରେ ଥିବା ମୋଟ 350ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ସହ 365ଟି ଅଙ୍ଗନଓ୍ୱାଡି କେନ୍ଦ୍ରରେ ଦିଆଯାଇଛି କୃମିନାଶକ ଔଷଧ । ଏହି ଉପଲକ୍ଷେ ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଏମ୍ ସି ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ 1ବର୍ଷରୁ 19 ବର୍ଷର ବାଳକ ଓ ବାଳିକାମାନଙ୍କୁ କୃମିନାଶକ ଔଷଧ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମାନସୀରାଣୀ ସୁନ୍ଦରାୟ ଏବଂ ଶ୍ରୀ ଶୁଭ୍ରାଂଶୁ ଖେଖର ପଟ୍ଟନାୟକ, ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ନୀଳମଣି ସେନାପତି, ଡାକ୍ତର ସ୍ମୃତିଜିତ୍ ପଟ୍ଟନାୟକଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଯୋଗଦେଇଥିଲେ ।
ସମ୍ପତ୍ତି ଭୁବନେଶ୍ୱରେ 1ରୁ 19 ବର୍ଷ ମଧ୍ୟରେ ମୋଟ 1 ଲକ୍ଷ, 7 ହଜାର 768 ଜଣ ରହିଥିବା ବେଳେ 20-24 ବର୍ଷ ମଧ୍ୟରେ 12 ହଜାର 357 ଜଣ ଯୁବକ ଯୁବତୀ ରହିଛନ୍ତି । ଅର୍ଥାତ୍ 1ରୁ 24 ବର୍ଷ ମଧ୍ୟରେ ମୋଟ 1 ଲକ୍ଷ, 82 ହଜାର125 ଜଣ କୃମିନାଶକ ଔଷଧ ସେବନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମାତ୍ର ଯେଉଁମାନେ କୌଣସି କାରଣ ବସତଃ ଟିକା ନେଇ ପାରି ନାହାଁନ୍ତି, ସେମାନେ ପରବର୍ତ୍ତୀ ସମୟରେ ଅର୍ଥାତ୍ ଚଳିତମାସ 17 ତାରିଖରେ ନେଇପାରିବେ ବୋଲି ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।ଏହି ଟିକା 1ରୁ 19 ବର୍ଷର ପିଲାମାନେ ସମସ୍ତେ କୃମିନାଶକ ଔଷଧ ଖାଇବା ଦରକାର । କାରଣ ଯଦି ଶିଶୁମାନେ କୃମି ଦ୍ୱାରା ସଂକ୍ରମିତ ହୁଅନ୍ତି, ତେବେ ସେମାନେ ଅପପୃଷ୍ଟି ଏବଂ ରକ୍ତହିନତା ରୋଗର ଶିକାର ହୋଇଥାନ୍ତି । ସେମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ । ଏହି ଔଷଧ ଖାଇବା ଦ୍ୱାରା ସହଜରେ କୃମି ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ଏବଂ ଏହାକୁ ଗର୍ଭିଣୀମାନେ ମଧ୍ୟ ଖାଇପାରିବେ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ।

Leave A Comment

All fields marked with an asterisk (*) are required