Search for:
  • Home/
  • Bda/
  • ରାସ୍ତାକଡ କ୍ଷୁଦ୍ର ବ୍ୟବସାୟ ଏକ ଜବରଦଖଲ ପ୍ରଶ୍ନ ନୁହେଁ, ଏହା ବ୍ୟାପକ ଶ୍ରମଜୀବୀ ଜନଗଣଙ୍କ ଜୀବିକାର ପ୍ରଶ୍ନ:

ରାସ୍ତାକଡ କ୍ଷୁଦ୍ର ବ୍ୟବସାୟ ଏକ ଜବରଦଖଲ ପ୍ରଶ୍ନ ନୁହେଁ, ଏହା ବ୍ୟାପକ ଶ୍ରମଜୀବୀ ଜନଗଣଙ୍କ ଜୀବିକାର ପ୍ରଶ୍ନ:

Spread the love

Loading

ରାସ୍ତାକଡ କ୍ଷୁଦ୍ର ବ୍ୟବସାୟ ଏକ ଜବରଦଖଲ ପ୍ରଶ୍ନ ନୁହେଁ, ଏହା ବ୍ୟାପକ ଶ୍ରମଜୀବୀ ଜନଗଣଙ୍କ ଜୀବିକାର ପ୍ରଶ୍ନ:
ଭୁବନେଶ୍ୱର:ତା୦୨.୦୧.୨୫ ସରକାର ସାଧାରଣ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ କର୍ମସଂସ୍ଥାନ ଯୋଗାଇ ଦେଇପାରୁନଥିବା ସ୍ଥଳେ ରାସ୍ତାକଡରେ କ୍ଷୁଦ୍ର ବ୍ୟବସାୟ କରି ଆତ୍ମ ନିଯୁକ୍ତି ପାଇଥିବା ବ୍ୟାପକ ଜନତାଙ୍କୁ ଜବରଦଖଲକାରୀ ଭାବେ ବିଚାର କରାଯିବା ଅନ୍ୟାୟ ଓ ଅଗଣତାନ୍ତ୍ରିକ ବୋଲି ବସ୍ତି ସୁରକ୍ଷା ମଞ୍ଚ ବିଚାର କରେ। ଏଥିସହିତ ସରକାର ଏବଂ ବିଏମ୍ସି ଏକଥା ଭୂଲି ଯିବା ଉଚିତ୍ ନୁହେଁ ଯେ ସଂସଦ ରେ ଗୃହୀତ ରାସ୍ତାକଡ ବ୍ୟବସାୟୀ ଙ୍କ ଜୀବିକା ସୁରକ୍ଷା ଆଇନ ଅନୁସାରେ ରାସ୍ତାକଡ ବ୍ୟବସାୟୀ ଙ୍କ ସମ୍ପୂର୍ଣ୍ଣ ସର୍ଭେ କରାନଯିବା ପର୍ଯ୍ୟନ୍ତ କୈାଣସି ବ୍ୟବସାୟୀ ଙ୍କୁ ଉଚ୍ଛେଦ କରାଯିବ ନାହିଁ ବୋଲି ଆଇନଗତ ବାରଣ ରହିଛି, ଏପରି ସ୍ଥଳେ ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ବିନା ନୋଟିସ ରେ ୭୨ରୁ ଅଧିକ ଦୋକାନ କୁ ବାଣୀବିହାର ଠାରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ବଳପୂର୍ବକ ଭାଙ୍ଗି ଦିଆଯାଇଛି। ପୂର୍ବରୁ ମଧ୍ୟ ଅନେକ କ୍ଷୁଦ୍ର ଦୋକାନ କୁ ଉଛେଦ କରାଯାଇଛି।ଏପରି କି କୌଣସି ଜିନିଷ ପତ୍ର ବାହାର କରିବାକୁ ସୁଯୋଗ ଦିଆଯାଇନାହିଁ। ତାହା ବେଆଇନ ଓ ସମ୍ପୃକ୍ତ କ୍ଷୁଦ୍ର
ବ୍ୟବସାୟୀ ଙ୍କ ମୌଳିକ ଅଧିକାର ଉଲଂଘନ କରୁଛି।
ଏହା ଆଇନ ର ଶାସନ ନୁହେଁ ବୁଲଡୋଜ଼ର ଶାସନ ବୋଲି ବସ୍ତି ସୁରକ୍ଷା ମଞ୍ଚ ଏହାକୁ ନିନ୍ଦା କରୁଛି।
ଆଇନ ଅନୁସାରେ ବର୍ତ୍ତମାନ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ସମସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରଥମେ ସର୍ଭେ କରାଯାଇ ସେମାନଙ୍କୁ ଭେଣ୍ଡିଙ୍ଗ ସାର୍ଟିଫିକେଟ ପ୍ରଦାନ କରାଯାଉ ବୋଲି ବସ୍ତି ସୁରକ୍ଷା ମଞ୍ଚ ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ଙ୍କ ନିକଟରେ ଦାବୀ କରୁଛି। ସାଧାରଣ ଜନତା ଙ୍କ ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କ ଏଭଳି ପରିସ୍ଥିତିରେ ଉଦାସୀନ ରହିବା ଅତ୍ୟନ୍ତ ଚିନ୍ତାଜନକ.

Leave A Comment

All fields marked with an asterisk (*) are required