Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ୧୧ଟି ଉତମ ବାସୋପଯୋଗୀ ସହର ମଧ୍ୟରେ ଭୁବନେଶ୍ୱର ପାଇଲଟିଂ କରିବ ୟୁଏନ୍ ହାବିଟାଟ୍‌

ଭୁବନେଶ୍ୱର ୧୧ଟି ଉତମ ବାସୋପଯୋଗୀ ସହର ମଧ୍ୟରେ ଭୁବନେଶ୍ୱର ପାଇଲଟିଂ କରିବ ୟୁଏନ୍ ହାବିଟାଟ୍‌

Spread the love

Loading

ଭୁବନେଶ୍ୱର ୧୧ଟି ଉତମ ବାସୋପଯୋଗୀ ସହର ମଧ୍ୟରେ ଭୁବନେଶ୍ୱର
ପାଇଲଟିଂ କରିବ ୟୁଏନ୍ ହାବିଟାଟ୍‌
 ସାଉଥ୍ ଏସିଆର ଏକମାତ୍ର ସହର ଭାବେ ୟୁଏନ୍ ହାବିଟାଟ୍ ତାଲିକାରେ
ଭୁବନେଶ୍ୱର
 ଗୁଣାତ୍ମକ ସହରୀ ଜୀବନ ଧାରଣମାନ ନିର୍ଦ୍ଧାରଣ ନେଇ ଆରମ୍ଭ ହେଲା ସର୍ଭେ
ଭୁବନେଶ୍ୱର; ତା ୨୫ । ୦୭ ।୨୦୨୪ ରିଖ : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର
ସହାୟତାରେ ୟୁଏନ୍ ହାବିଟାଟର ୨ ଦିନିଆ କର୍ମଶାଳା ଆଜି ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ
ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମାନନୀୟା ମେୟର ଶ୍ରୀମତୀ
ସୁଲୋଚନା ଦାସ, ବିଏମ୍‌ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ
ବିରଂଚି ନାରାୟଣ ମହାସୂପକାର, ୟୁଏନ୍ ହାବିଟାଟର ଇନକ୍ଲୁସିଭ ସିଟି ପ୍ଲାନିଂ ଏକ୍ସପର୍ଟ ପାରୁଲ ଶର୍ମା
ମଂଚାସୀନ ଥିଲେ ।
ଆଜିଠାରୁ ୟୁଏନ୍ ହାବିଟାଟ୍ ପକ୍ଷରୁ ବିଏମ୍‌ସି ମୁଖ୍ୟାଳୟରେ ଆରମ୍ଭ ହୋଇଛି ଦୁଇ

ିନିଆ କର୍ମଶାଳା । ଗୁଣାତ୍ମକ ଜୀବନ ଧାରଣ ପ୍ରଣାଳୀ ଉପରେ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ
ବିଭିନ୍ନ ବିଭାଗର ୪୦ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି । ୟୁଏନ୍ ହାବିଟାଟ୍ ପକ୍ଷରୁ ସମଗ୍ର
ବିଶ୍ୱରେ ୧୧ଟି ସହରକୁ ଚୟନ କରାଯାଇଛି । ସମଗ୍ର ସାଉଥ ଏସିଆ ମହାଦେଶରେ ଭୁବନେଶ୍ୱର
ହେଉଛି ଏକମାତ୍ର ସହର, ଯାହାକୁ ୟୁଏନ୍ ହାବିଟାଟ୍ ପାଇଲଟ ସହର ଭାବେ ଚୟନ କରିଛି ।
ଏହି କର୍ମଶାଳାରେ ଭୁବନେଶ୍ୱରବାସୀଙ୍କ ଜୀବନ ଧାରଣର ଗୁଣାତ୍ମକ ମାନ କିପରି ବୃଦ୍ଧି
ପାଇବ, ସେ ସଂପର୍କରେ କର୍ମଶାଳାରେ ଯୋଗଦେଇଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଘରୋଇ
ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍‌ମାନେ ସେମାନଙ୍କର ମତାମତ ଦେଇଛନ୍ତି । ଆସନ୍ତା କାଲି ସେଗୁଡିର
କାର୍ଯ୍ୟକାରିତା ଏବଂ ଉପକାରୀତା ସଂପର୍କରେ ଆଲୋଚନା କରାଯିବ ।
ସହରୀ ଜୀବନ ଧାରଣର ଗୁଣାତ୍ମକମାନ ବୃଦ୍ଧି କରିବା ଉପରେ ୟୁଏନ୍ ହାବିଟାଟ୍
ଗୁରୁତ୍ୱାରୋପ କରିଛନ୍ତି ଏବଂ ପ୍ରାଥମିକତା ଭିତିରେ କାର୍ଯ୍ୟ କରୁଛନ୍ତି । ଏହି କାର୍ଯକ୍ରମରେ ସରକାରଙ୍କ
ପ୍ରତିନିଧି ି, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ସ୍ୱତନ୍ତ୍ର ଆଗ୍ରହ ଥିବା ଗୋଷ୍ଠୀ ଏବଂ
ବ୍ୟବସାୟୀଙ୍କ ସହଯୋଗରେ ଲୋକ କୈନ୍ଦ୍ରିକ ଉନ୍ନତି, ଉନ୍ନୟନ ଏବଂ ଜୀବନ ଧାରଣର ଗୁଣାତ୍ମକ ମାନ
ମୂଲ୍ୟାଙ୍କନ, ତଦନୁଯାୟୀ ଲକ୍ଷ୍ୟ ହାସଲ କରିବାକୁ କି ପ୍ରକାର ପଦକ୍ଷେପ ନିଆଯିବ, ସେ ସଂପର୍କରେ
ଅନୁଧ୍ୟାନ କରାଯିବ ।

Leave A Comment

All fields marked with an asterisk (*) are required