ବିଜେପି ଆସିଲେ ବସ୍ତି ବାସିନ୍ଦାଙ୍କୁ ମିଳିବ ୬୦୦ ବର୍ଗ ଫୁଟ୍ ଜମିର ସ୍ଥାଇ ପଟ୍ଟା
ଉତ୍ତରରେ ପ୍ରିୟଦର୍ଶୀଙ୍କ ପାଇଁ ପ୍ରଚାର୍ କଲେ ସାଂସଦ ହେମାମାଳିନୀ
ବିଜେପି ଆସିଲେ ବସ୍ତି ବାସିନ୍ଦାଙ୍କୁ ମିଳିବ ୬୦୦ ବର୍ଗ ଫୁଟ୍ ଜମିର ସ୍ଥାଇ ପଟ୍ଟା
ଭୁବନେଶ୍ୱର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଚାର ସେତେ ଜୋରଦାର ହେଉଛି । ସକାଳୁ ରାତି ଯାଏଁ ଓ୍ବାର୍ଡରୁ ପଞ୍ଚାୟତକୁ ବୁଲି ଧୂଆଁଦାର ପ୍ରଚାର କରୁଛନ୍ତି। ଆଜି ସକାଳେ ସାଲିଆ ସାହି ରେ ବିଶାଳ ଜନ ସମାବେଶ
ଅପରାହ୍ନ ରେ ଇଞ୍ଜନା ଓ
କଳର।ହଙ୍ଗ ରୋଡ୍ ସୋ କରିଥିବା ବେଳେ ସନ୍ଧ୍ୟାରେ ଓ୍ବାର୍ଡ ନଂ 4ଭୋଟ୍ ଭିକ୍ଷା କରିଛନ୍ତି।କାର୍ଯ୍ୟକ୍ରମରେ ପ୍ରିୟଦର୍ଶୀ ପହଞ୍ଚିବା ପରେ ଉପସ୍ଥିତ ଜନତା ପ୍ରିୟଦର୍ଶୀଙ୍କୁ ଫୁଲ ପକାଇ ବାଜା ବଜାଇ ଓ ବାଣ ଫୁଟାଇ ହରିବୋଲ ଓ ହୁଳହୁଳିରେ ସ୍ବାଗତ କରିବା ସହ ବିପୁଳ ସମର୍ଥନ ଜଣାଇଥିଲେ। ରୋଡ୍ ସୋରେ ସେ ସାମିଲ ହୋଇଥିଲେ। 1000ରୁ ଉର୍ଦ୍ଧ୍ବ କର୍ମୀଙ୍କ ସହ ବାଇକ ରାଲିରେ ଯାଇ ଶକ୍ତି ପ୍ରଦର୍ଶନ କରିଥିଲେ।
ଓଡିଶାରେ ବିକାଶ ପାଇଁ ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାରଙ୍କୁ ଏଠାକୁ ଆଣିବାକୁ ପଡିବ ବୋଲି ପ୍ରିୟଦର୍ଶୀ କହିଥିଲେ। ଏଥିପାଇଁ ବିଜେପିକୁ ଡବଲ ପଦ୍ମ ଚିହ୍ନରେ ଭୋଟ୍ ଦେବାକୁ ସେ ନିବେଦନ କରିଥିଲେ।ସେହିପରି ବିଜେପିକୁ ଭୋଟ୍ ଦେଇ ଜିତାଇଲେ ଆଉ ବସ୍ତି ବାସିନ୍ଦାଙ୍କ କୌଣସି ଦୁଃଖ ରହିବ ନାହିଁ। ବିଜେପି ଶାସନକୁ ଆସିବା ପରେ ପ୍ରତେକ ବସ୍ତି ବାସିନ୍ଦାଙ୍କୁ ୬୦୦ ବର୍ଗ ଫୁଟ୍ ଜମିର ସ୍ଥାଇ ପଟ୍ଟା ମିଳିବ । ତଥା ସୁଭଦ୍ରା ଯୋଜନା ରେ ମହିଳା ମାନଙ୍କୁ 50000 ଟଙ୍କା ମିଳିବା ବିଷୟରେ ଆଲୋଚନା କରିଥିଲେ ଏଥିପାଇଁ ବହୁ ମାତ୍ରାରେ ପଦ୍ମ ଚିହ୍ନରେ ଭୋଟ୍ ଦେବାକୁ ବସ୍ତି ବାସିନ୍ଦାଙ୍କୁ ପ୍ରିୟଦର୍ଶୀ ଅନୁରୋଧ କରିଥିଲେ ।