Search for:
  • Home/
  • ରାଜ୍ୟ/
  • ବୁଲିଲା ନିଧିରଥ ମଶା ବଂଶ ଉତ୍ପତିିସ୍ଥଳ ଧ୍ୱଂସ କରିବା

ବୁଲିଲା ନିଧିରଥ ମଶା ବଂଶ ଉତ୍ପତିିସ୍ଥଳ ଧ୍ୱଂସ କରିବା

Spread the love

Loading

ବିଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ ପ୍ରଶିକ୍ଷଣ ବୈଠକ
ବୁଲିଲା ନିଧିରଥ-ପ୍ରତି ଜୋନ୍ କୁ ଗୋଟିଏ
ମଶା ବଂଶ ଉତ୍ପତିିସ୍ଥଳ ଧ୍ୱଂସ କରିବା ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୧୬-୦୬-୨୦୨୪: ଆଜି ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟରୁ ବାହାରିଛି ତିନିଗୋଟି ନିଧିରଥ । ବର୍ତମାନ ସମୟରେ ମହାନଗର ନିଗମର ବିଭିନ୍ନ ଅଂଚଳରେ ଡେଙ୍ଗୁ ସତେନତା ବାର୍ତା ଦେବା ଉଦ୍ଦ୍ୟେଶ୍ୟରେ ଏହି ରଥ ବୁଲିବାକୁ ଏକ ରଣନୀତିଭାବେ ନେଇଛନ୍ତି ସିଟି ହେଲ୍‌ଥ ସୋସାଇଟି ଏବଂ ଭୁବନେଶ୍ୱର ମହାନଗର ନିଗମ(ବି ଏମ୍ ସି) । ମିଳିତଭାବେ ନିଧିରଥକୁ ପତାକା ଦେଖାଇ ଏହାର ଶୁଭ ଉଦ୍ଘାଟନ କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ । ଏହି ଅବସରରେ ଉପସ୍ଥିତ ଥିଲେ ବିଏମ୍ ସି ର ବିବିଧ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍ ଏବଂ କର୍ପୋରେଟରଗଣ , ଡେପୁଟି କମିଶନର ଡକ୍ଟର ମନୋରଂଜନ ସାହୁ ଓ ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନୀଳମଣି ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
ଉଦ୍ୟେଶ୍ୟ ହେଉଛି, ଲୋକଙ୍କ ଗାଖକୁ ଯାଇ ଡେଙ୍ଗୁ ବାବଦରେ ବୁଝାଇବା । ଆମ ସହରରେ ଯେଉଁସବୁ ସମ୍ବେଦନଶୀଳ ସ୍ଥାନ ରହିଛି ସେଠାରେ ନାଗରିକମାନଙ୍କର କି ପ୍ରକାରର ଆଚରଣ ରହିଛି । ସେମାନଙ୍କର କିଭଳି ସହଯୋଗରେ ଆମ ସହରରୁ ଡେଙ୍ଗୁ ଭୟ ଦୂର ହେବ ଇତ୍ୟାଦିକୁ ବୁଝାଇବାପାଇଁ ଏହି ନିଧିରଥଭଳି ଆୟୋଜନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ବୋଲି କହିଥିଲେ ମାନନୀୟା ମେୟର । ଏଥିପାଇଁ ସେ ନାଗରିକଙ୍କ ସଯୋଗ କାମନା କରିଛନ୍ତି ।
ଏହି ରଥ ବି ଏମ୍ ସିର ବିଭିନ୍ନ ଅଂଚଳକୁ ଯାଇ ବିଭିନ୍ନ ଭିଡିଓ ବାର୍ତାଦେବ । ତେବେ ଏହି ରଥରେ କେବଳ ଡେଙ୍ଗୁ ନୁହେଁ , ଏହା ସାଙ୍ଗକୁ ମ୍ୟାଲେରିଆ ଏବଂ ଡାଇରିଆ ବାବଦରେ ମଧ୍ୟ ସଚେତନ କରାଯିବ । ଆଜି ସଂଧ୍ୟାରେ ବାହାରିଥିବା ନିଧିରଥ ଗୁଡିକ ତିନୋଟି ଜୋନ୍ କୁ ଯାଇ ସେମାନଙ୍କର ଅଂଚଳ ବୁଲିବା ଆରମ୍ଭ କରିଦେଇଛନ୍ତି ।
ଏହାସାଙ୍ଗକୁ ଡେଙ୍ଗୁ ଦମନ ରଣନୀତି କୁ ଲୋକ ମାନଙ୍କ ନିକଟରେ ପହଂଚାଇବା ନିମନ୍ତେ ଭୁବନେଶ୍ୱରର ଘରେଘରେ ଯେପରି ଏହି ବାର୍ତା ପହଂଚିବ ଏବଂ ଡେଙ୍ଗୁ ପ୍ରତିରୋଧି ଉପାୟମାନ ଲୋକେ ମାନି ଚଳିବେ , ସେଥିପାଇଁ ଆଜିର ଅନ୍ତିମ ପର୍ଯ୍ୟାୟ ପ୍ରଶିକ୍ଷର ଶେଷହୋଇଛି । ଏଥିରେ ବି ଏମ୍ ସି ଦକ୍ଷିଣପୂର୍ବ ଜୋନ୍‌ର ପ୍ରାୟ ୨୭୦ ଜଣ କ୍ଷେତ୍ର କର୍ମୀ ପ୍ରଶିକ୍ଷଣରେ ଭାଗନେଇଥିଲେ । ପ୍ରତ୍ୟେକ ୱାର୍ଡରେ ଥିବା ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଏବଂ ସ୍ୱଚ୍ଛସାଥି ଏଥିରେ ଯୋଗଦେଇଥିଲେ ।
ଭୁବନେଶ୍ୱରର ବିବିଧ ଅଂଚଳକୁ ନେଇ ସମୁଦାୟ ୧୩୦୦୦ ଲେନ୍ ରେ ବିଭକ୍ତ କରାଯାଇଛି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ସଫା ଆପ୍ ର ପ୍ରୟୋଗକରି ଏହି କର୍ମୀମାନେ ସମ୍ବେଦନଶୀଳ ଘରକୁଯାଇ ରୋଗନୀରିକ୍ଷଣ ସର୍ଭେ କରିବେ । ସମୁଦାୟ ଚାରିଗୋଟି ଫେଜ୍ ରେ ଏହି ସର୍ଭେ କରିବେ ଉକ୍ତ ତୃଣମୂଳ କର୍ମୀଗଣ । ପ୍ରତ୍ୟେକ କର୍ମୀ ୩୫୦ ରୁ ୪୦୦ ଘରରର ସର୍ଭେ କରିବେ । ଘର ଚାରିପାଖ, ଘର ଭିତର, ଘର ଉପର ଇତ୍ୟାଦି କୁ ଦେଖିବେ ଏବଂ ପଚାରିବେ । ଏଠାରେ ବିଭିନ୍ନ ପ୍ରକାରର ପାଣି ଜମିବା ସ୍ଥାନ/ପାତ୍ର, ଟାୟାର, ଇତ୍ୟାଦି ଦେଖିବେ ଏବଂ ରହିଥିବା ମଶା ଲାର୍ଭାକୁ ନଷ୍ଟ କରିବେ ।
ସିଟି ହେଲ୍‌ଥ ସୋସାଇଟି ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଲିଫ୍ ଲେଟ୍ କୁ ନେଇ କର୍ମୀମାନେ ଘରକୁ ଘର ବୁଲିବେ ଏବଂ ଏହାର ଉପର ଭାଗରେ ଥିବା ସୂଚନା ଦେଇ ନିମ୍ନ ଭାଗରେ ପରିବାରର ସୂଚନା ଆଣିବେ, ସଂପୃକ୍ତ ପରିବାରର ଡେଙ୍ଗୁ ପ୍ରତିରୋଧି ଆଚରଣ ବୁଝିବେ ଓ ଆବଶ୍ୟକୀୟ ପଦକ୍ଷେପ ନେବେ ।
ଆଜିର କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ସିଟି ହେଲ୍‌ଥ ସୋସାଇଟି ମ୍ୟାନେଜର୍ ଶ୍ରୀମତୀ ନେହା ରାଜ୍‌ପୁତ୍ । କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟାଂଶେ ଏସ୍ ବି ଏ ସେଲ୍ ର ଟିମ୍ ମେମ୍ବରମାନେ ରହିଥିଲେ ।

Leave A Comment

All fields marked with an asterisk (*) are required