Search for:
  • Home/
  • Bda/
  • କର୍ପୋରେଟରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ।

କର୍ପୋରେଟରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ।

Spread the love

Loading

କେଳେଙ୍କାରିଆ ନୂଆ ପୁରୁଣା କର୍ପୋରେଟରଙ୍କ ପ୍ରତି କଯ୍ୟାନୁଷ୍ଠାନ।

ଭୁବନେଶ୍ୱର:(ଜନ ସ୍ୱର)ବିଜେପି ଶାସନକୁ ଆସିବା ପରେ ବିଏମ୍‌ସିକୁ ପ୍ରଥମ ସଟ୍ ଲାଗିଛି। ବଡ଼ଗଡ଼ରେ ୱାର୍ଡ ୫୭ର ୱାର୍ଡ ଅଫିସ୍‌ ନିର୍ମାଣରେ ପୃଣ୍ଣଛେଦ ଲାଗିଛି। ଏହି ଜାଗାରେ ଡାକଘର ନିର୍ମାଣ କରାଯିବାକୁ ଯୋଜନା ହୋଇଛି। ଆସନ୍ତା ଲ୍ୟାଣ୍ଡ ଆଲଟ୍‌ମେଣ୍ଟ କମିଟିରେ ଏହି ପ୍ରସଙ୍ଗ ଉପସ୍ଥାପିତ ହେବା ପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେ ପର୍ଯ୍ୟନ୍ତ ଏଠାରେ ବିଏମ୍‌ସି ନିର୍ମାଣ ବନ୍ଦ ରଖୁ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଇଷ୍ଟେଟ୍‌ ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ସାମଲ ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଛନ୍ତି।ଘଟଣା ଅନୁଯାୟୀ ବିଏମ୍‌ସିର ସମସ୍ତ ୬୭ ୱାର୍ଡରେ ୱାର୍ଡ ଅଫିସ ନିର୍ମାଣ ହେବାକୁ ଯୋଜନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୩୦ ୱାର୍ଡ ଅଫିସ ନିର୍ମାଣ ପାଇଁ ବିଏମ୍‌ସି ଟେଣ୍ଡର ଡାକିଥିଲା। ଏହାରି ଭିତରେ ବଡ଼ଗଡ଼ରେ ଏହି ୫୭ ନଂ ୱାର୍ଡର ଅଫିସ ରହିଥିଲା। ବଡ଼ଗଡ଼ ମୌଜାର ଖାତା ସଂଖ୍ୟା ୧୬୧୬ ଓ ପ୍ଲଟ ସଂଖ୍ୟା ୪୨୩୪(ପାର୍ଟ ପ୍ଲଟ୍‌)ରେ ଥିବା ୦.୦୫୨ଡିସିମିଲି ଜମିରେ ନିର୍ମାଣ ଆରମ୍ଭ ହୋଇଥିଲା। ଏଠାରେ ମଲ୍ଟି ପରପଜ ୟୁଟିଲିଟି ସେଣ୍ଟର ସହ ୱାର୍ଡ ଅଫିସ ନିର୍ମାଣ ପାଇଁ ଜମିକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନାମରେ କରିବା ପାଇଁ ବିଏମ୍‌ସି ଜିଏ ବିଭାଗକୁ ଆବେଦନ କରିଥିଲା। ଏହି ଆବେଦନକୁ ଜିଏ ଖାରଜ କରିବା ସହ ଏଭଳି ଚିଠି ଲେଖିଛି। ପୂର୍ବରୁ ଏଠାରେ ଏକ ଡାକଘର ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ‌ଲେଖିଛି। ଅନ୍ୟପଟେ ବ୍ରିଟ୍‌ କଲୋନି ଉନ୍ନୟନ ପରିଷଦ ପକ୍ଷରୁ ଏହି ୱାର୍ଡ ଅଫିସ ନିର୍ମାଣ ନେଇ ଅଭି‌ଯୋଗ ରହିଥିବା ଚିଠିରେ ଉଲ୍ଲେଖ ଅଛି। ସୂଚନାଯୋଗ୍ୟ, ବିଏମ୍‌ସି ୱାର୍ଡ ଅଫିସ ପାଇଁ ‌ଯୋଜନା କରିଥିଲେ ମଧ୍ୟ ଅନେକ ୱାର୍ଡରେ ଜମି ନଥିଲା। ୱାର୍ଡ ଅଫିସ ନିର୍ମାଣ ଆରମ୍ଭ ହୋଇ ପାରିନଥିଲା। ୩ ମାସ ମଧ୍ୟରେ ମାତ୍ର ୫ଟି ୱାର୍ଡ ଅଫିସର ନିର୍ମାଣ ସମ୍ଭବ ହୋଇଥିଲା। ଏହି ୱାର୍ଡ ଅଫିସ୍‌ ନିର୍ମାଣ ପାଇଁ ୪୭ ଲକ୍ଷ ୭ ହଜାର ୮୯୩ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିଲା। ୩୦ ୱାର୍ଡ ଅଫିସ୍‌ ପାଇଁ ମୋଟ ୧୪ କୋଟି ୩୭ ଲକ୍ଷ ୩୦ ହଜାର ବ୍ୟୟ ଅଟକଳ ହୋଇଥିଲା। ଗୋଟିଏ ଢାଞ୍ଚାରେ ଏ ସବୁ ନିର୍ମାଣ ହେବାକୁ ଯୋଜନା ହେବା ସହ ୩ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ଥିଲା। ସୂଚନାଥାଉକି ବିଜେଡ଼ି ସରକାର ସମୟରେ ରାଜଧାନୀର ବିଭିନ୍ନ ୱାର୍ଡ଼ରେ ପୂର୍ବତନ ହେଉ କିମ୍ବା ବର୍ତମାନର କର୍ପୋରେଟରମାନେ ପୁଳା ପୁଳା ସରକାରୀ ଜମି ମାଡ଼ିବସି କେଉଁଠି ପାର୍ଟି ଅଫିସ୍ ତ ପୁଣି କେଉଁଠି ନିଜ ପାଇଁ ଘର ଓ ବ୍ୟବସାୟୀଙ୍କ ପେଣ୍ଠସ୍ଥଳି ତିଆରି କରିଛନ୍ତି। ଏହା ବ୍ୟତିତ ଅନେକ ଲୋକପ୍ରତିନିଧି ବସ୍ତି ଜମି ମାଡ଼ିବସି ‌ଲୋକଙ୍କୁ ବୋପା ସମ୍ପତିଭଳି ବିକ୍ରିକରିଦେଇଛନ୍ତି। ଏମିତିକି ଭିଏସଏସ୍ ନଗରରେ ରେଳବାଇ ଜମି ବିକ୍ରି‌କରିଦେଇଛନ୍ତି ସେଠାକାର ଲୋକପ୍ରତିନିଧି । ସ୍ବର ଉଠାଇଲେ ବିଜେଡ଼ି ଲୋକ ବୋଲି ତାଉ ଦେଖାଉଥିଲେ। ବର୍ତମାନ ବିଜେପି ସରକାର ହେବାପରେ ଏହି ଲୋକପ୍ରତିନିଧି ବର୍ତମାନ ପେଡ଼ି ଭିତରେ ପଶିଯାଇଛନ୍ତି। ଯାହାନେଇ କିଛି ଜମି କେଳେଙ୍କାରୀ କର୍ପୋରେଟରମାନଙ୍କ ବିରୋଧରେ ଏନବିପିସି କୋର୍ଟରେ ମାମଲା କରିବା ବ‌ୋଲି ଜଣାପଡ଼ିଛି।

Leave A Comment

All fields marked with an asterisk (*) are required