Search for:
  • Home/
  • ରାଜ୍ୟ/
  • ଗ୍ରୀଷ୍ମ ଋତୁରେ ରକ୍ତ ଅଭାବକୁ ଗୁରୁତ୍ୱପୂର୍ଣ୍ଣ ରକ୍ତଦାନ ଶିବିର

ଗ୍ରୀଷ୍ମ ଋତୁରେ ରକ୍ତ ଅଭାବକୁ ଗୁରୁତ୍ୱପୂର୍ଣ୍ଣ ରକ୍ତଦାନ ଶିବିର

Spread the love

Loading

ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ (NUKBM), ତାଙ୍କ ପ୍ରତିଷ୍ଠା ଦିବସକୁ ଏକ ରକ୍ତଦାନ ଶିବିର ଆୟୋଜନ କରି ଏକ ବିଶିଷ୍ଟ ଭାବରେ ପାଳନ କଲେ ଯାହା ମାନବିକତା ଓ ସମାଜ ସେବା ପ୍ରତି ତାଙ୍କ ଦୃଢ଼ ପ୍ରତିବଦ୍ଧତା କୁ ପ୍ରତିପାଦନ କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ରକ୍ତଦାନ ଶିବିର ଅପରେସନ୍ ସିନ୍ଦୂର ର ସାହସିକ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ, ଗ୍ରୀଷ୍ମ ଋତୁରେ ରକ୍ତ ଅଭାବକୁ ହ୍ରାସ କରିବା ପାଇଁ, ଜୀବନ ରକ୍ଷା ଉଦ୍ଦେଶ୍ୟ ରେ କରାଯାଇଛି। ଏହି ରକ୍ତଦାନ ଶିବିର, ଜୟ ଓଡ଼ିଶାର ରକ୍ତଦାନ ଉଦ୍ୟମ ସହଯୋଗରେ ଆୟୋଜିତ ହୋଇଛି । ଏବଂ ଏହା ଏକ ଉଲ୍ଲେଖନୀୟ ସାମାଜିକ ଦାୟିତ୍ୱର ଉଦାହରଣ ଭାବେ ପ୍ରତିଷ୍ଠିତ ହୋଇଛି । ଏହି ପରିପେକ୍ଷୀ ରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ସଦସ୍ୟଙ୍କ ପରିବାର ରୁ ୨ ଜଣ ମେଧାବୀ ଛାତ୍ରଙ୍କୁ ସମ୍ମାନିତ କରି ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର ଏକାମ୍ରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ,ବରିଷ୍ଠ ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ଓ ଜୟ ଓଡ଼ିଶା ର ସଭାପତି ତଥା ମହସଂଘର ଉପଦେଷ୍ଟା ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଉପସ୍ଥିତ ଥିଲେ। କ୍ଷୁଦ୍ର ବ୍ୟବସାୟୀମାନଙ୍କ ଏପରି ସାମାଜିକ ଉଦ୍ୟମକୁ ସମସ୍ତେ ଉଚ୍ଚ ସ୍ତରରେ ପ୍ରଶଂସା କରିଛନ୍ତି।
ଏହା କ୍ରମାଗତ ଭାବରେ ଜୟ ଓଡ଼ିଶାର ଚର୍ତୁଥ ରକ୍ତଦାନ ଶିବିର ଥିଲା । ଯାହାର ଲକ୍ଷ୍ୟ ହେଉଛି ଏହି ଭଳି ୧୦୦ ଗୋଟି ଅନୁଷ୍ଠାନ ସହିତ ରକ୍ତଦାନ ଶିବିର ଆୟୋଜନ କରିବ । ଏହି ରକ୍ତଦାନ ଶିବିର ସକାଳ ୧୦.୩୦ ରୁ ଭୁବନେଶ୍ୱରର ରେଡ୍ କ୍ରସ୍ ଭବନ ଆୟୋଜିତ ହୋଇଛି । ଏହି ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ଉପଦେଷ୍ଟା- ପ୍ରମୋଦ ମହାପାତ୍ର, ସାଧାରଣ ସମ୍ପାଦକ – ମନୋଜ ସ୍ୱାଇଁ, ଉପସଭାପତି -ମାନସ ମିଶ୍ର ଓ ଧିରେନ୍ଦ୍ର ସ୍ୱାଇଁ, କୋଷାଧକ୍ଷ୍ୟ- ମନମୋହନ ପଣ୍ଡା ଙ୍କ ସହିତ ନାରାୟଣ ସୁତାର, ଅନୁଶୁୟା ପ୍ରଧାନ,ଧରିତ୍ରୀ ପ୍ରଧାନ, ସଂଘମିତ୍ରା ଆଦି ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ରହି ଆୟୋଜନକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ, ଯେଉଁଥିରେ ବ୍ୟବସାୟୀ ଏବଂ ଉଠା ଦୋକାନୀମାନେ ଉପସ୍ଥିତ ରହି ରକ୍ତଦାନ କରିବା ସହିତ, ଏକ ମାନବିକ ଉଦ୍ୟମର ଅଂଶ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଓ ସଚେତନା ଜଣାଇଛନ୍ତି।

Leave A Comment

All fields marked with an asterisk (*) are required