Search for:
  • Home/
  • Bmc/
  • ମେୟର ଶ୍ରୀମତୀ ଦାସ, ବିରଂଚି ନାରାୟଣ ମହାସୂପକାରଙ୍କୁ ବିଜୟୀ ଘୋଷଣା

ମେୟର ଶ୍ରୀମତୀ ଦାସ, ବିରଂଚି ନାରାୟଣ ମହାସୂପକାରଙ୍କୁ ବିଜୟୀ ଘୋଷଣା

Spread the love

Loading

ଚଳିତବର୍ଷ ପାଇଁ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଶେଷ
ବିଭିନ୍ନ ଷ୍ଟାଣ୍ଡିଂ କମିଟି ପାଇଁ ହେଲା ଶୃଙ୍ଖଳିତ ନିର୍ବାଚନ
ଭୁବନେଶ୍ୱର;ତା ୨୧-୬-୨୪ରିଖ:ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ/ଅଧ୍ୟକ୍ଷା ପଦପାଇଁ
ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିର୍ବାଚନ
ପ୍ରକ୍ରିୟାରେ ଅତିରିକ୍ତ କମିଶନର ଶ୍ରୀ ଘାସିରାମ ମାଝୀ, ସସ୍ମିତା ସାହୁ, ଡେପୁଟି କମିଶନର କର୍ପୋରେସନ ଏବଂ ଡେପୁଟି କମିଶନର,
ନିର୍ବାଚନ ସହଯୋଗ କରିଥିଲେ । ଏହି ଅବସରରେ ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ ।
ଓଡିଶା ମହାନଗର ନିଗମ ଆଇନ୍ -୨୦୦୩ ର ଧାରା ୧୧ ତଥା ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ(ପ୍ରୋସିଜିଓର ଆଣ୍ଡ
କଣ୍ଡକ୍ଟ ଅଫ୍ ବିଜିନେସ୍‌) ରୁଲ୍‌ସ୍‌-୨୦୦୩ର ନିୟମ ୨୧(୩) ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବା
ପାଇଁ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଆହ୍ୱାନ କରିଥିଲେ । ସାଢେ ୧୦ଟା ବେଳେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ
ହୋଇଥିଲା । କେବଳ ପବ୍ଲିକ ହେଲ୍‌ଥ, ଇଲେକ୍ଟ୍ରି ସପ୍ଲାଇ, ୱାଟର ସପ୍ଲାଇ, ଡ୍ରେନେଜ୍ ଓ ପରିବେଶ ଅଧ୍ୟକ୍ଷ/ଅଧ୍ୟକ୍ଷା ପଦ ପାଇଁ
ଏକାଧିକ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଟ୍ୟାକ୍ସେସନ, ଫାଇନାନ୍ସ ଆଣ୍ଡ ଆକାଉଂଟସ, ପବ୍ଲିକ ୱାର୍କ୍ସ, ପ୍ଲାନିଂ ଆଣ୍ଡ
ଡେଫଲପମେଂଟ, ଏଜୁକେସନ, ରିକ୍ରେସନ ଓ କଲଚର, ଲାଇସେନ୍ସ ଆଣ୍ଡ ଆପ
ିଲ୍ସ୍ସ, କର୍ପୋରେସନ ଏଷ୍ଟାବ୍ଲିସମେଂଟ, ଗ୍ରିଭାନ୍ସ ଆଣ୍ଡ
ସୋସିଆଲ ଜଷ୍ଟିସ୍‌, ସ୍ଲମ ସେଟଲମେଂଟ ଅଧ୍ୟକ୍ଷ ପଦ ପାଇଁ ଗୋଟିଏ ଲେଖାଏଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଫଳରେ ଏହି
ସବୁ କମିଟି ପାଇଁ ଅଧ୍ୟକ୍ଷ ଅଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।
୭ ଟି କମିଟି ଯଥା-ଟ୍ୟାକ୍ସେସନ, ଫାଇନାନ୍ସ ଆଣ୍ଡ ଆକାଉଂଟସ୍ କମିଟି ଅଧ୍ୟକ୍ଷ ଭାବେ ରାଜକିଶୋର ଦାସ, ପବ୍ଲିକ
ୱାର୍କ୍ସ କମିଟି ଅଧ୍ୟକ୍ଷ ଭାବେ ଶ୍ରୀଧର ବେହେରା, ଏଜୁକେସନ, ରିକ୍ରେସନ ଓ କଲଚର ଅଧ୍ୟକ୍ଷ ଭାବେ ମିହିର କୁମାର ରାଉତ,
କର୍ପୋରେସନ ଏଷ୍ଟାବ୍ଲିସମେଂଟ ଅଧ୍ୟକ୍ଷ ଭାବେ କୁମାରେନ୍ଦ୍ର ମହାପାତ୍ର, ଗ୍ରୀଭାନ୍ସ ଆଣ୍ଡ ସୋସିଆଲ ଜଷ୍ଟିସ୍ ଅଧ୍ୟକ୍ଷା ଭାବେ ବିନୟିନୀ
ଜେନା ଏବଂ ସ୍ଲମ ସେଟଲମେଂଟ ଅଧ୍ୟକ୍ଷା ଭାବେ ମହାମାୟା ସ୍ୱାଇଁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପବ୍ଲିକ ହେଲ୍‌ଥ, ଇଲେକ୍ଟ୍ରି
ସପ୍ଲାଇ, ୱାଟର ସପ୍ଲାଇ, ଡ୍ରେନେଜ୍ ଓ ପରିବେଶ ଅଧ୍ୟକ୍ଷ ପଦ ପାଇଁ ବିରଂଚି ନାରାୟଣ ମହାସୂପକାର ଏବଂ ଭରତ ଲେଙ୍କା
ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏକାଧିକ ନାମାଙ୍କନ ପତ୍ର ଦାଖଲ ହୋଇଥିବାରୁ ନିୟମ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ଏହି କମିଟିର ସଦସ୍ୟ ସଦସ୍ୟା ଭୋଟ ଦେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ବାଲଟ୍ ବକ୍ସ ଖୋଲାଯାଇଥିଲା । ଏଥିରେ ବିରଂଚି
ନାରାୟଣ ମହାସୂପକାରଙ୍କ ସପକ୍ଷରେ ୪ଟି ଭୋଟ ଯାଇଥିବା ବେଳେ, ଭରତ ଲେଙ୍କାଙ୍କ ସପକ୍ଷରେ ୩ଟି ଭୋଟ ମିଳିଥିଲା । ଫଳରେ
ମେୟର ଶ୍ରୀମତୀ ଦାସ, ବିରଂଚି ନାରାୟଣ ମହାସୂପକାରଙ୍କୁ ବିଜୟୀ ଘୋଷଣା କରିଥିଲେ ।
ତେବେ ପ୍ଲାନିଂ ଆଣ୍ଡ ଡେଫଲପମେଂଟ ଏବଂ ଲାଇସେନ୍ସ ଆଣ୍ଡ ଆପିଲ୍‌ସ, ଏହି ଦୁଇଟି ଅଧ୍ୟକ୍ଷଙ୍କ ନାମ ଘୋଷଣା
କରାଯାଇ ନାହିଁ । କାରଣ ନାମାଙ୍କନ ପତ୍ର ବିଳମ୍ବରେ ପହିଂଚିଥିବାରୁ ନିୟମ ଅନୁଯାୟୀ ତାହାକୁ ଗ୍ରହଣ କରାଯାଇ ନଥିଲା । ତେଣୁ ଏହି
ଦୁଇଟି ଅଧ୍ୟକ୍ଷ ପଦ ପାଇଁ ପୁନଃ ନୋଟିଫିକେସନ ପରେ ସମୟାନୁସାରେ ନିର୍ବାଚନ କରାଯିବ ।

Leave A Comment

All fields marked with an asterisk (*) are required